ବିଧାନ ପରିଷଦରେ ପର୍ଣ୍ଣ ଦେଖୁଥିଲେ କଂଗ୍ରେସ MLC! ଇସ୍ତଫା ଦାବି କଲା ବିଜେପି
ସୂଚନା ଅନୁଯାୟୀ, କଂଗ୍ରେସ ନେତା ପ୍ରକାଶ ରାଠୌଡ଼ଙ୍କ ଏକ ଭିଡିଓ ସ୍ଥାନୀୟ ନ୍ୟୁଜ ଚ୍ୟାନେଲରେ ଭାଇରାଲ ହୋଇଛି ।
ବେଙ୍ଗାଲୁରୁ: କଂଗ୍ରେସର ଜଣେ ଏମଏଲସି (Congress MLC) ଙ୍କ କାରଣରୁ କର୍ଣ୍ଣାଟକର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବିଜେପି (BJP) କଂଗ୍ରେସ ନେତା ପ୍ରକାଶ ରାଠୌଡ଼ (Prakash Rathod) ଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ବିଧାନ ପରିଷଦରେ ସେ ନିଜ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ । ବିଜେପି କହିଛି ଯେ କଂଗ୍ରେସ ଏମଏଲସିର ଏହି ପଦକ୍ଷେପ ଗୃହର ସମ୍ମାନ ବିରୁଦ୍ଧରେ । ତାଙ୍କ ଇସ୍ତଫା ଦାବି କରାଯାଉଛି ।
ଅଧିକ ପଢ଼ନ୍ତୁ:-ରେଲୱେ ପୁଣି ଦେଲା ଗୁଡ୍ ନ୍ୟୁଜ୍!
ସୂଚନା ଅନୁଯାୟୀ, କଂଗ୍ରେସ ନେତା ପ୍ରକାଶ ରାଠୌଡ଼ଙ୍କ ଏକ ଭିଡିଓ ସ୍ଥାନୀୟ ନ୍ୟୁଜ ଚ୍ୟାନେଲରେ ଭାଇରାଲ ହୋଇଛି । ଏହି କ୍ଲିପ୍ରେ ବିଧାନ ପରିଷଦରେ ବସିଥିବା ରାଠୋର ତାଙ୍କ ମୋବାଇଲ୍ ଫୋନର ଷ୍ଟୋରେଜ୍ ସଫା କରୁଥିବା ଦେଖାଯାଇଛି । ଏହି ସମୟରେ ତାଙ୍କ ଫୋନରେ କିଛି ଅଶ୍ଳୀଳ ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ କଂଗ୍ରେସ ନେତା ସେହି ଭିଡିଓକୁ କ୍ଲିକ୍ କରି ନଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ବିରୋଧୀ ତାଙ୍କୁ ଟାର୍ଗେଟ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା, ଭ୍ରମଣ ଭତ୍ତା, PF ଏବଂ ଗ୍ରାଚ୍ୟୁଇଟିରେ ବଡ଼ ପରିବର୍ତ୍ତନ କରିବେ ମୋଦି ସରକାର
ଅନ୍ୟପକ୍ଷରେ ପ୍ରକାଶ ରାଠୌଡ଼ କହିଛନ୍ତି ଯେ ତାଙ୍କ ଫୋନର ମେମୋରୀ ଫୁଲ୍ ଥିଲା । ତାଙ୍କୁ ଫୋନ୍ ଫାଇଲ୍ ଡାଉନଲୋଡ କରିବାର ଥିଲା କିନ୍ତୁ ଫୋନ୍ ଷ୍ଟୋରେଜ ନ ହେବା କାରଣରୁ ଫାଇଲ୍ ଡାଉନଲୋଡ୍ ହୋଇପାରୁ ନଥିଲା । କଂଗ୍ରେସ ନେତା ଲୋକମାନଙ୍କୁ ସତ ଦେଖାଇବାକୁ ନିବେଦନ କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଦେଲା ବଡ଼ ଝଟକା, ପୁରୁଣା ପେନସନ ସ୍କିମକୁ ନେଇ ନେଲା ବଡ଼ ନିଷ୍ପତ୍ତି
ଏହି ପ୍ରସଙ୍ଗରେ କଂଗ୍ରେସ ନେତାଙ୍କୁ ନିଲମ୍ବନ କରିବାକୁ ଭାରତୀୟ ଜନତା ପାର୍ଟି ଦାବି କରିଛି । ବିଜେପି ମୁଖପାତ୍ର ଏସ ପ୍ରକାଶ କହିଛନ୍ତି ଯେ କଂଗ୍ରେସ ଏମଏଲସି ପ୍ରକାଶ ରାଠୌଡ଼ ଇସ୍ତଫା ଦିଅନ୍ତୁ । ବିଜେପି ମଧ୍ୟ ଏହି ପ୍ରସଙ୍ଗକୁ ବାଚସ୍ପତିଙ୍କ ସାମ୍ନାରେ ଉଠାଇବ ।