ମୋଦି ସରକାର ଉପରେ ରାହୁଲ ଗାନ୍ଧୀଙ୍କ କଡ଼ା ପ୍ରହାର, କହିଲେ- ପ୍ରତିଦିନ ହେଉଛି ଗଣତନ୍ତ୍ରର ହତ୍ୟା, ED କାହିଁକି ପଛରେ ପଡ଼ିଛି କହିଲେ କାରଣ
Congress Protest: ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ଯେଉଁ ବିରୋଧୀ ଗଣତନ୍ତ୍ରରେ ଲଢ଼ନ୍ତି ସେମାନେ ଅନୁଷ୍ଠାନଗୁଡ଼ିକର ବଳ ଉପରେ ଲଢ଼ନ୍ତି । ଯାହା ଦେଶର ନ୍ୟାୟପାଳିକା ଓ ଗଣମାଧ୍ୟମ ହୋଇଥାଏ, ସେମାନଙ୍କ ବଳ ଉପରେ ବିରୋଧୀ ଛିଡା ହୋଇଥାଏ । କିନ୍ତୁ ଆଜି ଏହି ସମସ୍ତ ଅନୁଷ୍ଠାନ ସରକାରଙ୍କୁ ସମର୍ଥନ କରୁଛନ୍ତି ।
ନୂଆଦିଲ୍ଲୀ: Congress Protest: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସାରା ଦେଶରେ ଦରଦାମ୍ ବୃଦ୍ଧି ଓ ବେରୋଜଗାର ବିରୋଧରେ କଂଗ୍ରେସ (Congress) ରାସ୍ତାରେ ଓହ୍ଲାଇଛି । କଂଗ୍ରେସ ନେତାମାନେ ଦିଲ୍ଲୀ ସମେତ ସାରା ଦେଶରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ରାଷ୍ଟ୍ରପତି ଭବନ ଓ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ କଂଗ୍ରେସ ମାର୍ଚ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହାପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶର ଗଣତନ୍ତ୍ର ଶେଷ ହେବାକୁ ଦେଖି ଆପଣ କିପରି ଅନୁଭବ କରୁଛନ୍ତି? ଆଜି ଦେଶରେ କୌଣସି ଗଣତନ୍ତ୍ର ନାହିଁ । ଆଜି ଦେଶରେ ଚାରି ଜଣଙ୍କର ଏକଛତ୍ରବାଦୀ ଶାସନ ଚାଲିଛି । ଆମେ ଦରଦାମ୍ ବୃଦ୍ଧି, ବେକାରୀ ପ୍ରସଙ୍ଗ ଉଠାଇବାକୁ ଚାହୁଁଛୁ । ଆମେ ଏହା ବିଷୟରେ ଆଲୋଚନା କରିବାକୁ ଚାହୁଁଛୁ । ଆମକୁ କହିବାକୁ ଅନୁମତି ନାହିଁ । ସଂସଦରେ କୌଣସି ଚର୍ଚ୍ଚା ହେଉନାହିଁ । ଆମକୁ ଗିରଫ କରାଯାଉଛି । ଆଜି ଏହା ହେଉଛି ଭାରତର ଅବସ୍ଥା । ଆମର ୭୦ ବର୍ଷର ଗଣତନ୍ତ୍ର ୮ ବର୍ଷରେ ଶେଷ ହୋଇଛି ।
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ, ଯେଉଁ ବିରୋଧୀ ଗଣତନ୍ତ୍ରରେ ଲଢ଼ନ୍ତି ସେମାନେ ଅନୁଷ୍ଠାନଗୁଡ଼ିକର ବଳ ଉପରେ ଲଢ଼ନ୍ତି । ଯାହା ଦେଶର ନ୍ୟାୟପାଳିକା ଓ ଗଣମାଧ୍ୟମ ହୋଇଥାଏ, ସେମାନଙ୍କ ବଳ ଉପରେ ବିରୋଧୀ ଛିଡା ହୋଇଥାଏ । କିନ୍ତୁ ଆଜି ଏହି ସମସ୍ତ ଅନୁଷ୍ଠାନ ସରକାରଙ୍କୁ ସମର୍ଥନ କରୁଛନ୍ତି । ସରକାର ନିଜ ଲୋକଙ୍କୁ ଏଠାରେ ବସାଇ ରଖିଛନ୍ତି । ଭାରତର ପ୍ରତ୍ୟେକ ଅନୁଷ୍ଠାନ ଆଜି ସ୍ୱାଧୀନ ନୁହେଁ । ଆମେ ଗୋଟିଏ ରାଜନୈତିକ ଦଳ ସହିତ ଯୁଦ୍ଧ କରୁନାହୁଁ, ସମଗ୍ର ଭିତ୍ତିଭୂମି ସହିତ ଲଢ଼େଇ କରୁଛୁ । ଯଦି କେହି ବିରୋଧୀଙ୍କୁ ସମର୍ଥନ କରିବାକୁ ଚାହୁଛି, ତେବେ ତାଙ୍କ ପଛରେ ଇଡି ଓ ସିବିଆଇ ଲଗାଇ ଦିଆଯାଉଛି । ସେଥିପାଇଁ ବିରୋଧୀଙ୍କ ପ୍ରଭାବ ଦେଖାଯାଉ ନାହିଁ ।
