PM Kisan Yojana : ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ କୋଟି କୋଟି ଚାଷୀଙ୍କୁ ୧୧ଟି କିସ୍ତିରେ ମୋଟ ୨୨ ହଜାର କୋଟି ଟଙ୍କା ପ୍ରଦାନ କରିସାରିଲେଣି କେନ୍ଦ୍ର ସରକାର। ଦ୍ୱାଦଶ କିସ୍ତି ଖୁବ ଶୀଘ୍ର ଚାଷୀଙ୍କ ଖାତାକୁ ଯିବ। ତେବେ ଏହା ପୂର୍ବରୁ କିସାନ ଯୋଜନାରେ ବଡ଼ ପରିବର୍ତ୍ତନ କରାଯାଇଛି। ଯେଉଁଥି ପାଇଁ ଚାଷୀଙ୍କ ଖାତାକୁ ଏହି ଅର୍ଥ ଯିବାରେ ବିଳମ୍ବ ହେଉଛି। ଅନେକ ରାଜ୍ୟରେ ହିତାଧିକାରୀ କୃଷକଙ୍କ ଯାଞ୍ଚ କାର୍ଯ୍ୟ ଜାରି ରହିଛି। ପିଏମ କିସାନ ଯୋଜନାରେ ବେଆଇନ ଢଙ୍ଗରେ ଲାଭ ଉଠାଇଥିବା କୃଷକଙ୍କ ଯୋଗ୍ୟତା ମଧ୍ୟ ରଦ୍ଦ କରାଯାଉଛି, ଯେଉଁଥିପାଇଁ ପିଏମ କିସାନଙ୍କ ହିତାଧିକାରୀଙ୍କ ତାଲିକା ମଧ୍ୟ କ୍ରମାଗତ ଭାବରେ ଅପଡେଟ୍ ହେଉଛି। ଏହା ବ୍ୟତୀତ ଦ୍ୱାଦଶ କିସ୍ତି ପୂର୍ବରୁ ଏହି ଯୋଜନାରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ପିଏମ କିସାନ ଯୋଜନାର ଦ୍ୱାଦଶ କିସ୍ତି ହସ୍ତାନ୍ତର ହେବା ପରେ ବର୍ତ୍ତମାନ କୃଷକମାନେ ପିଏମ କିସାନଙ୍କ ଅଫିସିଆଲ ପୋର୍ଟାଲରେ ରାଶିର ସ୍ଥିତି ଯାଞ୍ଚ କରିପାରିବେ ନାହିଁ। ଏହି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଯେଉଁଠାରେ ପୂର୍ବରୁ ପୋର୍ଟାଲରେ ଆଧାର ନମ୍ବର ପ୍ରବେଶ କରି ଏହି କାର୍ଯ୍ୟ କରାଯାଇଥିଲା। ଏଥି ସହିତ ଦ୍ୱାଦଶ କିସ୍ତିର ସ୍ଥିତି ଯାଞ୍ଚ କରିବାକୁ ଆଧାର ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ପ୍ରବେଶ କରିବାକୁ ପଡିବ। ଏହି ପ୍ରକ୍ରିୟା ଶେଷ ହେବା ପରେ ଆପଣ ଦ୍ୱାଦଶ କିସ୍ତି ପାଇବେ।


ସୂଚନାଯୋଗ୍ୟ ଏକାଦଶ କିସ୍ତି ପରେ ହିଁ ଏହି ଯୋଜନାରେ ଘୋଟାଲା ଓ ଫର୍ଜି ଉପଭୋକ୍ତାଙ୍କୁ ଧରପଗଡ଼ ଜାରି ରହିଛି। ଏହି ଯୋଜନା ଅଧିନରେ ଏକାଧିକ ଚାଷୀ ଫର୍ଜି ଦସ୍ତାବିଜ ଦେଇ ବେନିୟମ ଭାବେ ଏହି ଯୋଜନାର ଫାଇଦା ଉଠାଇବାରେ ଲାଗିଛନ୍ତି। ଏହି କାରଣରୁ ବର୍ତ୍ତମାନ ଲାଭାର୍ଥିଙ୍କ ତାଲିକାରେ ସଂଶୋଧନ ତଥା ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଏହି କାର୍ଯ୍ୟ ଯଥାଶୀଘ୍ର ଶେଷ ହେବା ପରେ ଦ୍ୱାଦଶତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ଯିବ। ଏହି କାର୍ଯ୍ୟକୁ ସହଜ କରିବା ପାଇଁ କୃଷକଙ୍କ ପାଇଁ କେଓ୍ୱାଇସି ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିଦେଇଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ କେଓ୍ୱାଇସି ପୁରଣ କରିନାହାନ୍ତି ସେମାନଙ୍କୁ ଦ୍ୱାଦଶ କିସ୍ତି ଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ସୂଚନା ଦିଆଯାଇଛି। 


