ଭାରତରେ କୋରୋନା ଭାଙ୍ଗିଲା ସମସ୍ତ ରେକର୍ଡ: ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩ ଲକ୍ଷ ୫୪ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ୨୮୧୨ ସଂକ୍ରମିତଙ୍କ ମୃତ୍ୟୁ
Coronavirus in India: ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୪ କୋଟି ୧୯ ଲକ୍ଷ ୧୧ ହଜାର ୨୨୩ କୋରୋନା ଟିକାର ଡୋଜ ଲାଗିସାରିଛି । ଦେଶରେ ସକ୍ରିୟ ମାମଲା, ଅର୍ଥାତ୍ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୮ ଲକ୍ଷ ଅତିକ୍ରମ କରିଛି । ବର୍ତ୍ତମାନ ସମୟରେ ଦେଶରେ ୨୮ ଲକ୍ଷ ୭ ହଜାର ୩୩୩ ସକ୍ରିୟ ମାମଲା ରହିଛି ।
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନାର ଦ୍ୱିତୀୟ ଲହରୀ ତାଣ୍ଡବ କରୁଛି । ଦିନକୁ ଦିନ ସ୍ଥିତି ନିୟନ୍ତ୍ରଣ ବାହାରେ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ୫୪ ହଜାର ୫୩୩ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଦୁନିଆର କୌଣସି ଦେଶରେ ଗୋଟିଏ ଦିନରେ ମିଳିଥିବା ସଂକ୍ରମିତଙ୍କ ଏହା ହେଉଛି ସବୁଠାରୁ ବଡ ମାମଲା । ଏହା ସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୮୧୨ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେପଟେ ଏକ ଆଶ୍ୱସ୍ତିକର ବିଷୟ ଏହା ଯେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୧୮,୫୬୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-ମୋଦି ସରକାର ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, କେନ୍ଦ୍ର କର୍ମଚାରୀଙ୍କ ଉପରେ ପଡ଼ିବ ଏହାର ସିଧା ପ୍ରଭାବ
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୭୩ ଲକ୍ଷ ୧୩ ହଜାର ୧୬୩ ସଂକ୍ରମିତ ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ୧ ଲକ୍ଷ ୯୫ ହଜାର ୧୨୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଯାଏ ଦେଶରେ ୧ କୋଟି ୪୩ ଲକ୍ଷ ୪ ହଜାର ୩୮୨ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୪ କୋଟି ୧୯ ଲକ୍ଷ ୧୧ ହଜାର ୨୨୩ କୋରୋନା ଟିକାର ଡୋଜ ଲାଗିସାରିଛି । ଦେଶରେ ସକ୍ରିୟ ମାମଲା, ଅର୍ଥାତ୍ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୨୮ ଲକ୍ଷ ଅତିକ୍ରମ କରିଛି । ବର୍ତ୍ତମାନ ସମୟରେ ଦେଶରେ ୨୮ ଲକ୍ଷ ୭ ହଜାର ୩୩୩ ସକ୍ରିୟ ମାମଲା ରହିଛି ।
ଅଧିକ ପଢ଼ନ୍ତୁ:-ପୁରୁଣା କଟକଣା ସହ ଫେରିଲା ସଟଡାଉନ୍
ଗତ ୨୪ ଘଣ୍ଟା ମଧ୍ୟରେ ୧୪ଟି ରାଜ୍ୟରେ ୧୦ ହଜାରରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ସର୍ବାଧିକ ୬୬,୧୯୧ କୋରୋନା ମାମଲା ଚିହ୍ନଟ ହୋଇଛି । ଏହା ପରେ କର୍ଣ୍ଣାଟକ ଏବଂ ୟୁପିରୁ ୩୪ ହଜାରରୁ ଅଧିକ ମାମଲା, କେରଳ ଏବଂ ଦିଲ୍ଲୀରୁ ୨୨ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି ।
ଅଧିକ ପଢ଼ନ୍ତୁ:-କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଜମି ଚିହ୍ନଟ
ତାମିଲନାଡୁ, ବଙ୍ଗଳା, ରାଜସ୍ଥାନ ହେଉଛି ଏପରି ରାଜ୍ୟ ଯେଉଁଠାରେ ଏହି ସଂଖ୍ୟା ୧୫ ହଜାରରୁ ଅଧିକ ରହିଛି । ନିର୍ବାଚନୀ ରାଜ୍ୟ ପଶ୍ଚିମବଙ୍ଗରୁ ଗୋଟିଏ ଦିନରେ ରେକର୍ଡ ୧୫,୮୮୯ ସଂକ୍ରମିତ ସାମ୍ନାକୁ ଆସିଛି । ଗୁଜୁରାଟ ଏବଂ ତେଲେଙ୍ଗାନାରେ ରବିବାର ଦିନ ପୁରୁଣା ରେକର୍ଡ ଭାଙ୍ଗିଛି ।