BHU Iftar Party:ରମଜାନ ଅବସରରେ ଉତ୍ତର ପ୍ରଦେଶସ୍ଥିତ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଇଫତାର ପାର୍ଟି ଆୟୋଜନ କରିବାକୁ ନେଇ ଦେଖାଦେଇଛି ବିବାଦ। ଏନେଇ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ପକ୍ଷରୁ  କୁଳପତି ପ୍ରଫେସର ସୁଧୀର କୁମାରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏନେଇ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଙ୍କ ପକ୍ଷରୁ କୁହାଯାଇଛି ବିଗତ ୫ ବର୍ଷ ଧରି ବିଶ୍ୱବିଦ୍ୟାଳୟ ପରିସରରେ କେବେ ଇଫତାର ପାର୍ଟି ଆୟୋଜିତ ହୋଇନଥିଲା। ଯଦି କୁଳପତି ଇଫତାର ପାର୍ଟି ଆୟୋଜନ କରିବାକୁ ଚାହୁଁଛନ୍ତି ତାହେଲେ ସେ  ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କିମ୍ବା ଜାମିୟା ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟ ଚାଲିଯାନ୍ତୁ। 


COMMERCIAL BREAK
SCROLL TO CONTINUE READING

ବିଶ୍ୱବିଦ୍ୟାଳୟ ପରିସରକୁ ଧାର୍ମିକ ରଙ୍ଗ ଦେବା ଲାଗି ପ୍ରୟାସ କରାଯାଉଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (Banaras Hindu University) ବିଏଚୟୁ ଅଧିନସ୍ଥ ମହିଳା ମହାବିଦ୍ୟାଳୟ (BHU Womens College) ପରିସରରେ ଇଫତାର ପାର୍ଟି (Iftar Party) ଆୟୋଜନ କରିବାକୁ ନେଇ ତାତି ଉଠିଥିବା ଛାତ୍ର କୁଳପତି କୁଶପୁତ୍ତଳିକା ଦାହ କରାଯିବା ସହ ତାଙ୍କ ବାସଭବନ ବାହାରେ ନାରାବାଜି କରିଛନ୍ତି। 


ଏନେଇ ବିଏଚୟୁ ଛାତ୍ରଙ୍କ ପକ୍ଷରୁ କୁହାଯାଇଛି ଦେଶର ସମାନ ନାଗରିକ ସଂହିତା (Uniform Civil Code) ଆଡ଼କୁ ଅଗ୍ରସର ହେଉଥିବା ବେଳେ କୁଳପତି ତୁଷ୍ଟିକରଣ ରାଜନୀତି (Appeasement Politics) କରୁଛନ୍ତି। ଏହା ବ୍ୟତୀତ ଛାତ୍ର ବିଶ୍ୱବିଦ୍ୟାଳୟ ସୁରକ୍ଷାକର୍ମୀଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ଯଦି ଇଫତାର ପାର୍ଟି ଆୟୋଜନ କରିବାର ଅଛି ତାହେଲେ ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କିମ୍ବା ଜାମିୟା ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟ ଚାଲିଯାଅ ବୋଲି ଛାତ୍ରଙ୍କ ପକ୍ଷରୁ କୁହାଯାଇଛି। 


Also Read: ଭଗବାନ ରାମଙ୍କ ଉପରେ ବିବାଦୀୟ ବୟାନ ରଖି ଚାକିରି ହରାଇଲେ ବିଶ୍ୱବିଦ୍ୟାଳୟ ପ୍ରଫେସର


 


ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଏଚୟୁ ପ୍ରଶାସନ (BHU Administration) ପକ୍ଷରୁ କୁହାଯାଇଛି ଏହା ଏକ ପୁରୁଣା ପରମ୍ପରା। ଏହାର କୌଣସି ରାଜନୈତିକ ଦୂରପଯୋଗ କରାଯାଇନାହିଁ। ଯଦିଓ ଏହି ଘଟଣାକୁ ନେଇ ବିଏଚୟୁ ଛାତ୍ର ଶାନ୍ତ ଅଛନ୍ତି ମାତ୍ର ସେମାନେ ଲିଖିତ ଅଭିଯୋଗ କରିବେ ବୋଲି କୁହାଯାଉଛି।