ନୂଆଦିଲ୍ଲୀ: ସାରା ଦେଶରେ ମହାମାରୀ କୋରୋନା ନିଜର ରୌଦ୍ର ରୂପ ଦେଖାଉଛି। ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଚାରି ଦିଗରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ, ଭୋପାଳ ଭଳି ସହର ସମେତ ଦେଶର ଅନେକ ରାଜ୍ୟର ହସ୍ପିଟାଲରେ Oxygen ଅଭାବରୁ ରୋଗୀମାନେ ମରୁଛନ୍ତି। ସେପଟେ ଦେଶରେ ଦୈନିକ ନୂଆ କୋରୋନା ମାମଲା ୩ ଲକ୍ଷ ଟପିଛି।


COMMERCIAL BREAK
SCROLL TO CONTINUE READING

ଦେଶରେ କୋରୋନା ସଂକ୍ରମଣ (Coronavirus) ଲଗାମଛଡା ହେଲା ଭଳି ମନେ ହେଉଛି। ଶନିବାର ଉତ୍ତର ପ୍ରଦେଶ (Uttar Paradesh) ରେ ୩୮ ହଜାରରୁ ଊର୍ଦ୍ଧ୍ୱ ନୂତନ ମାମଲା ଚିହ୍ନଟ ହୋଇଛ। ଯାହା ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ସଂଖ୍ୟକ କୋରୋନା ସଂକ୍ରମଣ ଅଟେ। ଉତ୍ତର ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୩ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ, ସେଠାକାର ପ୍ରଶାସନକୁ ନୂଆ ଶବଦାହ ଗୃହ ନିର୍ମାଣ କରିବାକୁ ପଡୁଛି। 


Also Read: ଆସନ୍ତା ୩ ମାସ ପାଇଁ ଅମ୍ଳଜାନ ଓ କୋରୋନା ଟିକା ଉପରେ ଟିକସ ଛାଡ କଲେ ମୋଦି ସରକାର


ବିହାର (Bihar) ରେ କୋରୋନାର ଏକ ନୂଆ ଲହରୀ ଭାଙ୍ଗି ପଡିଛି। ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ଆତଙ୍କ ଖେଳାଇଛି। ବିହାରରେ ଶନିବାର ୧୨୩୫୯ଟି ନୂଆ ମାମଲା ଦେଖିବାକୁ ମିଳିଥିଲା। ଏହା ସହିତ ବିହାରରେ ସକ୍ରିୟ ମାମଲା ସଂଖ୍ୟା ୮୧ ହଜାର ଟପିଛି। ତାମିଲନାଡୁରେ ବି ସ୍ଥିତି ଭୟବାହ ହୋଇଛି। ଦିନକରେ କୋରୋନାର ପ୍ରାୟ ୧୫ ହଜାର ମାମଲା ଚିହ୍ନଟ ହୋଇଥିଲା। ତାମିଲନାଡୁରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ୬୬ ହଜାରରୁ ଊର୍ଦ୍ଧ୍ୱ କରୋନା ମାମଲା ଚିହ୍ନଟ ହୋଇଛି। ମହାମାରୀରେ ୧୩୪୭୫ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। 


ମହାରାଷ୍ଟ୍ରରେ କୋରୋନା ସର୍ବାଧିକ ଆତଙ୍କ ସୃଷ୍ଟି କରିଛନ୍ତି। ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମଣ ମାମଲା ଏବଂ ମୃତ୍ୟୁ ସଂଖ୍ୟା ସରକାରଙ୍କୁ ଚିନ୍ତାରେ ପକାଇଛି। ଶନିବାର ୬୭ ହଜାର ୧୬୦ଟି ନୂତନ ମାମଲା ଦେଖାଦେଇଥିବାବେଳେ ୬୭୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମହାରାଷ୍ଟ୍ରରେ ମୋଟ ମୃତ୍ୟୁ ସଂଖ୍ୟା ୬୩ ହଜାରରୁ ଅଧିକ ହୋଇଛି। ଆର୍ଥିକ ରାଜଧାନୀ ମୁମ୍ବାଇରେ ୫୮୮୮ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 


Also Read: Cancerରେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦେହାନ୍ତ



କର୍ଣ୍ଣାଟକରେ ଶନିବାର ୨୯ ହଜାର ୪୩୮ଟି ନୂତନ କୋରୋନା ସଂକ୍ରମିତ ଟିହ୍ନଟ ହୋଇଥିବା ଜଣାପଡିଛି। ଏହା ସହିତ ୨୦୮ ଜଣ ରୋଗୀ ମଧ୍ୟ ମୃତ୍ୟୁବରଣ କରିଥିଲେ। ସେହିପରି ଗୁଜୁରାଟରେ ୧୪ ହଜାରରୁ ଊର୍ଦ୍ଧ୍ୱ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୫୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ତେବେ ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କେରଳରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ Oxygen ଅଭାବ ଦେଶ ପାଇଁ ଏକ ନୂଆ ସଂକଟ ହୋଇ ଉଭା ହୋଇଛି।