ମିଳିଥିବା ସୂଚନା ମୁତାବକ ୧୭-୧୮ ଅକ୍ଟୋବରରେ କୃଷି ଷ୍ଟାର୍ଟ ଅପ କନକ୍ଲେଭ ଓ କିସାନ ସମ୍ମେଳନର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ଦେବାର ଯୋଜନା ମଧ୍ୟ ରହିଛି। ଆହୁରି ମଧ୍ୟ ଅନୁମାନ କରାଯାଉଛି କି ଆଗାମୀ ଦୁଇ ଦିନ ମଧ୍ୟରେ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତି ମିଳିପାରେ। 


ଏହିଭଳି ଭାବରେ ଚେକ କରନ୍ତୁ ଆପଣଙ୍କର ଷ୍ଟାଟସ


ପିଏମ କିସାନ ଯୋଜନାରେ ଦ୍ୱାଦଶ କିସ୍ତି ଆସିବା ପୂର୍ବରୁ PM Kisan Beneficiary Status 2022 ଜାଣି ରଖନ୍ତୁ। ଏଥିପାଇଁ କେନ୍ଦ୍ର ସରକାର ଟୋଲ ଫ୍ରି ନମ୍ବର ୧୫୫୨୬୧ ଜାରି କରିଛନ୍ତି। 


  • ପ୍ରଥମେ ପିଏମ କିସାନ ଯୋଜନାର ଅଫିସିଆଲ ଓ୍ୱେବସାଇଟ pmkisan.gov.inକୁ ଯିବାକୁ ହେବ। 

  • ଏହା ପରେ Beneficiary Statusରେ ଅପ୍ସନ ଉପରେ କ୍ଲିକ କରନ୍ତୁ। 

  • ନୂଆ ହୋମ ପେଜ ଖୋଲିବା ପରେ ଆପଣ ନିଜର ରେଜିଷ୍ଟ୍ରେସନ ନମ୍ବର ଦିଅନ୍ତୁ। 

  • ଯଦି କିଶାନ ନିଜର ରେଜିଷ୍ଟ୍ରେନ ନମ୍ବର ଭୁଲି ଯାଇଛନ୍ତି, ତେବେ Know Your Registration Number ଉପରେ କ୍ଲିକ କରନ୍ତୁ। 

  • ଏହା ପରେ ଆଧାର ସହ ଲିଙ୍କ ମୋବାଇଲ ନମ୍ବର ଦିଅନ୍ତୁ। ଏହା ପରେ କାପଚା କୋଡ଼ ଭରି ଓଟିପି ଦିଅନ୍ତୁ। 

  • ଓଟିପି ଦେବା ପରେ Get Detailsରେ କ୍ଲିକ କରନ୍ତୁ। 

  • ଏହା ପରେ ସ୍କିମ ଉପରେ କିସାନଙ୍କ ରେଜିଷ୍ଟ୍ରେସନ ନମ୍ବର ଓ ନାଁ ଦେଖାଦେବ। 

  • ଏହା ପରେ ରେଜିଷ୍ଟ୍ରେସନ ନମ୍ବର ଦେଇ ନିଜର PM Kisan Beneficiary Status 2022 ଚେକ କରିପାରିବେ। 


ଅଧିକ ପଢନ୍ତୁ: ଟିମ୍ ଇଣ୍ଡିଆର ପରାଜୟ ପାଇଁ ଦାୟୀ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଥିଲେ ଫ୍ଲପ୍