ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ପ୍ରକୋପ ଲାଗି ରହିଛି । କୋରୋନା ମାମଲାରେ ଲଗାତର ହ୍ରାସ ବୃଦ୍ଧି ରେକର୍ଡ କରାଯାଉଛି । କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କୋରୋନା ମାମଲା ସର୍ବାଧିକ ଚିହ୍ନଟ କରାଯାଉଛି । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୯୪୮ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮,୪୮୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୪ ଲକ୍ଷ ୨୪ ହଜାର ୨୩୪ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୬ ଲକ୍ଷ ୩୬ ହଜାର ୪୬୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୫୩ ହଜାର ୩୯୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୩୪ ହଜାର ୩୬୭ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 


ଅଧିକ ପଢ଼ନ୍ତୁ:-ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କ'ଣ ରହିଛି ଆଜି ରେଟ୍


ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅଗଷ୍ଟ ୨୧ ପର୍ଯ୍ୟନ୍ତ ସାରା ଦେଶରେ ୫୮ କୋଟି ୧୪ ଲକ୍ଷ ୮୯ ହଜାର କୋରୋନା ୩୭୭ ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨ ଲକ୍ଷ ୨୩ ହଜାର ୬୧୨ ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୫୦ କୋଟି ୬୨ ଲକ୍ଷ ୫୬ କୋରୋନା ୨୩୯ ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ୮୫ ହଜାର ୬୮୧ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।


ଅଧିକ ପଢ଼ନ୍ତୁ:-ଏଣିକି ୨୦୦୦ ଟଙ୍କା ବଦଳରେ ଚାଷୀଙ୍କ ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା!


ଅଧିକ ପଢ଼ନ୍ତୁ:-ସୈନ୍ୟ ବିନା ତାଲିବାନକୁ ପରାସ୍ତ କରୁଛି ଆମେରିକା, ଫ୍ରିଜ୍ କଲା ୭୦୬ ବିଲିୟନ ଟଙ୍କାର ସମ୍ପତ୍ତି


ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ଆସିଲା ବହୁତ ବଡ଼ ଖବର!


ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୧୪ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦଶମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।