Chennai Express: ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲରୁ ଚେନ୍ନାଇ ସେଣ୍ଟ୍ରାଲ ମଝିରେ ଚାଲିଥିବା Mumbai CSMT–Chennai Express ଆଜି ୧୦୧ ବର୍ଷରେ ପାଦ ଦେଇଛି। ଆଜିଠୁ ଠିକ୍ ୧୦୧ ବର୍ଷ ତଳେ ୧୯୨୧  ମସିହାରେ ଏହି ଟ୍ରେନ ର ଆରମ୍ଭ ହୋଇଥିଲା। ହେଲେ ସେ ସମୟରେ ଏହାର ଆରମ୍ଭ ମଦ୍ରାସ-ବମ୍ବେର ଫାଷ୍ଟ ପାସେଞ୍ଜର ରେଳ ଭାବେ ରୂପ ଦିଆଯାଇଥିଲା । ତେବେ ଆସନ୍ତୁ ଜାଣିବା ଏହି ୧୦୧ ବର୍ଷ ଭିତରେ କେମିତି ଏହା ଏକ୍ସପ୍ରେସର ରୂପ ନେଲା। 


COMMERCIAL BREAK
SCROLL TO CONTINUE READING

ଦେଶରେ (Indian Railways)ର ଆରମ୍ଭ ୧୯୫୦ ମସିହାରେ ଆରମ୍ଭ କରାଯାଇଥିଲା । ଏହି ସମୟରେ ସେତେବେଳେର ବମ୍ବେ, ଏବେର ମୁମ୍ବାଇ ଓ ସେତେବେଳ ସମୟର ମଦ୍ରାସ ଏବେର ନାମକରଣ ହିସାବରେ ଚେନ୍ନାଇ ମଧ୍ୟରେ ରେଳ ଚଳାଚଳ ନେଇ ନିର୍ମାଣ ଆରମ୍ଭ କରାଗଲା । ଏହାର ପ୍ରଥମ ପର୍ଯ୍ୟାୟ କାମ (Phase wise) ୧୮୫୮ ରୁ ଆରମ୍ବ ହୋଇଥିଲା ଯାହା ୧୮୭୧ ମସିହାରେ ଶେଷ ହୋଇଥିଲା।


ପ୍ରଥମେ ଥରେ ବମ୍ବେ-ମଦ୍ରାସକୁ ସିଧାସଳଖ ରେଳ ଲାଇନ ନିର୍ମାଣ ହେବା ପରେ ଏହି ମାର୍ଗରେ ଦୂରଗାମୀ ଟ୍ରେନ୍ ଚଳାଇବାକୁ ଉଦ୍ୟମ ଆରମ୍ଭ କରାଯାଇଥିଲା । ଏହି କ୍ରମରେ ମଦ୍ରାସ ଏବଂ ବମ୍ବେ ମଧ୍ୟରେ ସିଧାସଳଖ ଟ୍ରେନ୍ ଚଳାଇବାକୁ ପ୍ରସ୍ତାବ ସେତେବେଳେର ସରକାର ସମୟରେ ଦିଆଯାଇଥିଲା । ଏହା ଉପରେ ସହମତି ଓ ନିଷ୍ପତ୍ତି ଆସୁ ଆସୁ ତା ମଧ୍ୟରେ ବହୁ ବର୍ଷ ବିତିସାରିଥିଲା। ପରିଶେଷରେ ଡିସେମ୍ବର ପହିଲା, ୧୯୨୧ ରେ, ମଦ୍ରାସ ଓ ବମ୍ବେ ମଧ୍ୟରେ (Fast Passenger) ରେଳ ସୁବିଧା ଆରମ୍ଭ ହେଲା ।


ଯଦିଓ ମଦ୍ରାସ ଏବଂ ବମ୍ବେକୁ ସଂଯୋଗ କରୁଥିବା ଏହି ଟ୍ରେନ୍ ଦ୍ରୁତ ଯାତ୍ରୀବାହୀ ଟ୍ରେନ୍ ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ଖୁବ୍ ଶୀଘ୍ର ଏହାକୁ ଏକ ଏକ୍ସପ୍ରେସରେ ପରିଣତ କରିବାକୁ ଦାବି କରାଯାଇଥିଲା । ବାସ୍ତବରେ, ଯେତେବେଳେ ଏହି ଟ୍ରେନ୍ ଆରମ୍ଭ ହେଲା, ସେତେବେଳେ ଏହାର ଷ୍ଟପେଜ୍ ଅର୍ଥାତ୍ ଷ୍ଟେସନ ମଧ୍ୟ ବହୁତ କମ୍ ଥିଲା । ତେଣୁ କିଛିଟା ପରିବର୍ତ୍ତନ ପରେ ଏହାକୁ ଏକ ଏକ୍ସପ୍ରେସ ଟ୍ରେନରେ (Express Train) ପରିଣତ କରିବା ସହଜ ହୋଇଥିଲା। ତେଣୁ ଏହାକୁ ୧ ମାର୍ଚ୍ଚ ୧୯୩୦ ରୁ ମଦ୍ରାସ-ବମ୍ବେ ଏକ୍ସପ୍ରେସରେ ରୂପାନ୍ତରିତ କରାଯାଇଥିଲା । 


