ପୁରୁଣା କଟକଣା ସହ ଫେରିଲା ସଟଡାଉନ୍
Advertisement
Article Detail0/zeeodisha/odisha889745

ପୁରୁଣା କଟକଣା ସହ ଫେରିଲା ସଟଡାଉନ୍

କୋରୋନା ପ୍ରଭାବରେ ଜନଶୂନ୍ୟ ଜନଗହଳିପୂର୍ଣ୍ଣ ରାସ୍ତା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ ୨୪ ତାରିଖ ଶନିବାର ତଥା ଆଜି ଠାରୁ ଆରମ୍ଭ ହୋଇଛି ସାପ୍ତାହିକ ସଟ୍ ଡାଉନ୍ । 

ପୁରୁଣା କଟକଣା ସହ ଫେରିଲା ସଟଡାଉନ୍

ଭୁବନେଶ୍ୱର: Shutdown in Odisha: ସଟଡାଉନ, ସଟଡାଉନ ଆଉ ସଟଡାଉନ୍ । ରାଜ୍ୟକୁ ପୁଣି ଫେରିଲା ପୁରୁଣା କଟକଣା । ଗତ ବର୍ଷ କୋଭିଡ ମହାମାରୀର ଚେନ୍ ବ୍ରେକ୍ କରିବା ପାଇଁ ଗୋଟିଏ ପରେ ଗୋଟିଏ କଠୋର କଟକଣାକୁ ଆପଣେଇଥିବା ସ୍ଥିତି ପୁଣି ତାଜି ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟର ସମସ୍ତ ସହରାଚଂଳରେ ସାପ୍ତାହିକ ସଟ୍ ଡାଉନ ଆରମ୍ଭ ହୋଇଛି । ଯାହା ସୋମବାର ପ୍ରାତଃ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ସରକାରଙ୍କ ନିୟମ ତଥା ଅନୁରୋଧ ମାନି ଜନସାଧାରଣ ମଧ୍ୟ ସହଯୋଗ ସ୍ୱରୂପ ଘରେ ରହିଥଲେ । ଫଳରେ ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ମାନଙ୍କୁ ଛାଡି ରାସ୍ତାଘାଟ ଦୋକାନ ବଜାର ବସ ଷ୍ଟାଣ୍ଡ ସପୂର୍ଣ୍ଣ ଠପ୍ ।

ଅଧିକ ପଢ଼ନ୍ତୁ:-କାଳବୈଶାଖୀରେ ବ୍ରେକ୍, ବଢିବ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା

କୋରୋନା ପ୍ରଭାବରେ ଜନଶୂନ୍ୟ ଜନଗହଳିପୂର୍ଣ୍ଣ ରାସ୍ତା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ ୨୪ ତାରିଖ ଶନିବାର ତଥା ଆଜି ଠାରୁ ଆରମ୍ଭ ହୋଇଛି ସାପ୍ତାହିକ ସଟ୍ ଡାଉନ୍ । ଏହି ଦୁଇ ଦିନିଆ ସଟ୍ ଡାଉନ ପ୍ରଭାବରେ ଏ ହେଉଛି ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଚିତ୍ର । ବିଶେଷ କରି ଟ୍ୱିନ୍ ସିଟି ପୁରା କମିଶନରେଟ ପୋଲିସ ବଳୟ ଭିତରେ ରହିଛି । ରାଜଧାନୀରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୫୦ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏହାସହ ୩୫ଟି ପିସିଆର ଭ୍ୟାନଙ୍କୁ ନିୟୋଜିତ କରାଯାଇଛି । ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ କାହାରିକୁ ଯିବାକୁ ଅନୁମତି ଦିଆଯାଉଥିବା ବେଳେ ତନ ତନ କରି ପରିଚୟ ପତ୍ର ଯାଞ୍ଚ କରି ଛଡା ଯାଉଥିବା କଥା ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ କହିଛନ୍ତି ।

ଅଧିକ ପଢ଼ନ୍ତୁ:-ଆସନ୍ତା ୩ ମାସ ପାଇଁ ଅମ୍ଳଜାନ ଓ କୋରୋନା ଟିକା ଉପରେ ଟିକସ ଛାଡ କଲେ ମୋଦି ସରକାର

ସେପଟେ ଜନସଧାରଣ ତଥା ସହରବାସୀ ସରକାରଙ୍କ ସଟ୍ ଡାଉନ କଟକଣାକୁ ସମ୍ମାନ ଜଣାଇ ସମର୍ଥନ ଜଣାଇଛନ୍ତି । ‘ଆମେ ଘରେ ତ କୋରୋନା ବାହାରେ’ ଏହି ମର୍ମକୁ ସଫଳ କରିବା ପ୍ରୟାସରେ ସାମିଲ ହୋଇଛନ୍ତି । ଯଦ୍ୱାରା ଆଜି ସଟ୍ ଡାଉନରେ ରାସ୍ତାଘାଟ, ଦୋକାନ ବଜାର ଛକ ବସ ଷ୍ଟାଣ୍ଡ ସେବା ସଂପୂର୍ଣ୍ଣ ଠପ୍ ରହିଛି । କେବଳ ହାତ ଗଣତି ଅନୁମତି ପ୍ରାପ୍ତ ତଥା ଜରୁରୀ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ଅଧିକାରୀଙ୍କ ମାନଙ୍କ ଚଳପ୍ରଚଳ ଥିଲା ।

ତେବେ ଦୁଇ ଦିନିଆ ସଟଡାଉନରେ ସକାଳ ୫ଟାରୁ ୬ ଟା ପର୍ଯ୍ୟନ୍ତ ଘଣ୍ଟିକିଆ କୋହଳ କରାଯାଇଛି । ଏହା କେବଳ ସାଇକେଲିଂ, ଜଗିଂ ଓ ମର୍ଣ୍ଣିୱାକ୍ ପାଇଁ ଉଦ୍ଦିଷ୍ଟ । ରବିବାର ମଧ୍ୟ ସମ ପରିମାଣରେ ସଟ୍ ଡାଉନ କଟକଣା ଜାରି ରହିବ ।