ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରା ଘଟଣା: PA ଗିରଫ
Advertisement
Article Detail0/zeeodisha/odisha846623

ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରା ଘଟଣା: PA ଗିରଫ

ବିଳମ୍ବିତ ରାତିରେ କିଛି ଯୁବକ ପୋଷ୍ଟର ମାରୁଥିବା ବେଳେ ଏହି ୨ ଜଣ ଯୁବକଙ୍କୁ ମାରପିଟ୍ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ପୀଡିତ।

ସାଂସଦ ଅପରାଜିତାଙ୍କ ନିଖୋଜ ପୋଷ୍ଟର ମରା ଘଟଣା: PA ଗିରଫ

ଭୁବନେଶ୍ବର: ଭୁବନେଶ୍ବର ସାଂସଦଙ୍କ ପୋଷ୍ଟରମରା ଘଟଣାରେ ଦୁଇ ଜଣ ଗିରଫ । ଏହି ପୋଷ୍ଟର ମରାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଯାହାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ । ଗିରଫ ଅଭିଯୁକ୍ତ ଦ୍ବୟ ଧନେଶ୍ୱର ବାରିକ ଓ ଜ୍ୟୋତିରଞ୍ଜନ ପଣ୍ଡା । ଧନେଶ୍ୱର ଭୁବନେଶ୍ୱର ସାଂସଦଙ୍କ ପିଏ ଓ ଜ୍ୟୋତି ଅପରାଜିତାଙ୍କ ଏକାନ୍ତ ଅନୁଗତ ବୋଲି କୁହାଯାଉଛି । ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ପୋଷ୍ଟର ମାରୁଥିବା ବେଳେ ଏହି ୨ ଜଣ ଯୁବକଙ୍କୁ ମାରପିଟ୍ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ କରିଥିଲେ ପୀଡିତ।

ସବୁଠାରୁ ବଡ କଥା ହେଉଛି ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ହେଉଛନ୍ତି ସାଂସଦଙ୍କ ପିଏ (MP PA) । ଧନେଶ୍ୱର ବାରିକ ଅପରାଜିତାଙ୍କ ପିଏ ହୋଇଥିବା ବେଳେ ଜ୍ୟୋତିରଞ୍ଜନ ପଣ୍ଡା ଅପରାଜିତାଙ୍କ ଅତି ଏକାନ୍ତ ଅନୁଗତ ବୋଲି କୁହାଯାଉଛି । ଏବେ ଅଧିବେଶନ ଚାଲିଥିବା ବେଳେ ଭୁବନେଶ୍ବର ସାଂସଦ(Bhubaneswar Mp) ଅପରାଜିତା ଷଡ଼ଙ୍ଗୀ (Aparajita Sarangi) ଏବେ ଦିଲ୍ଲୀରେ ଅଛନ୍ତି । ହେଲେ ତାଙ୍କ ଅନୁପସ୍ଥିତିରେ କିଏ ଓ କାହିଁକି ତାଙ୍କ ନାଁରେ ଏମିତି ନିଖୋଜ ପୋଷ୍ଟର (Missing Poster) ମାରିଛନ୍ତି ଏହାର ଉଦ୍ଦେଶ୍ୟ କଣ ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଲାଗିରହିଛି । 

Also Read: ଘନେଇଲା ବିବାଦ; ରାଜ୍ୟପାଳଙ୍କ ସହ ଏପରି ବ୍ୟବହାର କଲେ Maha Vikas Aghadi ସରକାର

ତେବେ ଆଜି ସକାଳ ସମୟରେ ଏହି ପୋଷ୍ଟରକୁ ନେଇ ଖବର ପ୍ରଚାର ହୋଇଥିଲା । ସାଂସଦ ଅପରାଜିତା (Mp Aparajita) ନିଖୋଜ ବୋଲି  ପୁରୁଣା ଭୁବନେଶ୍ୱର କାନ୍ଥବାଡ, ଗଳିକନ୍ଦି ସହ ସ୍ଥାନେ ସ୍ଥାନେ ବ୍ୟାରିକେଡରେ ମଧ୍ୟ ନିଖୋଜ ପୋଷ୍ଟର ମରାଯାଇଥିଲା । ଏହାକୁ କାଉଁଣ୍ଟର କରି ସାଂସଦ ଏକ ଟ୍ୱିଟ (Mps Tweet) ଯୋଗେ କହିଥିଲେ ଯେ, ମୁଁ ବହୁତ ଖୁସି ଯେ ମୋତେ ଭୁବନେଶ୍ବର ବାସୀ (Bhubaneswar Residence) ମିସ୍ କରୁଛନ୍ତି । ଏହା ସହ ସଂସଦ ଅଧିବେଶନ (Parliament Session) ଚାଲିଥିବାରୁ ସେ ଭୁବନେଶ୍ୱର (Bhubaneswar) ରେ ନରହି ଦିଲ୍ଲୀ (Delhi) ରେ ରହିଥିବା ଦର୍ଶାଇଥିଲେ ।

Edited: Zee Odisha Desk