Whatsapp New Update: ଭିଡିଓରେ ଯୋଡି଼ହେଲା ଆଉ ଏକ ନୂଆ ଫିଚର୍
Advertisement

Whatsapp New Update: ଭିଡିଓରେ ଯୋଡି଼ହେଲା ଆଉ ଏକ ନୂଆ ଫିଚର୍

ନିଜର ସତ୍ତା ବଞ୍ଚାଇବାକୁ ଯାଇ ହ୍ୱାଟସଆପ ଏବେ ଭଳିକି ଭଳି ଲୋଭନୀୟ ଫିଚର ଲଞ୍ଚ କରିବାରେ ଲାଗିଛି Whatsapp ।

Whatsapp New Update: ଭିଡିଓରେ ଯୋଡି଼ହେଲା ଆଉ ଏକ ନୂଆ ଫିଚର୍

ନୂଆଦିଲ୍ଲୀ:  ପପୁଲାର ମେସେଜିଂ ଆପ୍ ହ୍ୱାଟସଆପ୍ ର ପ୍ରାଇଭେସି ପଲିସି ଘୋଷଣା ପରେ କମ୍ପାନୀ ସିନା ନିଜ ନିଷ୍ପତ୍ତି ଉପରେ କିଛିଦିନର ସ୍ଥଗିତାଦେଶ ଜାରି କରିଛି ହେଲେ ଆପରୁ ୟୁଜର୍ସ ମାନେ ଧିରେ ଧିରେ ମୁହଁ ଫେରାଇବାରେ ଲାଗିଛନ୍ତି । ଏକଥା ଆମେ ନୁହେଁ ସୋସିଆଲ ମିଡିଆରେ ନୂଆକରି ଏଣ୍ଟ୍ରି କରିଥିବା ମେସେଜିଂ ଆପ୍ ଟେଲିଗ୍ରାମ ଓ ସିଗନାଲ ଆପର୍ ଦିନକୁ ଦିନ ବଢୁଥିବା ୟୁଜର୍ସଙ୍କ ସଂଖ୍ୟା କହୁଛି । ତେବେ ନିଜର ସତ୍ତା ବଞ୍ଚାଇବାକୁ ଯାଇ ହ୍ୱାଟସଆପ ଏବେ ଭଳିକି ଭଳି ଲୋଭନୀୟ ଫିଚର ଲଞ୍ଚ କରିବାରେ ଲାଗିଛି।

ହ୍ୱାଟସ ଆପ୍ (Whatsapp) ଏବେ ଭିଡିଓ ଉପରେ ନୂଆ ଫିଚର ଆଣିଛି ।ପ୍ରଥମେ କେବଳ ଜଣଙ୍କୁ ଭିଡିଓ କଲ (Video Call) କରାଯାଇପାରୁଥିଲା ପରେ ପରେ ଏକାସାଥିରେ ଏକସମୟରେ ୮ ଜଣ ଏହି କଲରେ ରହିବା ନେଇ ଫିଚର ଆଣିଥିଲା । ତେବେ ଭିଡିଓକୁ ନେଇ ପୁଣି ଏକ ଫିଚର ଆଣିଛି ହ୍ୱାଟସଆପ୍ । ଟେକ୍ ଆଇଟି (TechIT) WABetaInfo ଅନୁସାରେ ହ୍ୱାଟସଆପ ଭିଡିଓ କଲରେ ମ୍ୟୁଟ୍ (Video Call Mute) ବି କରିପାରିବେ।

Also Read: ଦୂତି ସ୍ପୋର୍ଟସ ଓ୍ୱି ମ୍ୟାନ ଅଫ ଦ ଇୟର ପାଇଁ ମନୋନୀତ

ରିପୋର୍ଟ ଅନୁସାରେ, ଏହି ନୂଆ ଫିଚରର ଫାଇଦା ଭିଡିଓ ଫାଇଲ ପଠାଇବା ବେଳେ ସହାୟକ ହେବ । ଏବେ ଆପଣ ମେସେଜ୍ କରିବା ସମୟରେ ଭିଡିଓକୁ ମ୍ୟୁଟ୍ (Video Mute) ବା ବନ୍ଦ କରିପାରିବେ। ଏହାର ଅର୍ଥ ପୂର୍ବରୁ ଆପଣ କୌଣସି ଭିଡିଓ ସେୟାର କରୁଥିଲେ ତେବେ ଭିଡିଓଟି ଆପେ ଆପେ ବାଜିବା ଆରମ୍ଭ କରୁଥିଲା । ଯଦି ଆପଣ ଏହି ନୂଆ ମ୍ୟୁଟ୍ ଫିଚର (Mute Feature) ର ବ୍ୟବହାର ଚାହୁଁଛନ୍ତି ତେବେ ଆପଣଙ୍କୁ 2.21.3.13 ଭର୍ସନ ଆପଣଙ୍କ ଫୋନରେ ଅପଡେଟ କରିବାକୁ ପଡ଼ିବ । ଆଉ ଏହା ହେଉଛି Beta ଭର୍ସନ। 

Also Read: 7th pay commission: ସରକାର ଦେବାକୁ ଯାଉଛନ୍ତି ବଡ଼ ଉପହାର, ବଢିପାରେ ଆପଣଙ୍କ ଦରମା

ତେବେ ଭିଡିଓକୁ ମ୍ୟୁଟ୍ କରିବାକୁ ଆପଣଙ୍କୁ ଭିଡିଓ ଚାଲିବା ସମୟରେ ହିଁ ବାମ ପାର୍ଶ୍ୱରେ ଥିବା ଏକ ସ୍ପିକରର ଆଇକନ ଦୃଶ୍ୟମାନ ହେବ । ତେବେ ସେହି ସମୟରେ ଏହି ଆଇକନ ଉପରେ କ୍ଲିକ (Click)କରିବା ପରେ ସାଉଣ୍ଡ ବନ୍ଦ ହୋଇଯିବ ।