ଋଷ ସହ ମିଶି ଚୀନର ସ୍ୱପ୍ନକୁ ଭାଙ୍ଗି ଚୂରମାର କରିବ ଭାରତ, ଜାଣନ୍ତୁ କ`ଣ ରହିଛି ପ୍ଲାନ୍
Chennai-Vladivostok Maritime Corridor: ଭ୍ଲାଦିଭୋଷ୍ତୋକ ଋଷର ପୂର୍ବରେ ଥିବା ଏକ ବନ୍ଦର ସହର ଯାହା ଚୀନ ଓ ଦକ୍ଷିଣ କୋରିଆର ସୀମା ସହିତ ଲାଗିଛି । ଏହି ସ୍ଥାନଟି ଟ୍ରାନ୍ସ-ସର୍ବିଆ ରେଲୱେର ଟର୍ମିନାସ୍ ଯାହା ଏହାକୁ ମସ୍କୋ ସହିତ ସଂଯୋଗ କରେ...
ମସ୍କୋ: Chennai-Vladivostok Maritime Corridor: ଭ୍ଲାଦିଭୋଷ୍ତୋକ (Vladivostok) ଋଷ (Russia) ର ସେହି ସହର ଯାହା ଉପରେ ଚୀନ (China) ର ସର୍ବଦା ନଜର ରହିଆସିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ବୁଧବାର ଏଠାରେ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚୀନ ନିଜର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ପଠାଇଛି । ଏହି କଥାରୁ ଅନୁମାନ କରାଯାଇପାରେ ଯେ ଚୀନ ବର୍ତ୍ତମାନ ଏହି ଅଂଶକୁ ନେଇ ଚିନ୍ତିତ ହୋଇପଡିଛି । ଋଷର ପୂର୍ବରେ ଅବସ୍ଥିତ ଏହି ସ୍ଥାନ ସହ ଭାରତ (India) ର ଅନେକ ହିତ ଜଡ଼ିତ ରହିଛି । ଆପଣ ଏହାକୁ ଋଷର ବାଲୁଚିସ୍ତାନ ମଧ୍ୟ କହିପାରିବେ । ଅର୍ଥାତ୍ ଋଷର ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ସମ୍ବଳର ଅଭାବ ନାହିଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ୍ ଭାବରେ ବ୍ୟବହାର ହୋଇପାରିନାହିଁ । ଭାରତ ବର୍ତ୍ତମାନ ଏହି ସ୍ଥାନରେ ନିଜ ହିତ ପାଇଁ ଏପରି ଏକ ଯୋଜନା ପ୍ରସ୍ତୁତ କରିଛି, ଯାହା ଚୀନର ଦଖଲ କରିବାର ସ୍ୱପ୍ନକୁ ଭାଙ୍ଗି ଚୂରମାର କରିଦେବ ।
ଭାରତର ପ୍ଲାନ୍ ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ଏହି ସହର କେଉଁଠାରେ ଅବସ୍ଥିତ । ଭ୍ଲାଦିଭୋଷ୍ତୋକ ଋଷର ପୂର୍ବରେ ଥିବା ଏକ ବନ୍ଦର ସହର ଯାହା ଚୀନ ଓ ଦକ୍ଷିଣ କୋରିଆର ସୀମା ସହିତ ଲାଗିଛି । ଏହି ସ୍ଥାନଟି ଟ୍ରାନ୍ସ-ସର୍ବିଆ ରେଲୱେର ଟର୍ମିନାସ୍ ଯାହା ଏହାକୁ ମସ୍କୋ ସହିତ ସଂଯୋଗ କରେ । ଯଦି ଆପଣ ଋଷର ରାଜଧାନୀ ମସ୍କୋରୁ ଟ୍ରେନ୍ ଯୋଗେ ଏଠାକୁ ଯାଆନ୍ତି ତେବେ ଏକ ସପ୍ତାହ ମଧ୍ୟରେ ଭ୍ଲାଦିଭୋଷ୍ତୋକ ପହଞ୍ଚିଯିବେ । ଭ୍ଲାଡିଭୋଷ୍ତୋକ ମଧ୍ୟ ଜାପାନର ସମୁଦ୍ର ସହିତ ଉପକୂଳ ସୀମା ସହ ଲାଗିଛି । ଏଠାରେ ଏକ ସେଣ୍ଟ୍ରାଲ ସ୍କ୍ୱାୟର ମଧ୍ୟ ଅଛି । ଏହି ସେଣ୍ଟ୍ରାଲ ସ୍କ୍ୱାୟରରେ ପ୍ରତିବର୍ଷ ସେହି ଋଷର ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥାଏ, ଯେଉଁମାନେ ଜାପାନ ସହିତ ଯୁଦ୍ଧରେ ପ୍ରାଣ ହରାଇଥିଲେ । ଏହି ଅଞ୍ଚଳ ପୂର୍ବ ଚୀନ୍ ସାଗରର ବହୁତ ନିକଟତର, ଯାହା ଉପରେ ଉଭୟ ଚୀନ ଓ ଜାପାନ ନିଜ ଅଞ୍ଚଳ ବୋଲି ଦାବି କରିଥାଏ ।