ଯେତେବେଳେ ଦେଶରେ ଟ୍ରେନ୍ ସଂଖ୍ୟା ଚାରି ଅଙ୍କରେ ପରିବର୍ତ୍ତିତ ହେଲା, ମଦ୍ରାସ-ବମ୍ବେ ଏକ୍ସପ୍ରେସକୁ (Madras Bombay Express) ୧୦୪୧ ଏବଂ ୧୦୪୨ ଚେନ୍ନାଇ ଏକ୍ସପ୍ରେସ ନମ୍ବର କରାଯାଇଥିଲା । ଜୁଲାଇ ୧, ୨୦୨୦ ଠାରୁ, ଏହି ଟ୍ରେନକୁ ଏକ ସୁପରଫାଷ୍ଟ ଟ୍ରେନରେ ପରିଣତ କରାଯାଇଥିଲା । ଏହା ସହିତ, ଏହି ଟ୍ରେନର ସଂଖ୍ୟା ମଧ୍ୟ ୨୨୧୫୯ ଏବଂ ୨୨୧୬୦ ହୋଇଗଲା । ବର୍ତ୍ତମାନ ଏହି ଟ୍ରେନ୍ ପ୍ରାୟ ୨୨ ଘଣ୍ଟା ମଧ୍ୟରେ ୧୨୮୪ କିଲୋମିଟର ଦୂରତା ଅତିକ୍ରମ କରିବାରେ ସକ୍ଷମ ହୋଇଛି । 


ଏହି ଟ୍ରେନ MGR Chennai Central ରୁ ଛାଡିବା ପରେ ଆରାକୋନମ, ତିରୁତାନି, ପୁଟ୍ଟୁର, ରେଣିଗୁଣ୍ଟା, କୋଡୁରୁ, ରାଜାମପେଟା, Kadapa Yerraguntla Junction, ତଡି ପୁଟ୍ରୀ ,ଗୁଟି ଜଙ୍କସନ, ଗୁଣ୍ଟାକଲ ଜଙ୍କସନ, ଆଦୋନି, ମନ୍ତ୍ରାଳୟମ ରୋଡ୍, ରାଇଚୁର୍, ୟାଦଗିର୍, ୱାଡି ଜଙ୍କସନ,କଲାବୁର୍ଗୀ ଜଙ୍କସନ, ସୋଲାପୁର,  କୁରୁଦୁଭାଡି ଜଙ୍କସନ, Daund Junction, ପୁଣେ ଜଙ୍କସନ, ଖଡକି, Lonavala, କଲ୍ୟାଣ ଜଙ୍କସନ ଓ ଦାଦର ହୋଇ Chhatrapati Shivaji Maharaj ଟର୍ମିନାଲରେ ପହଞ୍ଚିଥାଏ।


ଇଂରେଜ ଶାସକ ଯେତେବେଳେ ଏହି ଟ୍ରେନ୍ ଆରମ୍ଭ କରିଥିଲେ, ସେତେବେଳେ ଏହା ଏକ ଛୋଟ ଟ୍ରେନ୍ ଥିଲା । ବର୍ତ୍ତମାନ ଏହି ଟ୍ରେନ୍ ୧୮ ଟି କୋଚ୍ ସହିତ ଏକ ଲମ୍ବା ଟ୍ରେନ୍ ପାଲଟିଛି । ପ୍ରାରମ୍ଭରେ ଏହି ଟ୍ରେନ୍ ଏକ ବାଷ୍ପ ଇଞ୍ଜିନ୍ ଦ୍ୱାରା ଚଳାଚଳ କରୁଥିଲା। ଏହା ପରେ ଏଥିରେ ଏକ ଡିଜେଲ ଇଞ୍ଜିନ୍ ଲଗାଯାଇଥିଲା । 


Also Read: Lamborghini Car: Swift ଗାଡିକୁ Lamborghiniରେ ପରିଣତ କଲେ ମେକାନିକ୍ , ସିଏମଙ୍କୁ ଦେଲେ ଗିପ୍ଟ


Also Read: Padma Bhushan Award: ଆମେରିକାରେ ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ, ଜାଣନ୍ତୁ କ'ଣ କହିଲେ Google CEO


Also Read: Indian Railway: ୩୦ ପ୍ରତିଶତ ଯାତ୍ରୀ ଭଡ଼ା ହ୍ରାସ କରିବ ରେଳବାଇ! ଜାଣନ୍ତୁ କାରଣ...