ଭଗବାନ ରାମଙ୍କ ଉପରେ ବିବାଦୀୟ ବୟାନ ରଖି ଚାକିରି ହରାଇଲେ ବିଶ୍ୱବିଦ୍ୟାଳୟ ପ୍ରଫେସର
Advertisement

ଭଗବାନ ରାମଙ୍କ ଉପରେ ବିବାଦୀୟ ବୟାନ ରଖି ଚାକିରି ହରାଇଲେ ବିଶ୍ୱବିଦ୍ୟାଳୟ ପ୍ରଫେସର

ଏନେଇ ୟୁନଭରସିଟି ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ସୋସିଆଲ ମିଡି଼ଆ ଯୋଗେ ଭାଇରାଲ ଭିଡ଼ିଓ କାରଣରୁ କେତେକ ଲୋକ ଆଘାତ ପାଇଛନ୍ତି।

ଭଗବାନ ରାମଙ୍କ ଉପରେ ବିବାଦୀୟ ବୟାନ ରଖି ଚାକିରି ହରାଇଲେ ବିଶ୍ୱବିଦ୍ୟାଳୟ ପ୍ରଫେସର

ଚଣ୍ଡିଗଡ଼: ଭଗବାନ ରାମଙ୍କ ଉପରେ ବିବାଦୀୟ ବୟାନ ରଖି ଚାକିରି ହରାଇଛନ୍ତି ଜଣେ ବିଶ୍ୱବିଦ୍ୟାଳୟ ପ୍ରଫେସର। ପଞ୍ଜାବ ଫଗୱାଡା ଜିଲ୍ଲାରେ ଅବସ୍ଥିତ ଲଭଲୀ ପ୍ରଫେସନାଲ ୟୁନଭରସିଟି ରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଭଗବାନ ରାମଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରି ଚାକିରି ହରାଇଥିବା ପ୍ରଫେସର ହେଉଛନ୍ତି ଗୁରୁସଙ୍ଗ ପ୍ରୀତ କୌର।

ଭଗବାନ ରାମଙ୍କ ବାବଦରେ ଲଭଲୀ ପ୍ରଫେସନାଲ ୟୁନଭରସିଟି ପ୍ରଫେସର ଗୁରୁସଙ୍ଗ ପ୍ରୀତ କୌର ବ୍ୟବହାର କରିଥିବା ଅପମାନଜନକ ଭାଷାର ଅଡ଼ିଓ ସୋସିଆଲ ମିଡି଼ଆ ଯୋଗେ ଖୁବ ଜୋରସୋରରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଲୋକେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଯାହା ପରେ ଗତ ଶନିବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ପ୍ରଫେସରଙ୍କୁ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ।

ଏନେଇ ଲଭଲୀ ପ୍ରଫେସନାଲ ୟୁନଭରସିଟି ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ସୋସିଆଲ ମିଡି଼ଆ ଯୋଗେ ଭାଇରାଲ ଭିଡ଼ିଓ କାରଣରୁ କେତେକ ଲୋକ ଆଘାତ ପାଇଛନ୍ତି। ଯାହାକୁ ଆମର ଜଣେ ପ୍ରଫେସର ନିଜର ମତମତ ରଖିୁଥିବାର ଦେଖିବାକୁ ମିଳୁଛି। ଆମେ ସ୍ପଷ୍ଟ କରିବାକୁ ଚାହୁଁ ପ୍ରଫେସର ରଖିଥିବା ବୟାନ ହେଉଛି ତାଙ୍କର ବ୍ୟକ୍ତିଗତ। ବିଶ୍ୱବିଦ୍ୟାଳୟ ସହ ଏହାର କୌଣସି ସମ୍ପର୍କ ନାହିଁ। ଆମେ ସର୍ବଦା ଏକ ଧର୍ମନିରପେକ୍ଷେ ଶିକ୍ଷାନୁଷ୍ଠାନ ହୋଇ ରହିଛୁ। ଯେଉଁଠି ସମସ୍ତ ଧର୍ମର ଲୋକଙ୍କୁ ସମ୍ମାନର ସହିତ ବ୍ୟବହାର କରାଯାଏ। ଆମେ ଏହି ଘଟଣାକୁ ନେଇ ବହୁତ ଦୁଃଖିତ। ଭଗବାନ ରାମଙ୍କ ବିରୋଧରେ ବିବାଦୀୟ ବୟାନ ରଖିଥିବା ପ୍ରଫେସରଙ୍କୁ ତତ୍କାଳ ଚାକିରିରୁ ବହିଷ୍କାର କରାଯାଉଛି। 

