ଦେଶରେ କୋରୋନା ସୁନାମି: ଦିନକରେ ପ୍ରାୟ ୩ ଲକ୍ଷ ୮୦ ହଜାର ନୂତନ ମାମଲା ଚିହ୍ନଟ, ୩୬୪୭ ସଂକ୍ରମିତଙ୍କ ମୃତ୍ୟୁ
Coronavirus in India: ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୮୩,୬୮,୦୯୬ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨,୦୪,୮୧୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ୩୦,୮୫,୦୦୮ ସକ୍ରିୟ କୋରୋନା ମାମଲା ରହିଛି ।
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । କୋଭିଡ-19ର ସୁନାମୀରେ ଦେଶରେ ପ୍ରତିଦିନ ରେକର୍ଡ ସଂଖ୍ୟକ ୩ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସୁଛି । ଏହାସହ ପ୍ରତିଦିନ ୩ ହଜାରରୁ ଅଧିକ ସଂକ୍ରମିତ ମୃତ୍ୟୁ ବରଣ କରୁଛନ୍ତି । ୱାର୍ଲ୍ଡ ମିଟର ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୭୯ ହଜାର ୪୫୯ କୋରୋନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ । ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଭୂତାଣୁ ଯୋଗୁଁ ୩୬୪୭ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ପରେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୮୩,୬୮,୦୯୬ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨,୦୪,୮୧୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ୩୦,୮୫,୦୦୮ ସକ୍ରିୟ କୋରୋନା ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୫୦,୭୮,୨୭୬ ସଂକ୍ରମିତ ଏହି ମହାମାରୀ ଭୂତାଣୁକୁ ମାତ୍ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:-ନୂତନ ଅଧ୍ୟୟନରେ ଖୁଲାସା: କୋରୋନାରୁ ରକ୍ଷା କରିବ ରାଇନୋଭାଇରସ୍! ଜାଣନ୍ତୁ ଏହା କ'ଣ ଓ ଶରୀରରେ ଏହା କିପରି କରିବ କାମ
ସେପଟେ ଅନ୍ତର୍ଜାତୀୟ ସ୍ତରରେ ତୁଳନା କରିବା ତ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ୭୦ ଲକ୍ଷ ସକ୍ରିୟ ମାମଲା ରହିଛି । ୩୦ ଲକ୍ଷ ସକ୍ରିୟ ସଂକ୍ରମିତଙ୍କ ସହିତ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ବ୍ରାଜିଲରେ ପ୍ରାୟ ୧୦ ଲକ୍ଷ ସକ୍ରିୟ ମାମଲା ରହିଛି ଏବଂ ତୃତୀୟ ସ୍ଥାନରେ ରହିଛି ।
ଏହା ଚିନ୍ତାର ବିଷୟ ଯେ ଦେଶରେ ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଫେବୃଆରୀ ୧୬ରେ ଦେଶରେ ୧.୩୮ ଲକ୍ଷ ସକ୍ରିୟ ରୋଗୀ ଥିଲେ । ପାଞ୍ଚ ଲକ୍ଷରେ ପହଞ୍ଚିବାକୁ ୪୦ ଦିନ ଲାଗିଥିଲା । ୧୨ ଦିନରେ ୧୦ ଲକ୍ଷରେ ପହଞ୍ଚିଥିଲା । ଏହା ପରେ ମାତ୍ର ୧୦ ଦିନରେ ୧୦ ଲକ୍ଷ ଓ ୯ ଦିନରେ ୧୦ ସକ୍ରିୟ ମାମଲା ବଢ଼ିଯାଇଛି ।
ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ କଟିବ ଦରମା, ଜାରି ହେଲା ଆଦେଶ
ରାଜ୍ୟଗୁଡ଼ିକର ସ୍ଥିତି
ମହାରାଷ୍ଟ୍ର
କୋରୋନା ଭୂତାଣୁର ଦ୍ୱିତୀୟ ଲହରୀ ଦେଶରେ ଏକ ବିପଜ୍ଜନକ ରୂପ ନେଇଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରୁଛି । ମହାରାଷ୍ଟ୍ର ହେଉଛି କେରୋନାରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ । ଏଠାରେ ବୁଧବାର ଦିନ କୋଭିଡ-19ର ୬୩,୩୦୯ ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ସଂକ୍ରମଣ ଯୋଗୁଁ ୯୮୫ ଜଣଙ୍କର ମୃତ୍ୟୁ ଘଟିଛି ।
ଦିଲ୍ଲୀ
ଦିଲ୍ଲୀର କେରୋନା ମାମଲା କମିବାର ନାଁ ନେଉନାହିଁ । ଦ୍ୱିତୀୟ ଲହରୀ ଅତ୍ୟନ୍ତ ମାରାତ୍ମକ ବୋଲି ପ୍ରମାଣ କରୁଛି । ସୂଚନା ଅନୁଯାୟୀ, ବୁଧବାର ଦିଲ୍ଲୀରେ ୨୫,୯୮୬ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି ଓ ୩୬୮ ଜଣଙ୍କର ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ:-ଜୁଲାଇ ୧ରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ହୋଇଯିବ ୨୮ ପ୍ରତିଶତ! ବଢ଼ିବ ଦରମା ଓ ପେନସନ୍
ଉତ୍ତରପ୍ରଦେଶ
ଉତ୍ତରପ୍ରଦେଶରେ ଦିନକରେ ୨୯,୮୨୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୩,୯୦୩ ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବୁଧବାର ୨୬୬ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସମୟରେ ରାଜ୍ୟରେ ତିନି ଲକ୍ଷ ୪୧ ସକ୍ରିୟ ମାମଲା ରହିଛି ।