ସର୍ବଭାରତୀୟ ବ୍ୟବସାୟୀ ସଂଘ ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦେଇଛି । ସଂଘର ଏହି ଭାରତ ବନ୍ଦ ଡ଼ାକରାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ସମର୍ଥନ ଜଣାଇଛି ।
Trending Photos
ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ବନ୍ଦ ହେବାକୁ ଯାଉଛି ଚକ ଅଖ ଅର୍ଥାତ୍ ଭାରତ ବନ୍ଦ । ଜିଏସଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ FSSI ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥଆ ଉଚ୍ଛେଦ ଆଦି ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦେଇଛି । ସଂଘର ଏହି ଭାରତ ବନ୍ଦ ଡ଼ାକରାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ସମର୍ଥନ ଜଣାଇଛି ।
ଏହାଛଡ଼ା ସର୍ବଭାରତୀୟ ପରିବହନ କଲ୍ୟାଣ ଆସୋସିଏସନ ମଧ୍ୟ ବନ୍ଦରେ ସାମିଲ ହେବାକୁ ଯାଉଛି । ଏହି ବନ୍ଦ ପ୍ରଭାବରେ ଦେଶରେ ଚକା ଜାମ ରହିବ । ଗାଡ଼ି ମୋଟର ମଧ୍ୟ ଚାଲିବ ନାହିଁ । ସେହିପରି ଦୋକାନ ବଜାର ମଧ୍ୟ ବନ୍ଦ (Shop Close) ରହିବ । ଉଭୟ ସଂଗଠନ ଇ-ୱେ ବିଲ୍କୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି। ସେହିପରି ଦେଶରେ ତୈଳ ଦର ଉପରେ ଲାଗୁଥିବା ଟିକସ୍କୁ ହଟାଯାଉ ବୋଲି ପ୍ରସ୍ତାବ ରଖିଛି ବ୍ୟବସାୟୀ ସଂଗଠନ ।
Also Read: ତୈଳଦର ବୃଦ୍ଧିକୁ ପ୍ରତିବାଦ କଲେ ମମତା: କାର ବଦଳରେ ଗଲେ ସ୍କୁଟରରେ, ସୁରକ୍ଷାକର୍ମୀ ସାଜିଲେ ସାମ୍ବାଦିକ
ବ୍ୟବସାୟୀ ସଂଗଠନର କହିବା କଥା, ଯେଉଁ ସମୟରେ ଜିଏସଟି (GST) ଲାଗୁ କରାଗଲା ସେ ସମୟରେ ସରକାର ଏହାକୁ ସାଧାରଣ ଟିକସ ବୋଲି କହି ଭୁଆଁ ବୁଲାଇଲେ ପରେ ଏହାକୁ ଜଟିଳ କରିଦେଲେ। ଏହାଦ୍ୱାରା ବ୍ୟବସାୟୀ ମାନେ ଅନେକ କ୍ଷତିର ସାମ୍ନା କରୁଛନ୍ତି । ପରେ କୋରୋନା ମହାମାରୀ (Corona Pandemic) ଯୋଗୁଁ ଏବେ ବ୍ୟବସାୟୀଙ୍କ ଭାଗ୍ୟ, ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନିଥିବା ବେଳେ ବ୍ୟବସାୟୀ ସଂଗଠନ ମାନେ ଏହି ବନ୍ଦ ଡ଼ାକରା ନିଷ୍ପତ୍ତି ନେଇଛନ୍ତି।
Also Read: ପୁଣି ଡରାଇଲାଣି କୋରୋନା: ଦେଶରେ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
ଆସନ୍ତାକାଲି ଅର୍ଥାତ୍ ୨୬ ତାରିଖରେ ରାଜ୍ୟରେ ସମସ୍ତ ଦୋକାନ, ବଜାର ଓ ଅନ୍ୟାନ୍ୟ ବ୍ୟବସାୟ ବନଦ ରଖି ଭାରତ ବନ୍ଦ (Bharat Bandh) କୁ ସଫଳ କରିବାକୁ ବ୍ୟବସାୟୀ ସଂଗଠନ ଆଶା ରଖିଛି ।