Country who follow Conscription: ଭାରତୀୟ ସେନା ବାହିନୀରେ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହି ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି ସମଗ୍ର ଦେଶରେ ଜାରି ରହିଛି ହଙ୍ଗାମା। ଏହାକୁ ବିରୋଧ କରୁଥିବା ସେନା ଅଭ୍ୟାର୍ଥୀ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ବିଭିନ୍ନ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି। ଯାହା ଫଳରେ ବ୍ୟାପକ କ୍ଷତି ସହିବାକୁ ପଡ଼ିବା ସହ ଆଇନ ଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। 


COMMERCIAL BREAK
SCROLL TO CONTINUE READING

ସେନା ବାହିନୀରେ ନିଯୁକ୍ତି ପାଇବାକୁ ନେଇ ବିଶ୍ୱର ବିଭିନ୍ନ ଦେଶରେ ରହିଛି ଭିନ୍ନ ଭିନ୍ନ ନିୟମ। କେଉଁଠି ସେନା ବାହିନୀରେ କାର୍ଯ୍ୟ କରିବା ପ୍ରତ୍ୟେକ ଦେଶର ନାଗରିକଙ୍କ ପାଇଁ ବାଧ୍ୟତାମୂଳକ ହୋଇଥିବା ବେଳେ କେତେକ ଦେଶରେ ଏହା ଇଚ୍ଛାଧିନ ବ୍ୟାପାର। ମାତ୍ର ଭାରତ ଭଳି ଏକ ଜନବହୁଳ ଦେଶରେ ବାଧ୍ୟତାମୂଳକ ସାମରିକ ସେବା ପ୍ରଚଳିତ ନାହିଁ। ଏଠାରେ ସେନାବାହିନୀରେ ଯୋଗ ଦେବା ଜଣେ ନାଗରିକଙ୍କ ବ୍ୟକ୍ତିଗତ ଇଚ୍ଛା ଉପରେ ନିର୍ଭର କରେ। 


ସମଗ୍ର ବିଶ୍ୱରେ ପ୍ରାୟ ୧୯୩ ସାର୍ବଭୌମ ରାଷ୍ଟ୍ର ରହିଛି। ଯାହା ମଧ୍ୟରୁ କେତେକ ଦେଶର ସେନା ବାହିନୀ ଅନ୍ୟ ଦେଶ ଅପେକ୍ଷା ବେଶ ଶକ୍ତିଶାଳୀ ହୋଇଥିବା ବେଳେ କେତେକ ଦେଶର ନିଜସ୍ୱ ସେନା ବାହିନୀ ନାହିଁ। ବିଶ୍ୱରେ ଏପରି ଦେଶ କିଛି ଦେଶ ଅଛି ଯାହାର ଆକାର ଖୁବ ଛୋଟ ହୋଇଥିବା ବେଳେ ଏହାର ସେନା ବାହିନୀ ଅନ୍ୟ କୌଣସି ବଡ଼ ଦେଶ ଅପେକ୍ଷା ବେଶ ଶକ୍ତିଶାଳୀ। ବିଶ୍ୱର କେଉଁ କେଉଁ ଦେଶରେ ବାଧ୍ୟତାମୂଳକ ସାମରିକ ସେବା କାର୍ଯ୍ୟକାରୀ ହୋଇଛି...


  • ୧.ଋଷିଆ

  • ୨.ଉତ୍ତର କୋରିଆ

  • ୩.ଇସ୍ରାଏଲ

  • ୪.ବ୍ରାଜିଲ

  • ୫. ଇରାନ

  • ୬.ତୁର୍କୀ

  • ୭.କ୍ୟୁବା

  • ୮.ସ୍ୱୀଜରଲ୍ୟାଣ୍ଡ

  • ୯.ଏରିଟ୍ରିଆ

  • ୧୦.ସ୍ୱୀଡେନ

  • ୧୧.ବର୍ମୁଡା

  • ୧୨.ସଇପ୍ରସ୍

  • ୧୩.ଦକ୍ଷିଣ କୋରିଆ 

  • ୧୪.ମେକ୍ସିକୋ 

  • ୧୫. ସିଙ୍ଗାପୁର

  • ୧୬.ଥାଇଲ୍ୟାଣ୍ଡ

  • ୧୭.ସଂଯୁକ୍ତ ଆରବ ଅମିରାତ

  • ୧୮.ଆର୍ମେନିଆ

  • ୧୯.ଅଷ୍ଟ୍ରିଆ

  • ୨୦.ଆଜରବୈଜାନ

  • ୨୧.ବେଲାଋଷ

  • ୨୨.ମିଆଁମାର

  • ୨୩.ଡେନମାର୍କ

  • ୨୪.ଇଜିପ୍ଟ 

  • ୨୫.ଫିନଲ୍ୟାଣ୍ଡ

  • ୨୬.ଗ୍ରୀସ୍

  • ୨୭.ମରୋକ୍କୋ

  • ୨୮.ନରୱେ

  • ୨୯.ତାଇୱାନ

  • ୩୦.ଟ୍ୟୁନିସିଆ

  • ୩୧.ୟୁକ୍ରେନ

  • ୩୨.ନେଦରଲ୍ୟାଣ୍ଡ

  • ୩୩.ଅଷ୍ଟ୍ରିଆ

  • ୩୪.ଡେନମାର୍କ 

  • ୩୫.ଇଷ୍ଟୋନିଆ

  • ୩୬.ଫିନଲ୍ୟାଣ୍ଡ

  • ୩୭.ମଲଡୋଭା

  • ୩୮.ଲିଥୁଆନିଆ

  • ୩୯.ୟୁକ୍ରେନ


ସୀମିତ ସେନା ବାହିନୀ ବିଶିଷ୍ଟ ଦେଶ 


  • ଆଣ୍ଡୋରା

  • କୋଷ୍ଟାରିକା

  • ଡୋମିନିକା

  • ମାଇକ୍ରୋନେସିଆ

  • ଗ୍ରେନୋଡା

  • ଆଇସଲ୍ୟାଣ୍ଡ

  • କିରିବାଟି

  • ଲିଚିନଷ୍ଟେନ

  • ମାର୍ଶାଲ ଆଇଲ୍ୟାଣ୍ଡ

  • ମରିସସ୍

  • ମୋନାକୋ

  • ନାଉରୁ

  • ପଲାଉ

  • ପାନାମା

  • ସାମୋଆ

  • ସୋଲୋମନ ଆଇଲ୍ୟାଣ୍ଡ

  • ଟୁଭାଲୁ 

  • ଭାନୁଆଟୁ

  • ଭାଟିକାନ ସିଟି


Also Read: Defence Acquisition: ଆତ୍ମନିର୍ଭରତା କ୍ଷେତ୍ର ଆଡକୁ ଅଗ୍ରସର ହେଲା ପ୍ରତିରକ୍ଷା ମନ୍ତ୍ରଣାଳୟ


Also Read: କୋରୋନା ମହାମାରୀ ସତ୍ତ୍ୱେ ବଢୁଛି ପ୍ରତିରକ୍ଷା ଖର୍ଚ୍ଚ; କେଉଁଠି ଅଛି ଭାରତ?


Also Read: Defense Ministry: ସ୍ୱଦେଶୀ ଅସ୍ତ୍ର କ୍ୟୟ କରିବା ପାଇଁ ଖର୍ଚ୍ଚ ହୋଇଛି ୬୫.୫% ବଜେଟ