କୋରୋନା ମହାମାରୀ ସତ୍ତ୍ୱେ ବଢୁଛି ପ୍ରତିରକ୍ଷା ଖର୍ଚ୍ଚ; କେଉଁଠି ଅଛି ଭାରତ?
Advertisement
Article Detail0/zeeodisha/odisha1164724

କୋରୋନା ମହାମାରୀ ସତ୍ତ୍ୱେ ବଢୁଛି ପ୍ରତିରକ୍ଷା ଖର୍ଚ୍ଚ; କେଉଁଠି ଅଛି ଭାରତ?

ସାମରିକ ମାମଲାରେ କେଉଁ ଦେଶ କେତେ ଖର୍ଚ୍ଚ କରିଛନ୍ତି ତାହାର ଏକ ରିପୋର୍ଟ ପ୍ରକାଶ କରିଛି ଷ୍ଟକହୋମ ଇଣ୍ଟର ନେସନାଲ ପୀସ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍। 

କୋରୋନା ମହାମାରୀ ସତ୍ତ୍ୱେ ବଢୁଛି ପ୍ରତିରକ୍ଷା ଖର୍ଚ୍ଚ; କେଉଁଠି ଅଛି ଭାରତ?

World Military Expenditure:କୋରାନା ମହାମାରୀ ସତ୍ତ୍ୱେ ବିଶ୍ୱବ୍ୟାପୀ ବଢିଛି ସାମରିକ କ୍ଷେତ୍ରରେ କରାଯାଉଥିବା ଖର୍ଚ୍ଚ। କାରଣ ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ସେନା କାହା ପାଖରେ ରହିବ ସେ ନେଇ ବିଭିନ୍ନ ଦେଶ ମଧ୍ୟରେ ଜାରି ରହିଛି ଅଘୋଷିତ ପ୍ରତିଯୋଗୀତା। 

ସାମରିକ ମାମଲାରେ କେଉଁ ଦେଶ କେତେ ଖର୍ଚ୍ଚ କରିଛନ୍ତି ତାହାର ଏକ ରିପୋର୍ଟ ପ୍ରକାଶ କରିଛି ଷ୍ଟକହୋମ ଇଣ୍ଟର ନେସନାଲ ପୀସ ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ (Stockholm International Peace Research Institute) ଏସଆଇପିଆରଆଇ (SIPRI)। ସୋମବାର ଏନେଇ ଏସଆଇପିଆରଆଇ ପକ୍ଷରୁ କୁହାଯାଇଛି ଗତ ବର୍ଷ ବିଶ୍ୱସ୍ତରୀୟ ସାମରିକ ଖର୍ଚ୍ଚ ୨.୧ ଟ୍ରିଲିୟନ ଆମେରିକୀୟ ଡଲାର ରହିଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ। ଏହି ସମୟ ମଧ୍ୟରେ ଏପରି ୩ ଦେଶ ଅଛନ୍ତି ଯେଉଁମାନେ ସେମାନଙ୍କ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବିୁତ କରିବାରେ ସର୍ବାଧିକ ଖର୍ଚ୍ଚ କରିଛନ୍ତି। ସେହି ୩ ଦେଶ ହେଉଛନ୍ତି ଆମେରିକା, ଚୀନ ଏବଂ ଭାରତ। 

ଏନେଇ ଏସଆଇପିଆରଆଇ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଗତ ବର୍ଷ ସମଗ୍ର ବିଶ୍ୱରେ କରାଯାଇଥିବା ମୋଟ ପ୍ରତିରକ୍ଷା ଜନିତ ବ୍ୟୟ (Military Expenditure) ୦.୭% ବୃଦ୍ଧି ପାଇ ୨୧୧୩ ଆମେରିକୀୟ ଡଲାର ହୋଇଛି। ଗତ ବର୍ଷ ସାମରିକ କ୍ଷେତ୍ରରେ ଯେଉଁ ୫ ଦେଶ ସର୍ବାଧିକ ପରିମାଣରେ ଖର୍ଚ୍ଚ କରିଥିଲେ ସେମାନେ ହେଉଛି ଭାରତ, ଋଷିଆ, ବ୍ରିଟ୍ରେନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ। ଏହି ୫ ଦେଶ ଦ୍ୱାରା କରାଯାଇଥିବା ଖର୍ଚ୍ଚ ହେଉଛି ମୋଟ ବ୍ୟୟର ୬୨%।  

ଏସଆଇପିଆରଆଇ ସଂସ୍ଥାର ସାମରିକ ବ୍ୟୟ ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନ କାର୍ଯ୍ୟକ୍ରମର ବରିଷ୍ଠ ଗବେଷକ ଡ.ଡିଏଗୋ ଲୋପ୍ସ ଡା ସିଲଭା କହିଛନ୍ତି କୋରୋନା ମହାମାରୀ କାରଣରୁ ଅର୍ଥନୀତି ପ୍ରଭାବିତ ହେବା ସତ୍ତ୍ୱେ ବିଶ୍ୱ ସ୍ତରରେ ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିଛି।

