ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ: ଏହି ୫ଟି ରାଜ୍ୟର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
Coronavirus in India: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ଯାଏ କୋରୋନା ପଜିଟିଭ ମାମଲା ୧ କୋଟି ୧୪ ଲକ୍ଷ ୯ ହଜାର ୮୩୧ରେ ପହଞ୍ଚିଛି । ସେଥିମଧ୍ୟରୁ ୧ ଲକ୍ଷ ୫୮ ହଜାର ୮୫୬ ଜଣଙ୍କର ମୃତ୍ୟୁ ଘଟିଛି ।
ନୂଆଦିଲ୍ଲୀ: Coronavirus in India: ଗତବର୍ଷ ପରି ଦେଶରେ ମାରାତ୍ମକ କୋରୋନା ଭୂତାଣୁ (Coronavirus) ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୪୯୨ ନୂଆ କୋରୋନା ମାମଲା (COVID-19 Cases) ଚିହ୍ନଟ ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ମହାମାରୀ ଯୋଗୁଁ ୧୩୧ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୧୯୧ ସଂକ୍ରମିତ ଏହି ମହାମାରୀ ଭୂତାଣୁରୁ ଆରୋଗ୍ୟ ଲାଭ କରିଛି । ଗତକାଲି ୨୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩ କୋଟି ୨୯ ଲକ୍ଷରୁ ଅଧିକ ଟିକା (Corona Vaccine) ଡୋଜ ଲଗାଯାଇଛି ।
ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ମହାରାଷ୍ଟ୍ର ପରେ ଏବେ ଏହି ରାଜ୍ୟ ବଢ଼ାଇଲାଣି ଟେନସନ୍
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ଯାଏ କୋରୋନା ପଜିଟିଭ ମାମଲା ୧ କୋଟି ୧୪ ଲକ୍ଷ ୯ ହଜାର ୮୩୧ରେ ପହଞ୍ଚିଛି । ସେଥିମଧ୍ୟରୁ ୧ ଲକ୍ଷ ୫୮ ହଜାର ୮୫୬ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ମୋଟ ସକ୍ରିୟ ମାମଲା ୨ ଲକ୍ଷ ୨୩ ହଜାର ୪୩୨କୁ ବୃଦ୍ଧି ପାଇଛି । ଏଥି ସହିତ ୧ କୋଟି ୧୦ ଲକ୍ଷ ୨୭ ହଜାର ୫୪୩ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-ସର୍ଭେ: ମମତା ଲଗାଇବେ ବିଜୟର ହ୍ୟାଟ୍ରିକ୍ ନା କ୍ଷମତାକୁ ଆସିବ ବିଜେପି, ଜାଣନ୍ତୁ ବଙ୍ଗଳାରେ କାହାକୁ ମିଳିବ କେତେ ଆସନ
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଟ୍ୱିଟ୍ କରି କହିଛି ଯେ, ଆଜି ପର୍ଯ୍ୟନ୍ତ ଦେଶରେ କୋରୋନା ଭୂତାଣୁ ପାଇଁ ମୋଟ ୨୨ କୋଟି ୮୨ ଲକ୍ଷ ୮୦ ହଜାର ୭୬୩ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୮ ଲକ୍ଷ ୭୩ ହଜାର ୩୫୦ ନମୁନା ପରୀକ୍ଷା କରାଯାଇଛି ।
ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ଆପଣଙ୍କ ଦରମା ପାଇଁ ଲାଗୁ ହେବ ନୂଆ ନିୟମ! ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ
ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଏବଂ ତାମିଲନାଡୁରେ କୋରୋନା ରୋଗରେ କ୍ରମାଗତ ବୃଦ୍ଧି ଘଟିଛି । ୭୮.୪୧ ପ୍ରତିଶତ ନୂତନ ମାମଲା ଏହି ପାଞ୍ଚଟି ରାଜ୍ୟରୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୮ଟି ରାଜ୍ୟରେ ଦିନକୁ ଦିନ ନୂଆ ମାମଲା ବୃଦ୍ଧି ପାଉଛି । ଏହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ ଏବଂ ହରିୟାଣା । ଗତ ଏକ ମାସ ଧରି କେରଳରେ ମାମଲା ସଂଖ୍ୟା ହ୍ରାସ ପାଉଛି । ଭାରତରେ ମୋଟ ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ ୭୭ ପ୍ରତିଶତ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବର ରହିଛି ।