ବେଜିଂ: ଗୋଟିଏ ବର୍ଷ ଧରି ସାରା ବିଶ୍ୱକୁ ଛଟପଟ କରିଥିବା କୋରୋନା ମହାମାରୀକୁ ନେଇ ଅନେକ କଳ୍ପନା ଜଳ୍ପନା । ଏ ରୋଗର ରହସ୍ୟ ଉପରୁ ଏବେ ବି ସ୍ପଷ୍ଟ ଭାବେ ପରଦା ହଟିପାରିନି । ହେଲେ ଏହି ମହାମାରୀ ବ୍ୟାପିବାରେ ରୋକ ଲଗାଇବାକୁ ଏବେ କୋରୋନା ଭ୍ୟାକସିନେସନ ଚାଲିଛି । ତେବେ କୋରୋନା ମହାମାରୀର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନର ଉହାନ ସହରକୁ ନେଇ ସବୁବେଳେ ଲାଗିରୁହେ ଚର୍ଚ୍ଚା । କୋଭିଡ-19 ର ଉତ୍ପତ୍ତି ଓ ପ୍ରାରମ୍ଭ ଜାଣିବାକୁ ଅନ୍ତଃରାଷ୍ଟ୍ରୀୟ ଓ ଚୀନ୍ ବିଶେଷଜ୍ଞ ମାନେ ଏହାର ଖୋଳତାଡ଼ ଆରମ୍ଭ କରିଥିଲେ । ତେବେ ମଙ୍ଗଳବାର ହୁ ଏକ ବଡ଼ ବୟାନ ଜାରି କରିଛି । 


COMMERCIAL BREAK
SCROLL TO CONTINUE READING

ହୁ (WHO) ର କହିବା କଥା ହେଲା ସାରା ବିଶ୍ୱକୁ ନାକେଦମ କରିଥିବା କୋରୋନା ଭାଇରସ (Corona Virus) ଉହାନ ଲ୍ୟାବ (Wuhan Lab) ରୁ ବ୍ୟାପିଥିବା ନେଇ କୌଣସି ସଙ୍କେତ ପାଇନାହିଁ । ଚୀନର ଉହାନ ସ୍ଥିତ ଲାବ୍ରୋଟାରୀରୁ କୋରୋନା ଭାଇରସ ସାରା ବିଶ୍ୱକୁ ବ୍ୟାପିଥିବା ନେଇ ଉଠିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization) । ଅନୁଧ୍ୟାନ କରୁଥିବା ଟିମ୍ କହିଛି କି ଉହାନ କିମ୍ବା ଚୀନ୍ ର ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କୋରୋନା ଭୂତାଣୁ ବ୍ୟାପିଥିବା ନେଇ କୌଣସି ସଙ୍କେତ ମିଳିନାହିଁ । ଏହା ପରେ ହିଁ ଭୂତାଣୁ ବିଭିନ୍ନ ଅଞ୍ଚଳରେ ବ୍ୟାପିଥିବା ନେଇ ଟିମ୍ ପକ୍ଷରୁ କୁହାଯାଇଛି ।


Also Read: Tejas Express ଭଳି ଏବେ ଦୌଡିବ Vande Bharat Train


ଉହାନରେ ପାଖାପାଖି ଚାରି ସପ୍ତାହ ଧରି ଅନୁଧ୍ୟାନ କରିବା ପରେ ପୁରା ଟିମ ଏକ ପ୍ରେସ କନଫରେନ୍ସ (Press Meet)ରେ ଏହି ସୂଚନା ଦେଇଛନ୍ତି । ସୂଚନାଥାଉକି, ବିଶ୍ୱରେ ଉହାନରେ ଡିସେମ୍ବର ୨୦୧୯ରେ କୋରୋନା ଭାଇରସ ସଂକ୍ରମଣ ନେଇ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । 


Also Read: ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରା ଘଟଣା: PA ଗିରଫ


ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (Wuhan Institute of Virology) ବିଭିନ୍ନ ପ୍ରକାରର ଭୂତାଣୁ ସଂଗ୍ରହ କରିଥିଲା, ଯାହା ଦ୍ୱାରା ସେଠାରୁ ଆଖପାଖ ପରିବେଶକୁ ବ୍ୟାପି ଯାଇଥିବା ନେଇ କୌଣସି ପ୍ରମାଣ ମିଳିପାରିନଥିଲା । ଅବଶ୍ୟ, ଚୀନ୍ (China)ଏହି ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରି ଏହି ତଥ୍ୟ ଗୁଡ଼ିକୁ ପ୍ରଚାର କରିଥିଲା ​​ଯେ, ଭାଇରସ ଅନ୍ୟ କୌଣସି ସ୍ଥାନରୁ ବ୍ୟାପିଥାଇପାରେ । ବିଶେଷଜ୍ଞ ଟିମ (Expert team) ରେ ଜଣେ ସଦସ୍ୟଙ୍କ କହିବା କଥା, ଯାଞ୍ଚ କରିବା ସମୟରେ ଆରମ୍ଭରୁ ଆମେ ଜାଣିପାରିଥିଲୁ ଯେ, କୌଣସି ଏକ ପଶୁ ସାହାଯ୍ୟରେ ଏହି ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରିବାର ଆଶଙ୍କା ଦେଖାଦେଇଥିଲା । ମାତ୍ର ଏହି ଯାଞ୍ଚ ଶତପ୍ରତିଶତ ସ୍ପଷ୍ଟ ହୋଇନଥିବା ବେଳେ ଏହାଉପରେ ଅଧିକ ପରୀକ୍ଷା ନୀରିକ୍ଷା ଜରୁରୀ ବୋଲି ସେ କହିଛନ୍ତି । 


Also Read: Petrol Diesel Price: ଉପରମୁହାଁ ହେଉଛି ଦର, ଜାଣନ୍ତୁ ଆଜିର ଦାମ୍


ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (World Health Organization)ପକ୍ଷରୁ ଏକ ଟିମ୍ ନିକଟ ଅତୀତରେ ଏହାର ତଦନ୍ତ କରିବାକୁ ଉହାନ ସହର ଗସ୍ତ କରି ତଦନ୍ତ ଆରମ୍ଭ କରିଥିଲା । ଟିମ୍ ତରଫରୁ ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ଯାଇ ସେଠାରେ ତଦନ୍ତ କରିବା ପରେ ଏଭଳି ସୂଚନା ଦିଆଯାଇଛି।