ବରେଲୀ:  ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର। ଶ୍ରୀରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଅବସରରେ ଆରମ୍ଭ ହୋଇଛି ନିଧି ସଂଗ୍ରହ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ରାମଲଲାଙ୍କ ପବିତ୍ର ମନ୍ଦିର ନିର୍ମାଣ ପାଇଁ ଦେଶର କୋଣ ଅନୁକୋଣରୁ ଦାନ ସଂଗ୍ରହ କରାଯାଉଛି । ତେବେ ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶର ବରେଲି ଅଞ୍ଚଳର ପ୍ରାୟ ୧୦୮ ଜଣ ଶିଶୁ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ନିଜର ସଞ୍ଚିତ କରିଥିବା ଧନ ଅର୍ଥାତ୍ କୁମ୍ପି ଭାଙ୍ଗିଦେଇଥିବା ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ଅଯୋଧ୍ଯା (Ayodhya)ରେ ନିର୍ମାଣ ହେବାକୁ ଯାଉଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର (Ram Mandir) ପାଇଁ ନିଜର ଆସ୍ଥାନୁଯାୟୀ ଓ ସକ୍ଷମ ଅନୁଯାୟୀ ଧନରାଶି ପ୍ରଦାନ କରୁଛନ୍ତି । କେବଳ ଏତିକି ନୁହେଁ ଭାରତର ପ୍ରଥମ ନାଗରିକ ଭାବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath Kovind) ମଧ୍ୟ ରାମମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ସେହିପରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ (State Chief Minister) ମାନେ ବି ବହୁ ମାତ୍ରାରେ ଦାନ କରିଛନ୍ତି । 


Also Read: Whatsapp New Update: ଭିଡିଓରେ ଯୋଡି଼ହେଲା ଆଉ ଏକ ନୂଆ ଫିଚର୍


ମାତ୍ର ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ଆସିଥିବା ଏହି ଖବରକୁ ନେଇ ଖୁବ ଚର୍ଚ୍ଚା ଲାଗିରହିଛି । ସୂଚନାନୁସାରେ, ନିଧି ସଂଗ୍ରହ ଅଭିଯାନ (Nidhi Sangrah Campaign) ରେ ବରେଲି ଅଞ୍ଚଳର କୃଷ୍ଣଲୀଳା କମ୍ପଲେକ୍ସ ଆଖପାଖ ଅଞ୍ଚଳର ପ୍ରାୟ ୧୦୮ ଶିଶୁ ନିଜର କୁମ୍ପିରେ ସଞ୍ଚିତ କରିରଖିଥିବା ଧନରାଶିକୁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରି ଦେଇଛନ୍ତି । ଏହି କୁନି କୁନି ନିଷ୍ପାପ ଶିଶୁ ମାନେ ନିଜର ସଞ୍ଚିତ ଧନକୁ ବିଶ୍ୱ ହିନ୍ଦୁ ପରିଷଦ (Vishva Hindu Parishad) ସଂଗଠନର ସଦସ୍ୟ ରମାଶଙ୍କରଙ୍କୁ ପ୍ରଦାନ କରିଛନ୍ତି । ଏହି ଖବର ପ୍ରଚାର ହେବା ପରେ ଚାରିଆଡୁ ଶିଶୁଙ୍କ ଏଭଳି ଉଦ୍ୟମକୁ ନେଇ ବେଶ ପ୍ରଶଂସା କରାଯାଉଛି।


Also Read: ଦୂତି ସ୍ପୋର୍ଟସ ଓ୍ୱି ମ୍ୟାନ ଅଫ ଦ ଇୟର ପାଇଁ ମନୋନୀତ


ଏହି ଶିଶୁଙ୍କ ଇଶ୍ୱରଙ୍କ ପ୍ରତି ଭଲପାଇବା ଓ ଆତ୍ମୀୟତା ଦେଖି ନିଧି ସଂଗ୍ରହ କ୍ୟାମ୍ପର ଅଧିକାରୀ ମାନେ ଶିଶୁଙ୍କୁ ଓ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି । ଧର୍ମ ପ୍ରତି ଶିଶୁଙ୍କ ମନରେ ଜାଗରଣ ସୃଷ୍ଟି କରିବାକୁ ପଡୁଥିବା ବେଳେ ଏହି ଶିଶୁଙ୍କ ଦାନ ଏହା ସୂଚାଇ ଦେଉଛି ଯେ, ଏମାନେ ହିଁ ପ୍ରକୃତରେ ଭାରତ (India) ର ପରିଚୟ ।