ନୂଆଦିଲ୍ଲୀ: Aadhaar Card New Rule: ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ (Aadhaar Card) ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଥାଏ । ଆଧାର କାର୍ଡ ତିଆରି ପାଇଁ ନିୟମରେ ଏକ ବଡ ପରିବର୍ତ୍ତନ କରାଯାଇଛି । ବାସ୍ତବରେ, ଆଧାର କାର୍ଡ ଆଜିର ସମୟରେ ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟରେ ପାଲଟିଛି । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆଧାର ତିଆରି କରିବାର ପ୍ରକ୍ରିୟା ବଦଳାଇ ଦେଇଛି । UIDAI ନିଜେ ଏହି ସୂଚନା ଦେଇଛି ଓ ଆପଣ କିପରି ଆଧାର କାର୍ଡ ତିଆରି କରିପାରିବେ ତାହା କହିଛନ୍ତି । ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ...ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଆଧାର କାର୍ଡ (Aadhaar Card) ମଧ୍ୟ ତିଆରି କରାଯାଇଥାଏ, ଯାହାକୁ ବାଲ ଆଧାର କାର୍ଡ (Child Aadhaar Card) କୁହାଯାଏ । ତଥାପି, ଏଥିପାଇଁ ଆବେଦନ ପାଇଁ ଅଲଗା ନିୟମ ସ୍ଥିର କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ଆଧାର ପ୍ରଦାନକାରୀ ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି (UIDAI) ଶିଶୁମାନଙ୍କ ପାଇଁ ଜାରି କରାଯାଉଥିବା ଆଧାର କାର୍ଡ (Baal Aadhaar Card) ରେ କିଛି ବିଶେଷ ପରିବର୍ତ୍ତନ କରିଛି । ଶିଶୁମାନଙ୍କର ପିତାମାତା ବର୍ତ୍ତମାନ ଜନ୍ମ ପ୍ରମାଣପତ୍ର କିମ୍ବା ସେହି ଡାକ୍ତରଖାନା ଦ୍ୱାରା ଜାରି ସ୍ଲିପ୍ ଦାଖଲ କରି ଶିଶୁ ଆଧାର କାର୍ଡ ପାଇଁ ଆବେଦନ କରିପାରିବେ । 


ବାୟୋମେଟ୍ରିକ୍ସର ଆବଶ୍ୟକତା ହଟାଇବାକୁ UIDAI ନେଲା ନିଷ୍ପତ୍ତି


ସୂଚନାଯୋଗ୍ୟ, ପାଞ୍ଚ ବର୍ଷରୁ କମ୍ ଶିଶୁମାନଙ୍କ ପାଇଁ ବାଲ ଆଧାର ପ୍ରଦାନ କରାଯାଥାଏ । ଅବଶ୍ୟ ନିୟମ ଅନୁଯାୟୀ, ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ଆଖିର ରେଟିନା ଓ ହାତର ପାଞ୍ଚ ଆଙ୍ଗୁଠିର ଫିଙ୍ଗର ପ୍ରିଣ୍ଟ ଛାପ ଦେବା ଆବଶ୍ୟକ ହେବ ନାହିଁ । UIDAI ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ବାୟୋମେଟ୍ରିକ୍ ଆବଶ୍ୟକତାକୁ ଦୂର କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଯେତେବେଳେ ଶିଶୁଙ୍କୁ ପାଞ୍ଚ ବର୍ଷ ବୟସ ହେବ ସେତେବେଳେ ଏହା ଆବଶ୍ୟକ ହେବ । ଏଥି ସହିତ, ଏହା ପରେ ଶିଶୁର କାର୍ଡ ସାଧାରଣ ଆଧାର କାର୍ଡ ପରି ହେବ ।


ଆବେଦନ ପାଇଁ ଏହି ଜିନିଷଗୁଡ଼ିକର ହେବ ଆବଶ୍ୟକ


ଆବେଦନ ସମୟରେ ଆପଣଙ୍କୁ ପାସପୋର୍ଟ, ପାନ୍ କାର୍ଡ, ଭୋଟର ID, ଡ୍ରାଇଭିଂ ଲାଇସେନ୍ସ, NREGA ଜୋବ୍ କାର୍ଡ, ରେସନ କାର୍ଡ ଦରକାର ହେବ ।