ଭଗବାନ ରାମଙ୍କ ବିରୋଧରେ ବିବାଦୀୟ ବୟାନ ରଖି ଲଭଲୀ ପ୍ରଫେସନାଲ ୟୁନଭରସିଟି ପ୍ରଫେସର ଗୁରୁସଙ୍ଗ ପ୍ରୀତ କୌର କହିଥିଲେ ରାବଣ ଭଲ ମଣିଷ ଥିଲା। ମାତ୍ର ରାମ ତାଙ୍କ ସହ ଛଳନା କରିଥିଲେ। ସୀତାଙ୍କୁ ଅପହରଣ କରିବାର ଯୋଜନା ରାବଣ ନୁହେଁ ରାମଙ୍କର ଥିଲା। କାରଣ ଏହା ରାମ ନିଜ ଶତ୍ରୁ ରାବଣକୁ ନିଜ ଜାଲରେ ଫସାଇବାକୁ ଚାହୁଁଥିଲେ। 

Also Read: 'ଯଦି ମନ୍ଦିର ଅଛି ତାହେଲେ ନିର୍ମାଣ ହେଉ ମସଜିଦ୍'

ଏହା ପୂର୍ବରୁ ଉତ୍ତର ପ୍ରଦେଶସ୍ଥିତ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଆସିଷ୍ଟାଣ୍ଡ ପ୍ରଫେସର ଡ.ଜିତେନ୍ଦ୍ର କୁମାର ଯୌନ ଅପରାଧ ସହ ଜଡିତ ଏକ ଶ୍ରେଣୀରେ ହିନ୍ଦୁ ଦେବତା ଏବଂ ଦେବୀଙ୍କ ବାବଦରେ ଉଲ୍ଲେଖ କରିଥିଲେ। ଏହି ଶ୍ରେଣୀରେ ତାଙ୍କ ଦ୍ୱାରା ବ୍ୟବହୃତ Power Point Presentation (PPT) ସହ ଜଡ଼ିତ ଏକ ଫଟୋ ବହୁତ ଭାଇରାଲ୍ ହୋଇଥିଲା ଏବଂ ପରେ ଏହି ପ୍ରସଙ୍ଗ ବିବାଦ ପାଲଟି ଯାଇଥିଲା। 

ଏହି ମାମଲାରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ପ୍ରଶାସନ (Aligarh Muslim University Administration) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରଫେସର ଜିତେନ୍ଦ୍ର କୁମାରଙ୍କୁ (Dr.Jitendra Kumar) ନିଲମ୍ବିତ କରିଥିଲା। 

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ (Aligarh Muslim University) ଫୋରେନେସିକ ମେଡ଼ିସିନ ବିଭାଗରେ (Forensic Medicine Department) ଘଟିଯାଇଛି ଏହି ଘଟଣା। ଗତ ଅପ୍ରେଲ ୫ ତାରିଖରେ ବିଭାଗୀୟ ଆସିଷ୍ଟାଣ୍ଟ ପ୍ରଫେସର ଡ.ଜିତେନ୍ଦ୍ର କୁମାର ଯୌନ ଅପରାଧ ପ୍ରସଙ୍ଗରେ ନିଜର ପକ୍ଷ ରଖିଥିଲେ। ଏହି ସମୟରେ ସେ ବଳାତ୍କାରର ପୌରାଣିକ ସନ୍ଦର୍ଭ ଉପରେ ଏକ Slide Show ସୋ ଉପସ୍ଥାପନ କରିଥିଲେ। ଏଥିରେ ସେ ହିନ୍ଦୁ ଦେବଦେବୀଙ୍କ ଉପରେ ମନ୍ତବ୍ୟ ଦେଇଥିଲେ। ମାତ୍ର ଏହି ସମୟରେ ସେ ଭଗବାନ ବ୍ରହ୍ମାଙ୍କ ଝିଅ ସହିତ ସମ୍ପର୍କ ବିଷୟରେ କହିଥିଲେ ଏବଂ ଏହା ଉପରେ ସେ ଏକ PPT ମଧ୍ୟ ପ୍ରସ୍ତୁତ କରିଥିଲେ। 

Also Read: ହିନ୍ଦୁ ଦେବାଦେବୀଙ୍କ ଉପରେ ବୟାନ ଦେଇ ବିବାଦରେ AMU ପ୍ରଫେସର; ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ

ନିଜର PPT ଉପସ୍ଥାପନ କରିବା ବେଳେ  ସେ ଭଗବାନ ଇନ୍ଦ୍ର ଓ ବିଷ୍ଣୁଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଗୌତମ ଋଷିଙ୍କୁ ଧୋକା ଦେଇ ତାଙ୍କ ପତ୍ନୀ ସହ ଇନ୍ଦ୍ରଙ୍କୁ ସମ୍ବନ୍ଧ, ତୁଳସୀ ବିବାହ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ। ସେ ରାଜା ଜଳନ୍ଧରଙ୍କ ପତ୍ନୀଙ୍କ ସହ ଭଗବାନ ବିଷ୍ଣୁଙ୍କ ସମ୍ପର୍କକୁ ଯୋଡିଥିଲେ। ଯେତେବେଳେ ସେ ଏହି ସନ୍ଦର୍ଭକୁ ବଳାତ୍କାର ସହିତ ଯୋଡ଼ି ଏହାକୁ ଉପସ୍ଥାପିତ କରିଥିଲେ ସେହି ସମୟରେ ଛାତ୍ରଛାତ୍ରୀ ହଙ୍ଗମା କରିଥିଲେ।