ନୂଆଦିଲ୍ଲୀ: ନୂଆବର୍ଷରେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଦେଲେ କେନ୍ଦ୍ର ସରକାର। ଜାନୁଆରୀ ୨ ତାରିଖରେ ଓଡିଶା ସମେତ ଭାରତର ସମସ୍ତ ରାଜ୍ୟରେ ଆରମ୍ଭ ହେବ କୋରୋନା ଟିକାର ଡ୍ରାଏ ଟେଷ୍ଟ। ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।


COMMERCIAL BREAK
SCROLL TO CONTINUE READING

ନିକଟରେ ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ଓ ଆସାମରେ ପରୀକ୍ଷାମୂଳକ କୋରୋନା ଟିକା କରଣ (corona vaccine dry run) ହୋଇଥିଲା। ୨ ଦିନ ଧରି ଏହି ୪ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଡ୍ରାଏ ଟ୍ରାଇଲ ସଫଳ ହୋଇଛି। ଗତ ୨୯ ତାରିଖରେ ଭିସି ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଏହାର ସମୀକ୍ଷା କରିଥିଲେ। ଏହା ବ୍ୟତୀତ ସେ ସଂପୃକ୍ତ ରାଜ୍ୟ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଠାରୁ ମତାମତ ନେଇଛନ୍ତି।


Also Read: ଆଜି ସାରା ରାଜ୍ୟରେ ଲାଗୁ ହେବ ନାଇଟ କର୍ଫ୍ୟୁ


 


୪ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଡ୍ରାଏ ଟ୍ରାଇଲ ସଫଳ ହୋଇଛି। ଫଳାଫଳ ସନ୍ତୋଷ ଜନକ ହୋଇଥିବା ବେଳେ ବୈଷୟୀକ ଜ୍ଞାନକୌଶଳର ଉପଯୁକ୍ତ ବିନିଯୋଗ କରାଯାଇଛି। ଫଳରେ ଡ୍ରାଏ ଟ୍ରାଏଲରେ ସ୍ୱଚ୍ଛତା ଆସିଛି। ଏହାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ପରୀକ୍ଷାମୂଳକ ଭାବେ କୋରୋନା ଟିକାକରଣ (Corona Vaccination) କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ (Health Dept) କହିଛି। 


ସୂଚନାଯୋଗ୍ୟ ଦେଶରେ କୋରୋନା ସଂକ୍ରମିତ (Corona Virus) ଙ୍କ ସଂଖ୍ୟା କୋଟିଏ ପାର କରିଛି। ଧିରେ ଧିରେ ପଜିଟିଭ୍ ସଂଖ୍ୟା ହ୍ରାସ ପାଉଥିବା ବେଳେ ନୂଆ ଷ୍ଟ୍ରେନ (New Strain) କୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨୦ରୁ ଊଦ୍ଧ୍ୱଙ୍କ ଶରୀରରେ ନୂଆ ଷ୍ଟ୍ରେନ ଚିହ୍ନଟ କରାଯାଇଛି। ସେପଟେ କୋରୋନା ସଙ୍କ୍ରମଣ ରୋକିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ସରକାର କହିଛନ୍ତି।