ଦରଦାମ୍ ବୃଦ୍ଧି ବିରୋଧରେ କଂଗ୍ରେସର ବଡ଼ ପ୍ରଦର୍ଶନ: ପୋଲିସ ହେପାଜତରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ
Congress Protest: କଂଗ୍ରେସ ଆଜି ଅର୍ଥାତ ଅଗଷ୍ଟ ୫ରେ ଦରଦାମ୍ ଓ ବେରୋଜଗାର ବିରୋଧରେ ଦେଶବ୍ୟାପୀ ଏକ ବିଶାଳ ବିରୋଧ ପ୍ରଦର୍ଶନ କରୁଛି । ଏହା ଅନ୍ତର୍ଗତ ଦଳ ସଂସଦରୁ ରାଷ୍ଟ୍ରପତି ଭବନ ଓ କଂଗ୍ରେସ ମୁଖ୍ୟାଳୟରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ମାର୍ଚ୍ଚ କରିବାକୁ ଘୋଷଣା କରିଛି । ଦେଶରେ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରଧାନମନ୍ତ୍ରୀ ବା
ନୂଆଦିଲ୍ଲୀ: Congress Protest: କଂଗ୍ରେସ ଆଜି ଅର୍ଥାତ ଅଗଷ୍ଟ ୫ରେ ଦରଦାମ୍ ଓ ବେରୋଜଗାର ବିରୋଧରେ ଦେଶବ୍ୟାପୀ ଏକ ବିଶାଳ ବିରୋଧ ପ୍ରଦର୍ଶନ କରୁଛି । ଏହା ଅନ୍ତର୍ଗତ ଦଳ ସଂସଦରୁ ରାଷ୍ଟ୍ରପତି ଭବନ ଓ କଂଗ୍ରେସ ମୁଖ୍ୟାଳୟରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ମାର୍ଚ୍ଚ କରିବାକୁ ଘୋଷଣା କରିଛି । ଦେଶରେ ଦରଦାମ୍ ବୃଦ୍ଧିକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରଧାନମନ୍ତ୍ରୀ ବାସଭବନକୁ ଘେରାଉ କରିବାକୁ ଘୋଷଣା କରିଛି । କଂଗ୍ରେସର ଏହି ବିରୋଧ ମାର୍ଚ୍ଚରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।
ସଂସଦରୁ ରାଷ୍ଟ୍ରପତି ଭବନ ଯାଏ ମାର୍ଚ୍ଚ ସମୟରେ ପ୍ରଥମେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଛି । ରାହୁଲ ଦଳର ସମସ୍ତ କଂଗ୍ରେସ ନେତାଙ୍କ ସହ ଦରଦାମ୍ ବିରୋଧରେ ରାଷ୍ଟ୍ରପତି ଭବନ ଆଡକୁ ଯାଉଥିଲେ । ସେହିପରି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଦଳର ମୁଖ୍ୟକାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ବାସଭବନ ଘେରାଉ କରିବାକୁ ଯାଉଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସ ପ୍ରିୟଙ୍କାଙ୍କ ସମେତ ଦଳର ଅନେକ ବରିଷ୍ଠ ନେତାଙ୍କୁ ହେପାଜତକୁ ନେଇଛି । ପ୍ରିୟଙ୍କା ଗାନ୍ଧୀ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ପିଏମ ହାଉସ ଆଡକୁ ଅଗ୍ରସର ହେଉଥିଲେ, ସେହି ସମୟରେ ଦିଲ୍ଲୀ ପୋଲିସ ତାଙ୍କୁ ରୋକି ଥିଲା । ଏହା ପରେ ପ୍ରିୟଙ୍କା ରାସ୍ତାରେ ଧାରଣାରେ ବସିଥିଲେ । କିନ୍ତୁ ପୋଲିସ ତାଙ୍କୁ ଜରଜବରଦସ୍ତି ହେପାଜତକୁ ନେଇଛି ।
ଏହା ବି ପଢ଼ନ୍ତୁ:-ମୋଦି ସରକାର ଉପରେ ରାହୁଲ ଗାନ୍ଧୀଙ୍କ କଡ଼ା ପ୍ରହାର, କହିଲେ- ପ୍ରତିଦିନ ହେଉଛି ଗଣତନ୍ତ୍ରର ହତ୍ୟା, ED କାହିଁକି ପଛରେ ପଡ଼ିଛି କହିଲେ କାରଣ
ଏହା ବି ପଢ଼ନ୍ତୁ:-ଦରଦାମ୍ ବୃଦ୍ଧି ଓ ବେରୋଜଗାର ବିରୋଧରେ କଂଗ୍ରେସର ହଲ୍ଲାବୋଲ, ଦଳ କରିବ ରାଷ୍ଟ୍ରପତି ଭବନ ଯାଏ ମାର୍ଚ୍ଚ, ଦିଲ୍ଲୀରେ ୧୪୪ ଧାରା ଲାଗୁ
ଏହା ବି ପଢ଼ନ୍ତୁ:-ଏସିଆ କପରେ ବିରାଟ କୋହଲିଙ୍କ ସ୍ଥାନ ନେବେ ଏହି ଖେଳାଳି, କେବଳ ନିଜ ଦମରେ ହିଁ ପାକିସ୍ତାନକୁ କରିବ ଚିତ୍!