Cancerରେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦେହାନ୍ତ
Advertisement
Article Detail0/zeeodisha/odisha889841

Cancerରେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦେହାନ୍ତ

୬୨ ବର୍ଷୀୟ ଜଷ୍ଟିସ ଶାନ୍ତନାଗୌଦାର କର୍କଟ ରୋଗରେ ପୀଡିତ ଥିଲେ ଏବଂ ନିକଟରେ viral pneumoniaରେ ସଂକ୍ରମିତ ହୋଇଥିଲେ। ରାତି ପ୍ରାୟ ୧୦ଟା ୧୫ରେ ହୃଦ୍‌ଘାତରେ ଜଷ୍ଟିସଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଶନିବାର ରାତିରେ ସୁପ୍ରିମକୋର୍ଟର ସିଟିଂ ବିଚାରପତି ଜଷ୍ଟିସ ମୋହନ ଏମ ଶାନ୍ତନାଗୌଦାରଙ୍କ ଦେହାନ୍ତ ହୋଇଛି। ହରିୟାଣାର ଗୁରୁଗାମସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୬୨ ବର୍ଷୀୟ ଜଷ୍ଟିସ ଶାନ୍ତନାଗୌଦାର କର୍କଟ ରୋଗରେ ପୀଡିତ ଥିଲେ ଏବଂ ନିକଟରେ viral pneumoniaରେ ସଂକ୍ରମିତ ହୋଇଥିଲେ। ରାତି ପ୍ରାୟ ୧୦ଟା ୧୫ରେ ହୃଦ୍‌ଘାତରେ ଜଷ୍ଟିସଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଜଷ୍ଟିସ ମୋହନ ଏମ ଶାନ୍ତନାଗୌଦାର (Justice Mohan M Shantanagoudar) ଙ୍କ ଇଚ୍ଛା ଥିଲା, ଯଦି ସେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କୁ ତାଙ୍କ ମାଆଙ୍କ କବର ପାଖରେ ସମାଧି ଦିଆଯାଉ। ଗତବର୍ଷ ଜୁଲାଇ ଜଷ୍ଟିସଙ୍କ ମାଆଙ୍କ ପରଲୋକ ହୋଇଥିଲା। ଜଷ୍ଟିସ୍ ଶାନ୍ତନାଗୌଦାର, ଲିଙ୍ଗାୟତ (Lingayat) ସମ୍ପ୍ରଦାୟର ଥିଲେ, ଯେଉଁଠାରେ ପାରମ୍ପାରିକ ଭାବରେ ମୃତକଙ୍କୁ ସମାଧି (buried) ଦିଆଯାଏ ଏବଂ ଶବଦାହ କରାଯାଇ ନଥାଏ। ଆଜି ସମ୍ମାନର ଶହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

Also Read: ଭାରତର ନୂଆ CJI ଜଷ୍ଟିସ୍ ଏନ.ଭି ରମନା; ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ସୁପ୍ରିମକୋର୍ଟ ଆସିବାରେ ପ୍ରଥମ !

ଜଷ୍ଟିସ୍ ଶାନ୍ତନାଗୁଡାର ୫ ମଇ ୧୯୫୮ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେପ୍ଟେମ୍ବର ୧୯୮୦ରେ ଆଡଭୋକେଟ୍ ଭାବରେ ନାମ ଲେଖାଇଥିଲେ। ସେ ବେଙ୍ଗାଲୁରୁକୁ ନିଜର ପ୍ରାକ୍ଟିସ ସ୍ଥାନାନ୍ତର କରିବା ପୂର୍ବରୁ ଧରୱାଡରେ ବର୍ଷେ ଥିଲେ। ଜଷ୍ଟିସ୍ ଶାନ୍ତନାଗୁଡାର ୧୯୯୧ରୁ ୧୯୯୩ପର୍ଯ୍ୟନ୍ତ କର୍ଣ୍ଣାଟକ ରାଜ୍ୟ ବାର ପରିଷଦର ଉପାଧ୍ୟକ୍ଷ ତଥା ୧୯୯୫ ଏବଂ ୧୯୯୬ ମସିହାରେ କର୍ଣ୍ଣାଟକ ରାଜ୍ୟ ବାର ପରିଷଦର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ। ୧୯୯୦ରୁ ୨୦୦୨ ପର୍ଯ୍ୟନ୍ତ ସେ କର୍ଣ୍ଣାଟକର State Public Prosecutor ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ସ୍ୱର୍ଗତଃ ଜଷ୍ଟିସ ମୋହନ ଏମ ଶାନ୍ତନାଗୌଦାର ୧୨ ମଇ ୨୦୦୩ରେ କର୍ଣ୍ଣାଟକ ହାଇକୋର୍ଟ (Karnataka High Court) ର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ୨୪ ସେପ୍ଟେମ୍ବର ୨୦୦୪ରେ ତାଙ୍କୁ ସ୍ଥାୟୀ ବିଚାରପତି କରାଯାଇଥିଲା। ପରେ ସେ କେରଳର ହାଇକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୧୬ ଅଗଷ୍ଟ ପହିଲାରେ ସେ କେରଳ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଓ ସେପ୍ଟେମ୍ବର ୨୨ରେ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଥିଲେ। ଜଷ୍ଟିସ ଶାନ୍ତନାଗୌଦାର ୨୦୧୭ ଫେବୃଆରୀ ୧୭ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର (Supreme Court) ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ।