ନୂଆଦିଲ୍ଲୀ: Coronavirus in India: ଦେଶର କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମ୍ ହେବାରେ ଲାଗିଛି । ବିଗତ କିଛି ଦିନ ହେବ ଲଗାତର କୋରୋନା ମାମଲାରେ ହ୍ରାସ ରେକର୍ଡ କରାଯାଉଛି । ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮ ହଜାର ୨୦୮ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୫୧୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗତକାଲି ୧୩,୬୮୦ ସଂକ୍ରମିତ ମାମଲା ହ୍ରାସ ପାଇଛି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୯ ଲକ୍ଷ  ୯୮ ହଜାର ୧୫୮  କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୧ ଲକ୍ଷ ୮୦ ହଜାର ୯୬୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୮୮ ହଜାର ୫୦୮ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୨୮ ହଜାର ୬୮୨ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 


ଅଧିକ ପଢ଼ନ୍ତୁ:-ଯେଉଁ ପୁରୁଷମାନଙ୍କର ରହିଛି ଏହି ୭ଟି ଅଭ୍ୟାସ, ସେମାନଙ୍କର ଯୌନ ଜୀବନ ହୋଇଥାଏ ବିନ୍ଦାସ୍


ସୋମବାର କେରଳରେ ୧୩,୦୪୯ ନୂତନ କୋରୋନା ମାମଲା ଚିହ୍ନଟ ହୋଇଥିଲା । ଏହା ପରେ ରାଜ୍ୟରେ ମୋଟ ମାମଲା ୩୫ ଲକ୍ଷ ୬୫ ହଜାର ୫୭୪କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ରାଜ୍ୟ ସରକାର କହିଛନ୍ତି ଯେ ମହାମାରୀ ହେତୁ ଆହୁରି ୧୦୫ ଜଣଙ୍କର ମୃତ୍ୟୁ ଘଟିଛି ଯାହା ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୭,୮୫୨ରେ ପହଞ୍ଚିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୩୩,୭୭,୬୯୧ ଲୋକ ଆରୋଗ୍ୟ ଲାଭ କରିଛନ୍ତି ଏବଂ ବର୍ତ୍ତମାନ ସମୟରେ ରାଜ୍ୟରେ ୧,୬୯,୫୧୨ ରୋଗୀ ଚିକିତ୍ସିତ ହେଉଛନ୍ତି । କେରଳରେ ସଂକ୍ରମଣ ହାର ୧୩.୨୩ ପ୍ରତିଶତ ଓ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ୪,୮୬,୮୩୬ ଲୋକ ଆଇସୋଲେଶନରେ ଅଛନ୍ତି ।


ଦେଶରେ ଆଜି ପୁଣି କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅଗଷ୍ଟ ୯ ପର୍ଯ୍ୟନ୍ତ ସାରା ଦେଶରେ ୫୧ କୋଟି ୪୫ ଲକ୍ଷ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪ ଲକ୍ଷ ୯୧ ହଜାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୮ କୋଟି ୩୨ ଲକ୍ଷ ୭୮ ହଜାର ୫୪୫ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ୧୧ ହଜାର ୩୧୩ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।


ଅଧିକ ପଢ଼ନ୍ତୁ:-ପିଏମ ମୋଦି କୃଷକଙ୍କ ଆକାଉଣ୍ଟକୁ ପଠାଇଲେ ୨୦୦୦ ଟଙ୍କା, ଏପରି ଚେକ୍ କରନ୍ତୁ ତାଲିକାରେ ଆପଣଙ୍କ ନାଁ


ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୨୬ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।