ଦୂତି ସ୍ପୋର୍ଟସ ଓ୍ୱି ମ୍ୟାନ ଅଫ ଦ ଇୟର ପାଇଁ ମନୋନୀତ
Advertisement
Article Detail0/zeeodisha/odisha845216

ଦୂତି ସ୍ପୋର୍ଟସ ଓ୍ୱି ମ୍ୟାନ ଅଫ ଦ ଇୟର ପାଇଁ ମନୋନୀତ

ବ୍ରିଟିସ ବ୍ରଡକାଷ୍ଟ କର୍ପୋରେସନ ବା BBC ପକ୍ଷରୁ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଥାଏ । 

ଦୂତି ସ୍ପୋର୍ଟସ ଓ୍ୱି ମ୍ୟାନ ଅଫ ଦ ଇୟର ପାଇଁ ମନୋନୀତ

ନୂଆଦିଲ୍ଲୀ: ବିବିସି ସ୍ପୋର୍ଟସ ଓ୍ୱମ୍ୟାନ ଅଫ ଦି ଇୟର (BBC Sports Woman of the Year) ପାଇଁ ୫ ଜଣ ମହିଳା କ୍ରିଡାବିତଙ୍କ ନାମ ମନୋନୀତ ହୋଇଛି । ଏହା ମଧ୍ୟରେ ଓଡ଼ିଆ ସ୍ପ୍ରିଣ୍ଟର (Odia Sprinter) ଦୂତି ଚାନ୍ଦଙ୍କ (Dutee Chand) ନାଁ ମଧ୍ୟ ରହିଛି। ଦୂତିଙ୍କ ସହିତ ସୁଟର ମନୁ ଭାକର (Shooter Manu Bhaker) , ହକି ତାରକା ରାଣୀ ରାମପାଲ (Rani Rampal), କୁସ୍ତିଯୋଦ୍ଧା ବିନେଶ ଫୋଗାଟ (Vinesh Phogat) ଓ ଚେସ ତାରକା କୋନେରୁ ହାମ୍ପିଙ୍କ (Koneru Hampy) ନାମ ମନୋନୀତ ହୋଇଛି । 

ଅଧିକ ପଢନ୍ତୁ: 7th pay commission: ସରକାର ଦେବାକୁ ଯାଉଛନ୍ତି ବଡ଼ ଉପହାର, ବଢିପାରେ ଆପଣଙ୍କ ଦରମା

ସୂଚନାଯୋଗ୍ୟ ବ୍ରିଟିସ ବ୍ରଡକାଷ୍ଟ କର୍ପୋରେସନ ବା BBC ପକ୍ଷରୁ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଥାଏ । ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ପୁରସ୍କାର ବିଶେଷ କରି ମହିଳାଙ୍କୁ ପ୍ରତ୍ସାହନ ପାଇଁ ଘୋଷଣା କରାଯାଇଥାଏ । ଗତବର୍ଷ ଅଲମ୍ପିକ ମେଡାଲିଷ୍ଟ ପିଭି ସିନ୍ଧୁ ହାତେଇଥିଲେ । ସେହିପରି ପିଟି ଉଷାଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ଘୋଷଣା କରାଯାଇଥିଲା । ଏହି ପୁରସ୍କାର ରାଶି ପାଇଁ ଏକ BBC ଦ୍ୱାରା ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ କ୍ରିଡ଼ା ସାମ୍ବାଦିକ, ଏକ୍ସପର୍ଟ ଓ କ୍ରୀଡ଼ା ଲେଖକଙ୍କୁ ସ୍ଥାନ ଦିଆଯାଇଛି । 

ଆସନ୍ତା ୨୪ ତାରିଖ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଏହି ଭୋଟିଂ ପ୍ରକ୍ରିୟା ଜାରି ରହିବ । ଭୋଟିଂ ଆଧାରରେ ପୁରସ୍କାର ବିଜେତାଙ୍କ ନାମ ଆସନ୍ତା ମାର୍ଚ୍ଚ ୮ ତାରିଖରେ ଘୋଷଣା କରାଯିବ । ସେପଟେ ଦୂତିଙ୍କ ନାମ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ଅଧିକ ପଢନ୍ତୁ: ଫେବୃଆରୀ ୨୬ରେ ପୁଣି 'ଭାରତ ବନ୍ଦ'!

ସୂଚନା ଯୋଗ୍ୟ ଦେଶର ପ୍ରମୁଖ ସ୍ପ୍ରିଣ୍ଟରଙ୍କ ମଧ୍ୟରେ ଦୂତି ଅନ୍ୟତମ । ପୂର୍ବରୁ ଦୂତି ଏସିଆନ ଗେମରେ ରୌପ୍ୟ ପଦକ ହାତେଇ ସାରିଥିବା ବେଳେ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡ ମଧ୍ୟ ଦୂତିଙ୍କ ନାମରେ ରହିଛି । ଏହା ସହିତ ୨୦୧୬ ମସିହାରେ ରିଓ ଅଲମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଥିଲେ ।