Plane Crash in Columbia: ସୋମବାର ଲାଟିନ ଆମେରିକୀୟ ଦେଶ କଲମ୍ବିଆ ବୋଗୋଟା ଠାରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଯାଇଛି। ଦେଶର ଦ୍ୱିତୀୟ ବୃହତ୍ତମ ସହର ମେଡେଲିନ୍‌ ସ୍ଥିତ ଏକ ଆବାସିକ ଅଞ୍ଚଳରେ ୮ ଜଣ ଲୋକଙ୍କୁ ନେଇ ଯାତ୍ରା କରୁଥିବା ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଥିବା ସମସ୍ତ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଏହି ବିମାନ ସୋମବାର ସକାଳେ ଓଲାୟା ହେରେରା ବିମାନ ବନ୍ଦରରୁ ଉଡ଼ାଣ ଭରିଥିଲା। ଦୁର୍ଘଟଣାର ଶିକାର ହେବା ପୂର୍ବରୁ ଏହାର ଚାଳକ ଇଞ୍ଜିନରେ ରହିଥିବା ତ୍ରୁଟି ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ହେଲେ ସେ ଏହି ବିମାନ ଦୁର୍ଘଟଣାରୁ ରକ୍ଷା ପାଇପାରି ନଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ଦୁର୍ଘଟଣା ଘଟିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି। ଏନେଇ କୁହାଯାଇଛି ଯେ ଦୁର୍ଘଟଣାର ଶୀକାର ହୋଇଥିବା ବିମାନରେ ମୋଟ ୮ ଜଣ ଲୋକ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟକୁ ୬ ଜଣ ଯାତ୍ରୀ ହୋଇଥିବା ବେଳେ ଅନ୍ୟ ୨ ଜଣ ହେଉଛନ୍ତି ଚାଳକ ଦଳ ସଦସ୍ୟ। ଏହି ଦୁର୍ଘଟଣାରେ ବିମାନ ଯାତ୍ରା କରୁଥିବା ସମସ୍ତ ଲୋକ ପ୍ରାଣ ହରାଇଛନ୍ତି। ହେଲେ ଯେଉଁ ଘରେ ଏହି ବିମାନ ଧକ୍କା ହୋଇଥିଲା ସେହି ଘରର କୌଣସି ସଦସ୍ୟ ଆହତ କିମ୍ବା ନିହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।


Also Read: Peru Plane Accident: ଜର୍ଜ ଶାଭେଜ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ନା ଲଟାମ ଏୟାରଲାଇନ୍ସ, ବିମାନ ଦୁର୍ଘଟଣା ପାଇଁ ଦାୟୀ କିଏ?


ମେୟର ଡାନିଏଲ କ୍ୱିଣ୍ଟରୋ (Mayor Daniel Quintero) ପ୍ରଥମେ ଟ୍ୱିଟ କରି କହିଛନ୍ତି, ବେଲେନ ରୋସେଲ୍ସ ସେକ୍ଟର (Belen Rosales Sector) ଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ତାକତ ଲଗାଇ ଦେଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ବିମାନ ହେଉଛି ଏକ ଦୁଇ ଇଞ୍ଜିନ ବିଶିଷ୍ଟ ପାଇପର (Twin Engine Piper)। ଯାହ ମେଡେଲିନ୍ ସହର (Medellin City of Colombia) ଠାରୁ ଚୋକୋମେଁ ପିଜାରୋ ମ୍ୟୁନିସିପାଲିଟି (Pizarro municipality in Choco) ଅଭିମୁଖେ ଯାତ୍ରା କରୁଥିଲା। ମେଡେଲିନ୍‌ ଠାରେ ଥିବା ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଉଡ଼ାଣ ଭରିବା ସମୟରେ ଇଞ୍ଜିନ ବିଫଳତା ବାବଦରେ ସୂଚିତ କରିଛି। ହେଲେ ଓଲା ହେରେରା ବିମାନ ବନ୍ଦରକୁ (Olaya Herrera Airport) ଫେରିବାରେ ସଫଳ ହୋଇପାରି ନାହିଁ।



ଜରୁରୀକାଳୀନ ସେବା ପକ୍ଷରୁ ଜାରି ହୋଇଥିବା ଫଟୋ ଅନୁସାରେ, ଏହି ବିମାନ ଯେଉଁ ଘର ସହ ପିଟି ହୋଇଥିଲା ସେହି ଘରର ଉପର ମହଲା ପ୍ରାୟତଃ ନଷ୍ଟ ହୋଇଯାଇଛି। ଫଟୋରେ ଅଗ୍ନିଶମ ବାହିନୀ କର୍ମଚାରୀ ଛିନ୍ନଭିନ୍ନ ହୋଇଥିବା ଟାଇଲ ଏବଂ ଭଙ୍ଗା ଇଟା କାନ୍ଥ ମଧ୍ୟରେ ନିଆଁ ଲିଭାଇବା ପାଇଁ କାମ କରୁଥିବା ଦେଖିବାକୁ ମିଳିଥିଲା।



ମେଡେଲିନ୍ ସହର ଆଣ୍ଡିଜ ପର୍ବତ ଦ୍ୱାରା ଘେରି ରହିଥିବା ଏକ ସଂକୀର୍ଣ୍ଣ ଉପତ୍ୟକାରେ ଅବସ୍ଥିତ। ଗତ ୨୦୧୬ ବର୍ଷରେ, ବ୍ରାଜିଲର ଚାପେକୋନ୍ସ ଫୁଟବଲ ଦଳ ନେଇଥିବା ଏକ ବିମାନ ଇନ୍ଧନ କମ ହୋଇଯିବାରୁ ସେହି ସହର ନିକଟବର୍ତ୍ତୀ ପର୍ବତରେ ଦୁର୍ଘଟଣାର ଶୀକାର ହୋଇଥିଲା।  ଏହି ଘଟଣାରେ ମୋଟ ୧୬ ଜଣ ଖେଳାଳିଙ୍କ ସମେତ ୭୭ ଜଣଙ୍କ ମଧ୍ୟରୁ ୭୧ ଜଣଙ୍କ ମୃତ୍ୟୁ ହୋଇଥିଲା।