ଦରଦାମ ବୃଦ୍ଧି ହେତୁ ପ୍ରକୃତ ଅଭିବୃଦ୍ଧି ମନ୍ଥର ଗତିରେ ହୋଇଛି ମାତ୍ର ସାମରିକ ଖର୍ଚ୍ଚ ରେକର୍ଡ ପରିମାଣରେ ବୃଦ୍ଧି ପାଇଛି।  ମହାମାରୀ ପ୍ରଭାବରୁ ଅର୍ଥନୈତିକ ପୁନଃରୁଦ୍ଧାର ପରିଣାମ ସ୍ୱରୂପ ପ୍ରତିରକ୍ଷା ଖର୍ଚ୍ଚ ବିଶ୍ୱର ମୋଟ GDP ପରିମାଣର ୨.୨% ପ୍ରତିଶତ ଥିଲା।  

ଗତ ବର୍ଷ  ଆମେରିକା ଭଳି ଦେଶର ସାମରିକ ଖର୍ଚ୍ଚ ୮୦୧ ବିଲିୟନ ଡଲାରରେ ପହଞ୍ଚିଛି ଯାହା ୨୦୨୦ ବର୍ଷ ତୁଳନାରେ ୧.୪% କମ। ଗତ ୨୦୧୨ ବର୍ଷରୁ ୨୦୨୦ ମଧ୍ୟରେ ଆମେରିକା ସାମରିକ ଅନୁସନ୍ଧାନ ଏବଂ ଏହାର ବିକାଶ ପାଇଁ ପାଣ୍ଠିକୁ ୨୪% ବୃଦ୍ଧି କରିବା ଅସ୍ତ୍ରଶସ୍ତ୍ର କ୍ରୟ ଜନିତ ଖର୍ଚ୍ଚ ୬.୪% ହ୍ରାସ କରିଛି। 

ପ୍ରତିରକ୍ଷା ଜନିତ ଖର୍ଚ୍ଚ କରିବା ତାଲିକାରେ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରତିରକ୍ଷା କ୍ଷେତ୍ରରେ ଚୀନ ୨୯୩ ବିଲୟନ ଡଲାର ଖର୍ଚ୍ଚ କରିଥିଲା ଯାହା ଗତ ୨୦୨୦ ତୁଳନାରେ ୪.୭% ଅଧିକ ଥିଲା।

ଗତ ବର୍ଷ ଭାରତ ସାମରିକ କ୍ଷେତ୍ରରେ ୭୬.୬ ବିଲିୟନ ଡଲାର ଖର୍ଚ୍ଚ କରିଛି ଯାହା ଗତ ୨୦୨୦ ତୁଳନାରେ ୦.୯% ଏବଂ ୨୦୧୨ ବର୍ଷ ଅପେକ୍ଷା ୩୩% ଅଧିକ। ଏସଆଇପିଆରଆଇ ରିପୋର୍ଟ ଜରିଆରେ ଦର୍ଶାଯାଇଛି ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଶିଳ୍ପକୁ ମଜବୁତ କରିବା ପାଇଁ ଭାରତ ୨୦୨୧ ପ୍ରତିରକ୍ଷା ବଜେଟରେ ଅନେକ ପଦକ୍ଷେପ ନେଇଛି। 

ଅନ୍ୟପଟେ ବ୍ରିଟେନ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଗତ ବର୍ଷ ବ୍ରିଟେନ ପ୍ରତିରକ୍ଷା କ୍ଷେତ୍ରରେ ୬୮.୪ ବିଲିୟନ ଡଲାର ଖର୍ଚ୍ଚ କରିଥିଲା ଯାହା ୨୦୨୦ ତୁଳନାରେ ୩% ଅଧିକ।  

ଋଷିଆ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ଗତ ବର୍ଷ ଋଷିଆ ଏହାର ପ୍ରତିରକ୍ଷା ବଜେଟ ୨.୯ ବଢାଇ ୬୫.୯ ବିଲିୟନ କରିଥିଲା। ଗତ ବର୍ଷ ପ୍ରତିରକ୍ଷା ବଜେଟ ଦେଶର ମୋଟ GDP ପରିମାଣର ୪.୧% ପ୍ରତିଶତ ଥିଲା। କ୍ରମାଗତ ଭାବେ ତୃତୀୟ ବର୍ଷ ଲାଗି ପ୍ରତିରକ୍ଷା ବଜେଟ ପରିମାଣରେବୃଦ୍ଧି କରିଛି ଋଷିଆ।   

Also Read: Defense Ministry: ସ୍ୱଦେଶୀ ଅସ୍ତ୍ର କ୍ୟୟ କରିବା ପାଇଁ ଖର୍ଚ୍ଚ ହୋଇଛି ୬୫.୫% ବଜେଟ

Also Read: Defence Budget 2022: ବିଦେଶୀ ନୁହେଁ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁ ସହ ଲଢିବ ଭାରତୀୟ ସେନା