ନୂଆଦିଲ୍ଲୀ: ବିସ୍ତାରବାଦ ଆଭିମୁଖ୍ୟ କାରଣରୁ ସବୁବେଳେ ବିବାଦଘେରରେ ରହୁଥିବା ଚୀନ (China) ଅର୍ଥାତ ଡ୍ରାଗନ (Dragon) ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ । ସୀମା ବିବାଦ (Border Dispute) ଅଥବା ଅନ୍ୟ ଦେଶର ଜମିକୁ ବେଆଇନ ଭାବେ ଦଖଲ କରିବାକୁ ନେଇ ଚୀନ ସହ ପ୍ରାୟ ୧୮ଟି ଦେଶ ମୁହାଁମୁହିଁ ହୋଇଛନ୍ତି । ଚୀନର ଏହି ବିସ୍ତାରବାଦୀ ଆଭିମୁଖ୍ୟର ଏକ ଜ୍ୱଳନ୍ତ ଉଦାହରଣ ସଦ୍ୟ ଉତ୍ତୋଳିତ ହୋଇଥିବା ସାଟେଲାଇନ ଫଟୋ (Satelite Photo) ମାଧ୍ୟମରେ ସ୍ପଷ୍ଟ ହୋଇଛି ।     


COMMERCIAL BREAK
SCROLL TO CONTINUE READING


ଏହି ଫଟୋରୁ ଜଣାପଡିଛି ଚୀନ ପଡୋଶୀ ମଙ୍ଗୋଲିଆ (Mangolia) ଠାରେ ଏକ ମିଲିଟାରୀ ଟ୍ରେନିଂ କମ୍ଲେକ୍ସ (Military Trainning Complex) ନିର୍ମାଣ କରିଛି । ଯେଉଁଥିରେ ତାଇୱାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର (Taiwan President Office) ପ୍ରତିକୃତ୍ତି ନିର୍ମାଣ କରାଯାଇଛି । ମଙ୍ଗୋଲିଆରେ ଚୀନ ଏପରି ପ୍ରତିକୃତ୍ତି ନିର୍ମାଣ କରିବାର କାରଣ କ'ଣ ତାହା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଲାଣି । ତାଇୱାନ ଉପରେ ଆକ୍ରମଣ କରିବା ଲାଗି ଡ୍ରାଗନ ପ୍ରସ୍ତୁତି ଆରମ୍ଭ କରିଦେଲାଣି ।          



ଯଦି ଏହି ସ୍ୱାଧିନ ଦେଶକୁ ଦଖଲ କରିବା ଲାଗି ଯଦି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତାହେଲେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United States America) ଆକ୍ରୋଶରୁ ବର୍ତ୍ତି ପାରିବ ନାହିଁ ଚୀନ ।  ଏହା ସହିତ ତାଇୱାନ ସମର୍ଥନରେ ୟୁଏସଏ ନେତୃତ୍ୱାଧିନ ନାଟୋ ଦେଶ (NATO Country Member) ଚୀନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଛାଇବେ ନାହିଁ ।     


ପୂର୍ବରୁ ନିଜର ସାମର୍ଥ୍ୟ ଅନୁସାରେ ଚୀନର ମୁକାବିଲା କରିବା ଜାରିରଖିଛି ତାଇୱାନ । ନିକଟ ଅତୀତରେ ଦେଶର ବାୟୁସୀମା ମଧ୍ୟକୁ ବେଆଇନ ଭାବେ ଅନୁପ୍ରବେଶ କରିଥିବା ଚୀନ ଯୁଦ୍ଧ ବିମାନ (Chinese Fighter Jet)  ବିରୁଦ୍ଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ତାଇୱାନ ସେନାବାହିନୀ (Taiwan Army) । ଭୁଲ ନୀତି କାରଣରୁ ଚୀନ ଭଳି ଏକ ବଡ ଦେଶ ତାଇୱାନ ଭଳି ଏକ କ୍ଷୁଦ୍ର ରାଷ୍ଟ୍ରର ମୁକାବିଲା କରିବାରେ ସଫଳ ହୋଇନାହିଁ । ଯଦି ଏହି ଦ୍ୱୀପ ରାଷ୍ଟ୍ରକୁ ଦଖଲ କରିବା ପାଇଁ ଚୀନୀ ସେନା (Chinese Troop) ଅର୍ଥାତ ଡ୍ରାଗନ ଆର୍ମୀ (Dragon Army) ଆକ୍ରମଣ କରେ ତାହେଲେ ଏହା ଚୀନକୁ ବେଶ ମହଙ୍ଗା ପଡିବ ।