Petrol Diesel Price: ଉପରମୁହାଁ ହେଉଛି ଦର, ଜାଣନ୍ତୁ ଆଜିର ଦାମ୍
Advertisement
Article Detail0/zeeodisha/odisha846605

Petrol Diesel Price: ଉପରମୁହାଁ ହେଉଛି ଦର, ଜାଣନ୍ତୁ ଆଜିର ଦାମ୍

କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଉପରେ ଲାଗିବାକୁ ଥିବା ଟ୍ୟାକ୍ସ ଉପରେ କିଛି ବି ହ୍ରାସ କରିବେନି ଯାହା ଜାଣିବା ପରେ ଏହି ଦୁଇ ଇନ୍ଧନର ଦାମରେ ଏବେ ନିଆଁ ଲାଗିଛି ।

Petrol Diesel Price: ଉପରମୁହାଁ ହେଉଛି ଦର, ଜାଣନ୍ତୁ ଆଜିର ଦାମ୍

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ଟେନସନ ଏବେ ପେଟ୍ରୋଲ-ଡିଜେଲ ଦର। କାରଣ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲର ଦାମ। ବୁଧବାର ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ମନ୍ତ୍ରାଳୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲେ ଯେ, କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଉପରେ ଲାଗିବାକୁ ଥିବା ଟ୍ୟାକ୍ସ ଉପରେ କିଛି ବି ହ୍ରାସ କରିବେନି ଯାହା ଜାଣିବା ପରେ ଏହି ଦୁଇ ଇନ୍ଧନର ଦାମରେ ଏବେ ନିଆଁ ଲାଗିଛି ।

ସରକାରୀ ତେଲ କମ୍ପାନୀ ମାନେ ଗୁରୁବାର ଅର୍ଥାତ୍ ଆଜି ପେଟ୍ରୋଲ ଓ ଡିଜେଲର ଦାମ ବଢାଇଛନ୍ତି । ଦିଲ୍ଲୀ ଓ ମୁମ୍ବାଇରେ ପେଟ୍ରୋଲ (Petrol) ଓ ଡିଜେଲ (Diesel) ଦର ସବୁବେଳେ ଉପରମୁହାଁ ହୋଇ ରହୁଛି । ବୁଧବାର ଡିଜେଲ ଦାମ ୨୫ ରୁ ୩୦ ପଇସା ବଢିଥିବା ବେଳେ ପେଟ୍ରୋଲର ଦାମ ୨୭ ରୁ ୨୯ ପଇସା ବଢିଥିବା ସୂଚନା ରହିଛି । ଖବର ମୁତାବକ, ଦିଲ୍ଲୀରେ ପେଟ୍ରୋଲ ୮୭.୮୫  ପଇସା ରହିଥିବା ବେଳେ ଡିଜେଲର ଦାମ ଲିଟର ପିଛା ରହିଛି ୭୮.୦୩ ।  

Also Read: ନୀତି ଆୟୋଗ Delta Rankingର ଶୀର୍ଷରେ ଦକ୍ଷିଣ ଓଡି଼ଶା

ମାତ୍ର ତିନିଦିନରେ ପେଟ୍ରୋଲ ଡିଜେଲ ଦର ଲଗାତାର ବଢି ବଢି ୧ ଟଙ୍କା ଉପରେ ବଢିଛି । ଦେଶର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଓ ବୁଧବାର ପେଟ୍ରୋଲ ସହ ଡିଜେଲ ଦର ୬୦ ପଇସା ପ୍ରତି ଲିଟର ବଢିଛି। ଗୁରୁବାର ୨୫ ପଇସା ପ୍ରତି ଲିଟର ବଢିଥିବା ସୂଚନା ରହିଛି । ନୂଆବର୍ଷର ଆରମ୍ଭରୁ ପେଟ୍ରୋଲ ଓ ଡିଜେଲର ଦର ଲଗାତାର ବଢିବାରେ ଲାଗିଛି । ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଓ ଡିଜେଲର ଦାମ କ୍ରମାଗତ ଭାବେ ବଢି ବଢି ୪ଟଙ୍କା ମହଙ୍ଗା ହୋଇଛି ।

Also Read: Blind Murder Case:ଅନୈତିକ ସମ୍ପର୍କରୁ ମୁଣ୍ଡକାଟ, 'ମୋର ନୁହଁ ତ କାହାର ନୁହଁ'

ତେବେ ଚାଲନ୍ତୁ ଜାଣିବା କେଉଁ ସହରରେ ରହିଛି କେତେ ଦାମ୍: ମୁମ୍ବାଇ (Mumbai) ରେ ପେଟ୍ରୋଲ ଲିଟର ପିଛା ୯୪.୩୬  ପଇସା ରହିଥିବା ବେଳେ ଡିଜେଲ ରହିଛି ୮୪.୯୪ ପଇସା । ସେହିପରି କୋଲକାତା (Kolkata) ରେ ପେଟ୍ରୋଲ ଲିଟର ପିଛା ୮୯.୧୬  ପଇସା  ରହିଥିବା ବେଳେ ଡିଜେଲର ଦାମ ରହିଛି ୮୧.୬୧ ପଇସା । ଚେନ୍ନାଇ (Chennai) ରେ ମଧ୍ୟ ପେଟ୍ରୋଲ ଦାମ ୯୦.୮୧ ପଇସା ରହିଥିବା ବେଳେ ଲିଟର ପିଛା ଡିଜେଲର ଦାମ ରହିଛି ୮୩.୧୮ ପଇସା । ସେପଟେ ବେଙ୍ଗାଲୁରୁ (Bengaluru)ରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୯୦.୭୮  ପଇସା କହିଥିବା ବେଳେ ଡିଜେଲର ଦାମ ରହିଛି ୮୨.୭୨ ପଇସା । ନୋଏଡା (Noida) ରେ ପେଟ୍ରୋଲ ଲିଟର ପିଛା ୮୬.୮୩ ପଇସା ରହିଥିବା ବେଳେ ଡିଜେଲର ଦାମ ଲିଟର ପିଛା ରହିଛି ୭୮.୪୫  ପଇସା ରହିଛି।