Indian Railway: ୩୦ ପ୍ରତିଶତ ଯାତ୍ରୀ ଭଡ଼ା ହ୍ରାସ କରିବ ରେଳବାଇ! ଜାଣନ୍ତୁ କାରଣ...
Advertisement
Article Detail0/zeeodisha/odisha1467939

Indian Railway: ୩୦ ପ୍ରତିଶତ ଯାତ୍ରୀ ଭଡ଼ା ହ୍ରାସ କରିବ ରେଳବାଇ! ଜାଣନ୍ତୁ କାରଣ...

Indian Railway  News:  ଉନ୍ନତ ମାନର କୋଚ୍ ଏବଂ କାର୍ଯ୍ୟକ୍ଷମ ଟୁର୍ ପ୍ୟାକେଜ୍ ସାହାଯ୍ୟରେ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାର ପ୍ରୟାସର ଏକ ଅଂଶ ଭାବେ ଭାରତ ଗୌରବ ଟ୍ରେନ୍ ଲଞ୍ଚ କରିଥିଲା ଭାରତୀୟ ରେଳବାଇ। 

Indian Railway: ୩୦ ପ୍ରତିଶତ ଯାତ୍ରୀ ଭଡ଼ା ହ୍ରାସ କରିବ ରେଳବାଇ! ଜାଣନ୍ତୁ କାରଣ...

Bharat Gaurav Train: ଯାତ୍ରୀ ଭଡ଼ାକୁ ନେଇ ଭାରତୀୟ ରେଳବାଇ ପକ୍ଷରୁ ମିଳିଛି ଏକ ବଡ଼ ଖବର। ଯାତ୍ରୀ ଅଭାବରୁ ପ୍ରଭାବିତ ଭାରତ ଗୌରବ ଟ୍ରେନ ଭଡା ୨୦-୩୦ ପ୍ରତିଶତ ହ୍ରାସ ହୋଇପାରେ। ହେଲେ ଭାରତ ଗୌରବ ଟ୍ରେନ ଯାତ୍ରୀ ଭଡ଼ା ହ୍ରାସ କରିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଏନେଇ ମିଳିଥିବା ସୂଚନା ଅନୁସାରେ ଏହି ଟ୍ରେନ ଭଡା ଅଧିକ ଥିବାରୁ ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଅତି କମରେ ଦୁଇଟି ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ ବାତିଲ କରିବାକୁ ବାଧ୍ୟ ହୋଇଛି।

ଭାରତ ଗୌରବ ଟ୍ରେନ (Bharat Gaurav Train) ଯାତ୍ରୀ ଭଡ଼ା ହ୍ରାସ (Passenger Fares) କରିବାକୁ ଭାରତୀୟ ରେଳବାଇ (Indian Railway) ପକ୍ଷରୁ ଆଇଆରସିଟିସି (IRCTC) ପର୍ଯ୍ୟନ୍ତ ଅନୁମୋଦନ ସେବା ଆରମ୍ଭ ହେବାର ଗୋଟିଏ ବର୍ଷ ପରେ ଆସିଛି। ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (Indian Railway Catering and Tourism Corporation) ଏ ପର୍ଯ୍ୟନ୍ତ ସ୍ୱଦେଶ ଦର୍ଶନ ଯୋଜନା (Swadesh Darshan Scheme) ଆଧାରରେ ରାମାୟଣ ସର୍କିଟ ମାର୍ଗରେ (Ramayan Circuit Route) କେବଳ ଏହି ଟ୍ରେନ ଚଳାଇବାରେ ସଫଳ ହୋଇଛି। ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ (Bharat Gaurav Paryatan Train) ୧୮ ଦିନର ପ୍ୟାକେଜ୍ ପାଇଁ AC-III ଶ୍ରେଣୀର ଭଡା ହେଉଛି ୬୨ ହଜାର ଟଙ୍କା।

ଉନ୍ନତ ମାନର କୋଚ୍ ଏବଂ କାର୍ଯ୍ୟକ୍ଷମ ଟୁର୍ ପ୍ୟାକେଜ୍ ସାହାଯ୍ୟରେ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାର ପ୍ରୟାସର ଏକ ଅଂଶ ଭାବେ ଭାରତ ଗୌରବ ଟ୍ରେନ୍ ଲଞ୍ଚ କରିଥିଲା ଭାରତୀୟ ରେଳବାଇ (Indian Railway)। ହେଲେ ଅତିରିକ୍ତ ଭଡା ଏହାକୁ ଏକ 'ବିଳାସପୂର୍ଣ୍ଣ ବ୍ରାଣ୍ଡ' ଭାବେ ଏକ ବିଭାଗରେ ସୀମିତ ରଖିଛି। ଏହି ଟ୍ରେନର ସ୍ଲିପର ଏବଂ ଏସି-ତୃତୀୟ ଶ୍ରେଣୀ ଭଡା ୨୦-୩୦ ପ୍ରତିଶତ କମ କରିବା ପାଇଁ ଅନୁମୋଦନ କରାଯାଇଛି। ଆଇଆରସିଟିସି ଖୁବ ଶୀଘ୍ର ଯାତ୍ରୀ ଭଡ଼ା ହ୍ରାସ କରିବା ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଅତିକମରେ ୨୦-୩୦ ପ୍ରତିଶତ ଭଡା ହ୍ରାସ କରାଯିବ। ଏହା ପରେ ପର୍ଯ୍ୟଟନ ପରିଚାଳକ ଏ ସମ୍ପର୍କରେ ଘୋଷଣା କରିବେ।

ଏନେଇ ପ୍ରତିକ୍ରିୟା ରଖି ଜଣେ ରେଳବାଇ ଅଧିକାରୀ କହିଛନ୍ତି ଯେ ନିକଟରେ ଭାରତ ଗୌରବ ସ୍ୱତନ୍ତ୍ର ଶ୍ରୀ ଜଗନ୍ନାଥ ଯାତ୍ରା ଏବଂ ରାମାୟଣ ସର୍କିଟ ଭାରତ ଗୌରବ ଟ୍ରେନ ଯାତ୍ରୀଙ୍କ ଅଭାବ ହେତୁ ବାତିଲ କରା ଯାଇଥିଲା। ଏହା ଦ୍ୱାରା ବହୁ ପରିମାଣରେ ରାଜସ୍ୱ ମଧ୍ୟ କ୍ଷତି ହୋଇଛି। ଏହି ସମସ୍ୟା ରେଳ ମନ୍ତ୍ରଣାଳୟ ସାମ୍ନାରେ ରଖାଯାଇଛି। ଭାରତ ଗୌରବ ଟ୍ରେନ ଭଡା ଶସ୍ତା ହେବାକୁ ଯାଉଥିବାରୁ ଆଗାମୀ ଦିନରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ବଢିପାରେ ବୋଲି ଆଶା କରୁଛି ରେଳବାଇ।