ଦରଦାମ୍ ବୃଦ୍ଧି ଓ ବେରୋଜଗାର ବିରୋଧରେ କଂଗ୍ରେସର ହଲ୍ଲାବୋଲ, ଦଳ କରିବ ପିଏମ ବାସଭବନର ଘେରାଉ; ଦିଲ୍ଲୀରେ ୧୪୪ ଧାରା ଲାଗୁ
Advertisement
Article Detail0/zeeodisha/odisha1289105

ଦରଦାମ୍ ବୃଦ୍ଧି ଓ ବେରୋଜଗାର ବିରୋଧରେ କଂଗ୍ରେସର ହଲ୍ଲାବୋଲ, ଦଳ କରିବ ପିଏମ ବାସଭବନର ଘେରାଉ; ଦିଲ୍ଲୀରେ ୧୪୪ ଧାରା ଲାଗୁ

Congress Protest: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ଓ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟରେ ଏହି ପ୍ରଦର୍ଶନର ନେତୃତ୍ୱ ନେବେ । ରାହୁଲ ପାର୍ଟି ସାଂସଦଙ୍କ ସହ ସଂସଦ ଗୃହରୁ ରାଷ୍ଟ୍ରପତି ଭବନକୁ ଯିବେ । ଦଳର ନେତା ତଥା କର୍ମକର୍ତ୍ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବାକୁ ଚେଷ୍ଟା କରିବେ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Congress Protest: ସାରା ଦେଶରେ ବେରୋଜଗାର ଓ ଦରଦାମ୍ ବୃଦ୍ଧି ବିରୋଧରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରୁଛି । ଦଳର ନେତାମାନେ ସମସ୍ତ ରାଜ୍ୟରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି । କଂଗ୍ରେସ ନେତାମାନେ କହିଛନ୍ତି ଯେ, ସେମାନେ ଏହାକୁ ବିରୋଧ କରିବେ ଓ ନିଜର ଗିରଫ ଦେବେ । ଦିଲ୍ଲୀରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଓ ରାଷ୍ଟ୍ରପତି ଭବନ ଘେରାଉ କରିବାର ଘୋଷଣା କରିଛି । ଯାହା ପରେ ଏହି ମାର୍ଗରେ ଧାରା ୧୪୪ ଲାଗୁ କରାଯାଇଛି । ରାଷ୍ଟ୍ରପତି ଭବନ ନିକଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ଓ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟରେ ଏହି ପ୍ରଦର୍ଶନର ନେତୃତ୍ୱ ନେବେ । ରାହୁଲ ପାର୍ଟି ସାଂସଦଙ୍କ ସହ ସଂସଦ ଗୃହରୁ ରାଷ୍ଟ୍ରପତି ଭବନକୁ ଯିବେ । ଦଳର ନେତା ତଥା କର୍ମକର୍ତ୍ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ମୁଖ୍ୟାଳୟରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବାକୁ ଚେଷ୍ଟା କରିବେ । ଆମେ ଆପଣଙ୍କୁ କହି ରଖୁଛୁ ଯେ ସଂସଦରେ ଦରଦାମ୍ ବୃଦ୍ଧିକୁ ନେଇ ଏକ ଆଲୋଚନା ହୋଇଥିଲା, ଯେଉଁଥିରେ କଂଗ୍ରେସ ମୋଦି ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଥିଲା । ଏଥିସହିତ ସରକାରଙ୍କ ତରଫରୁ କୁହାଯାଇଛି ଯେ ଗତ ୮ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରାଯାଇଛି । ଗରିବ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି ।

କଂଗ୍ରେସର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଧାରା ୧୪୪ ଲାଗୁ କରାଯାଇଛି । କଂଗ୍ରେସ କାର୍ଯ୍ୟାଳୟ ବାହାରେ ପୋଲିସ ଅନାଉସମେଣ୍ଟ କରୁଛି ଯେ, ରାସ୍ତାରେ ଏକାଠି ହୁଅନ୍ତୁ ନାହିଁ, ଧାରା ୧୪୪ ଲାଗୁ ରହିଛି, ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ବି ପଢ଼ନ୍ତୁ:-ଏସିଆ କପରେ ବିରାଟ କୋହଲିଙ୍କ ସ୍ଥାନ ନେବେ ଏହି ଖେଳାଳି, କେବଳ ନିଜ ଦମରେ ହିଁ ପାକିସ୍ତାନକୁ କରିବ ଚିତ୍!

ଏହା ବି ପଢ଼ନ୍ତୁ:-ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ଆହୁରି ୧୩୧ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଏହା ବି ପଢ଼ନ୍ତୁ:-ଏସିଆରୁ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ! ତାଇୱାନକୁ ଚୀନ ଦେଖାଉଛି ଶକ୍ତି ତ ଏହି ଦୁଇ ଦେଶ ମଧ୍ୟରେ ଆରମ୍ଭ ହେଲା ଲଢ଼େଇ

ସେପଟେସ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଗସ୍ତରେ ଅଛନ୍ତି, ଆଜି ଅପରାହ୍ନ ୪.୩୦ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀ ଗସ୍ତରେ ଦିଲ୍ଲୀରେ ପହଞ୍ଚିଛନ୍ତି । ଅଗଷ୍ଟ ୭ରେ ପ୍ରସ୍ତାବିତ NITI ଆୟୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ବ୍ୟତୀତ ମମତା ବାନାର୍ଜୀ ବିଭିନ୍ନ ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଭେଟିବେ । ସୂଚନାନୁସାରେ, ଟିଏମସି ମୁଖ୍ୟ ଶନିବାର ଅଣ-କଂଗ୍ରେସ ବିରୋଧୀ ଦଳର ନେତାଙ୍କ ସହ ସେଣ୍ଟ୍ରାଲ ହଲରେ କିଛି ରାଜନୈତିକ ପ୍ରସଙ୍ଗରେ ବୈଠକ କରିପାରନ୍ତି ।