ଶିଶୁ ଆଧାର ପାଇଁ କିପରି ଆବେଦନ କରିବେ 


୧. ସର୍ବପ୍ରଥମେ UIDAI ୱେବସାଇଟ୍ କୁ ଯାଆନ୍ତୁ ।


୨. ଏଠାରେ ଆପଣଙ୍କୁ ଆଧାର କାର୍ଡ ପଞ୍ଜୀକରଣର ବିକଳ୍ପ ଚୟନ କରିବାକୁ ହେବ ଓ ଶିଶୁଙ୍କ ସମ୍ବନ୍ଧୀୟ ସୂଚନା ପୂରଣ କରିବାକୁ ପଡିବ ।


୩. ଠିକଣା, ସ୍ଥାନ, ରାଜ୍ୟ ଦାଖଲ କରନ୍ତୁ ଓ ଆବେଦନକୁ ଜମା କରନ୍ତୁ ।


୪. ପଞ୍ଜୀକରଣ କାର୍ଯ୍ୟସୂଚୀ ପାଇଁ ଅପାଇଣ୍ଟମେଣ୍ଟ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।


୫. ନିକଟତମ ଏନରୋଲମେଣ୍ଟ କେନ୍ଦ୍ର ଚୟନ କରନ୍ତୁ, ଦିଆଯାଇଥିବା ତାରିଖରେ ଯାଇ ଶିଶୁ ଆଧାର କାର୍ଡ ତିଆରି କରିନିଅନ୍ତୁ ।


ଏନରୋଲମେଣ୍ଟ କେନ୍ଦ୍ରରେ ତିଆରି ହେବ ଆଧାର


ଏନରୋଲମେଣ୍ଟ ସେଣ୍ଟରରେ ପ୍ରୁଫ୍ ଅଫ୍ ଆଇଡେଣ୍ଟିଟି (POI), ପ୍ରୁଫ୍ ଅଫ୍ ଠିକଣା (POA), ପ୍ରୁଫ୍ ଅଫ୍ ରିଲେସନସିପ୍ (POR) ଏବଂ ଜନ୍ମ ତାରିଖ (DOB) ଭଳି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ନେଇଯାଆନ୍ତୁ । କେନ୍ଦ୍ରରେ ଉପସ୍ଥିତ ଥିବା ଆଧାର ଅଧିକାରୀଙ୍କ ଦ୍ୱାରା ସମସ୍ତ ଡକ୍ୟୁମେଣ୍ଟ୍ ଯାଞ୍ଚ କରନ୍ତୁ । ଯଦି ଆପଣଙ୍କର ପିଲା ପାଞ୍ଚ ବର୍ଷରୁ ଅଧିକ ତେବେ ବାୟୋମେଟ୍ରିକ୍ ତଥ୍ୟ ନିଆଯିବ । ମାତ୍ର ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବାୟୋମେଟ୍ରିକ୍ ତଥ୍ୟ ଆବଶ୍ୟକ ହେବ ନାହିଁ, କେବଳ ଡେମୋଗ୍ରାଫିକ୍ ଡେଟା ଓ ଚେହେରା ଚିହ୍ନଟ ଆବଶ୍ୟକ ହେବ ।


୯୦ ଦିନରେ ଆସିବ ବାଲ ଆଧାର


ଏହି ପ୍ରକ୍ରିୟା ପରେ ଅଭିଭାବକମାନେ ସେମାନଙ୍କର ଆବେଦନ ପ୍ରକ୍ରିୟାକୁ ଟ୍ରାକ୍ କରିବା ପାଇଁ ଏକ ଏକନୋଲେଜମେଣ୍ଟ ନମ୍ବର ପାଇବେ । ଏହା ପରେ ୬୦ ଦିନ ମଧ୍ୟରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ SMS ମିଳିବ । ୯୦ ଦିନ ମଧ୍ୟରେ ବାଲ ଆଧାର କାର୍ଡ ଆପଣଙ୍କ ପାଖରେ ପହଞ୍ଚିବ ।


ଏହା ବି ପଢ଼ନ୍ତୁ:-ଭାରତକୁ ନେଇ ପାକିସ୍ତାନର ଏହି ନିଷ୍ପତ୍ତିରେ ତାଲିବାନ ଖୁସ୍


ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ୨୭୯୬ ସଂକ୍ରମିତଙ୍କ ମୃତ୍ୟୁ


ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ଯୌନ ସ୍ୱାସ୍ଥ୍ୟ ହୋଇଯିବ ଖରାପ!


ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