ଚୀନ ସର୍ବଦା ସମ୍ବଳ ସମୃଦ୍ଧ ଅଞ୍ଚଳ ଉପରେ ଖରାପ ନଜର ରଖିଥାଏ । ଚୀନର ଯୋଜନାକୁ ଭଣ୍ଡୁର କରିବା ପାଇଁ ଭାରତ ଯେଉଁ ପ୍ଲାନ ପ୍ରସ୍ତୁତ କରିଛି, ତାହାର ନାମ ହେଉଛି ଚେନ୍ନାଇ-ଭ୍ଲାଦିଭୋଷ୍ତୋକ ମାରିଟାଇମ୍ କରିଡର (Chennai-Vladivostok Maritime Corridor) । ଏହି କରିଡର ମାଧ୍ୟମରେ ତାମିଲନାଡୁର ରାଜଧାନୀ ଚେନ୍ନାଇକୁ ଋଷର ଏହି ସହର ସହିତ ଯୋଡ଼ା ଯିବ । ଏହି ନୂତନ ସମୁଦ୍ର ପଥ (Sea Route) ପରେ ଋଷ ଓ ଭାରତ ମଧ୍ୟରେ ପରିବହନ ପାଇଁ ମାତ୍ର ୨୪ ଦିନର ସମୟ ହିଁ ଲାଗିବ । ବର୍ତ୍ତମାନ ୟୁରୋପ ଦେଇ ଆସୁଥିବା ସାମଗ୍ରୀ ଭାରତ ଓ ଋଷରେ ପହଞ୍ଚିବା ପାଇଁ ୪୦ ଦିନ ଲାଗେ । ୨୦୧୯ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମରେ ଯୋଗ ଦେଇଥିଲେ, ସେତେବେଳେ ଏହା ଉପରେ ଚର୍ଚ୍ଚା କରାଯାଇଥିଲା । ଋଷର ଏହି ଅଂଶର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ୧ ବିଲିୟନ ଡଲାର ଆର୍ଥିକ ସହାୟତାର ଘୋଷଣା କରିଥିଲେ ।
ଏହା ବି ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୨୦୨୩ରେ ବଢ଼ିବ ଦରମା!
ଏହା ବି ପଢ଼ନ୍ତୁ:-ନୀତିଶ କୁମାରଙ୍କୁ ପ୍ରଶାନ୍ତ କିଶୋରଙ୍କ ଜବାବ; ମୁଁ ଆପଣଙ୍କର ଝଣ୍ଡା ନେଇ ବୁଲିବାକୁ ପ୍ରସ୍ତୁତ, କିନ୍ତୁ ଗୋଟିଏ ସର୍ତ୍ତ...
ଏହା ବି ପଢ଼ନ୍ତୁ:-ଲୋକସଭା ନିର୍ବାଚନ ୨୦୨୪: ପଦ ଏକ, ଦାବିଦାର ଅନେକ, ଜାଣନ୍ତୁ ଏସବୁ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ମଜବୁତ ଦାବିଦାର କିଏ?
ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଭ୍ଲାଦିଭୋଷ୍ତୋକ ହେଉଛି ପ୍ରାକୃତିକ ସମ୍ପଦର ଏକ ଭଣ୍ଡାର । ଏହା ପରେ ମଧ୍ୟ ଋଷ ଅର୍ଥ ବ୍ୟବସ୍ଥାରେ ଏହା ମାତ୍ର ପାଞ୍ଚ ପ୍ରତିଶତ ଯୋଗଦାନ କରିବାରେ ସକ୍ଷମ ହୋଇପାରିଛି । ଏହା ବ୍ୟତୀତ ଏଠାକାର ଲୋକଙ୍କ ଜୀବନ ଶୈଳୀ ଋଷର ଅନ୍ୟ ଅଞ୍ଚଳର ଲୋକଙ୍କ ଜୀବନଧାରଣ ଠାରୁ ବହୁତ କମ୍ ଅଟେ । ୧୯୯୦ ଦଶକରେ ଯେତେବେଳେ ସୋଭିଏତ୍ ସଂଘର ପତନ ହେଲା, ଅନେକ ଲୋକ ଭ୍ଲାଦିଭୋଷ୍ତୋକ ଛାଡି ପଳାଇଥିଲେ । ସୋଭିଏତ୍ ସଂଘର ପତନ ପରେ ଭ୍ଲାଦିଭୋଷ୍ତୋକରେ ଭାରତ ପ୍ରଥମ ଦୂତାବାସ ଖୋଲିଥିଲା । ଏହା ସତ୍ତ୍ୱେ ଭାରତ ଏଠାରେ କେବେ ନିବେଶ କରିନଥିଲା । ୧୯୯୦ ମସିହାରେ ଶାଖଲିନରେ ଭାରତ ୨୦ ପ୍ରତିଶତ ଅଂଶଧନ କିଣିଥିଲା । ଏହା ଭାରତର ଏକମାତ୍ର ନିବେଶ ଥିଲା ।