ଦରଦାମ୍ ବୃଦ୍ଧିକୁ ନେଇ ରାହୁଲ କହିଛନ୍ତି ଯେ, ଜାଣିପାରୁନି ଅର୍ଥ ମନ୍ତ୍ରୀଙ୍କୁ ମୁଦ୍ରାସ୍ଫୀତି କାହିଁକି ଦେଖାଯାଉ ନାହିଁ । ଗୋଟିଏ ହେଉଛି ବାସ୍ତବତା ଓ ଅନ୍ୟଟି ହେଉଛି ଧାରଣା । ସେମାନେ କୁହନ୍ତି ଷ୍ଟାର୍ଟଅପ୍ ଇଣ୍ଡିଆ ଅଛି, ମୋତେ କୁହନ୍ତୁ ଏହି ଷ୍ଟାର୍ଟଅପ୍ ଇଣ୍ଡିଆ କେଉଁଠାରେ ଅଛି । ସେମାନେ ଲୋକଙ୍କୁ ବାହାର କରୁଛନ୍ତି । ଏହି ଲୋକମାନେ କୁହନ୍ତି ଯେ କୋରୋନାରେ କେହି ମରି ନାହାଁନ୍ତି । ଜାତିସଂଘ କହୁଛି ଯେ, ୫୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି, କିନ୍ତୁ ସେମାନେ କହୁଛନ୍ତି ଯେ ଏସବୁ ମିଛି । ବେକାରୀ ସମସ୍ୟା ଉପରେ ସରକାର କହୁଛନ୍ତି ଯେ ଏଥିରେ କୌଣସି ସତ୍ୟତା ନାହିଁ । ସେମାନଙ୍କ ହାତରେ ସଂପୂର୍ଣ୍ଣ ଯୋଗାଯୋଗ ଷ୍ଟ୍ରକ୍ଚର ରହିଛି ।
ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ରାହୁଲ କହିଛନ୍ତି ଯେ, ମୁଁ ଯେତେ କହିବି, ମୋ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଁ ଡରେ ନାହିଁ । ବର୍ତ୍ତମାନ ମୋ ବିରୁଦ୍ଧରେ ଅଧିକ ଆକ୍ରମଣ ହେବ । ଯିଏ ଧମକ ଦିଏ ସେ ଭୟ କରେ । ଏହି ଲୋକମାନେ ଭାରତର ଅବସ୍ଥାକୁ ନେଇ ଡରୁଛନ୍ତି । ସେମାନେ ଯେଉଁ ପ୍ରତିଶୃତି କରିଛନ୍ତି, ସେଥିପାଇଁ ଡରନ୍ତି । ଲୋକଙ୍କ କ୍ଷମତାକୁ ଭୟ କରନ୍ତି । ଦରଦାମ୍ ବୃଦ୍ଧି ଓ ବେରୋଜଗାରକୁ ନେଇ ଡରନ୍ତି । ଏହି ଲୋକମାନେ ଦିନକୁ ୨୪ ଘଣ୍ଟା ମିଛ କହିବା କାମ କରନ୍ତି ।
ଏହା ବି ପଢ଼ନ୍ତୁ:-ଦରଦାମ୍ ବୃଦ୍ଧି ଓ ବେରୋଜଗାର ବିରୋଧରେ କଂଗ୍ରେସର ହଲ୍ଲାବୋଲ, ଦଳ କରିବ ରାଷ୍ଟ୍ରପତି ଭବନ ଯାଏ ମାର୍ଚ୍ଚ, ଦିଲ୍ଲୀରେ ୧୪୪ ଧାରା ଲାଗୁ
ଏହା ବି ପଢ଼ନ୍ତୁ:-ଏସିଆ କପରେ ବିରାଟ କୋହଲିଙ୍କ ସ୍ଥାନ ନେବେ ଏହି ଖେଳାଳି, କେବଳ ନିଜ ଦମରେ ହିଁ ପାକିସ୍ତାନକୁ କରିବ ଚିତ୍!
ଏହା ବି ପଢ଼ନ୍ତୁ:-ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ଆହୁରି ୧୩୧ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍
କଂଗ୍ରେସ ସାଂସଦ କହିଛନ୍ତି ଯେ, ଦେଶରେ କେବଳ କଂଗ୍ରେସ ନୁହେଁ ବରଂ କୌଣସି ଅଭିନେତା କିମ୍ବା ବ୍ୟକ୍ତି ସରକାରଙ୍କ ବିରୋଧରେ କଥା ହୁଅନ୍ତି, ତେବେ ସମଗ୍ର ବ୍ୟବସ୍ଥା ସେମାନଙ୍କ ପଛରେ ଲଗାଯାଇଥାଏ । ଭାରତରେ ଗଣତନ୍ତ୍ର ଶେଷ ହୋଇଛି । ଏହାର ପରିଣାମ ଭୋଗିବାକୁ ପଡ଼ିବ । ଭାରତର ଲୋକମାନେ ଚୁପ୍ ବସିବେ ନାହିଁ । ନିର୍ବାଚନରେ ମଧ୍ୟ ହିଟଲର ଜିତିଥିଲା । କାରଣ ତାଙ୍କ ହାତରେ ଥିବା ସମସ୍ତ ସଂସ୍ଥାର ନିୟନ୍ତ୍ରଣ ଥିଲା ।