Top 10 News Today: ଭରତପୁର ଥାନାରେ ଟଙ୍ଗା ହେଲା ଲଙ୍କା ଲେମ୍ୱୁ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2443111

Top 10 News Today: ଭରତପୁର ଥାନାରେ ଟଙ୍ଗା ହେଲା ଲଙ୍କା ଲେମ୍ୱୁ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today: ଦିନଟିରେ ରାଜ୍ୟ  ଏବଂ ଦେଶ ବିଦେଶରେ ଘଟିଯାଇଛି ଅନେକ ଘଟଣା । ସେହିସବୁ ଗୁରୁତ୍ୱପୂର୍ଣ୍ଣ ଖବର ଜାଣନ୍ତୁ ଅଳ୍ପରେ

Top 10 News Today: ଭରତପୁର ଥାନାରେ ଟଙ୍ଗା ହେଲା ଲଙ୍କା ଲେମ୍ୱୁ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Today

Headlines 01- ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବା ପିଲାମାନଙ୍କ ସହ ଜଡିତ ଅଶ୍ଳୀଳ ବିଷୟବସ୍ତୁ ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ବିଷୟବସ୍ତୁ ଦେଖିବା, ରଖିବା କିମ୍ବା ଡାଉନଲୋଡ୍ କରିବା ଏକ ଅପରାଧ। କେବଳ ଏତିକି ନୁହେଁ, ଯଦି ଆପଣଙ୍କ ଫୋନରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସମ୍ବନ୍ଧୀୟ ବିଷୟବସ୍ତୁ ଅଛି, ତେବେ ଆପଣଙ୍କୁ ଜେଲ ଦଣ୍ଡ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

Headlines 02- ତିରୁପତି ପ୍ରସାଦକୁ ନେଇ ଏବେ ଦେଶରେ ରାଜନୀତି ତେଜିବାରେ ଲାଗିଛି। ତିରୁପତି ମନ୍ଦିର ପ୍ରସାଦ ପ୍ରସଙ୍ଗରେ ମଥୁରା କୃଷ୍ଣ ମନ୍ଦିର ପ୍ରସାଦର ଯାଞ୍ଚ ପାଇଁ ଦାବି କରିଛନ୍ତି ସମାଜବାଦୀ ନେତ୍ରୀ ଡିମ୍ପଲ ଯାଦବ। ଏହି ପ୍ରସଙ୍ଗରେ ସେ ଉତ୍ତରପ୍ରଦେଶର ଯୋଗୀଙ୍କ ସରକାରକୁ ଘେରିବାକୁ ପ୍ରୟାସ କରିଛନ୍ତି। ଶ୍ରୀମତୀ ଯାଦବ କହିଛନ୍ତି କି ମଥୁରା ପ୍ରସାଦରେ ମଧ୍ୟ କିଛି ଅପମିଶ୍ରଣ କରାଯାଉଛି। ମଥୁରା ପ୍ରସାଦର ମଧ୍ୟ ଯାଞ୍ଚ ହେବା ଜରୁରୀ ବୋଲି ସେ କହିଛନ୍ତି।

Headlines 03- ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ 'ଲାପତା ଲେଡିଜ୍' । ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଛି 'ଲାପତା ଲେଡିଜ୍' । କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଏଟର୍ ଏବଂ ଓଟିଟିରେ ବେଶ୍ ପ୍ରଶଂସା ସାଉଁଟିଥିଲା। ବର୍ତ୍ତମାନ ସିନେମା 'ଲାପତା ଲେଡିଜ୍' ୨୯ଟି ଭାରତୀୟ ସିନେମାକୁ ମାତ୍ ଦେଇ ଓସ୍କାରର ପ୍ରଥମ ଷ୍ଟେଜ୍ ରେ ପ୍ରବେଶ କରିଛି। ଯାହାକୁ ନେଇ ସିନେମାର ପୁରା ଟିମ୍ ଖୁସି ବ୍ୟକ୍ତ କରିଛନ୍ତି ।

Headlines 04- ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରାଯାଇଛି । ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟମରେ ନାଁ ପ୍ରକାଶ ବାରଣ କରାଯାଇଛି । ସମସ୍ତ ଥାନାର ସିସି ଟିଭି ସ୍ଥିତି ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସିସିଟିଭି ଅଛି କି ନାହିଁ ଜଣାଇବାକୁ ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନାହିଁ, କେବେ ସୁଦ୍ଧା ସମସ୍ତ ଥାନାରେ ଲଗାଯିବ ସେ ସମ୍ପର୍କରେ ପଚାରିଛନ୍ତି କୋର୍ଟ । ମାମଲାର ତଦନ୍ତ ଅନୁଧ୍ୟାନ ପାଇଁ ମଧ୍ୟ ମନା କରିଛନ୍ତି ହାଇକୋର୍ଟ । ସରକାରଙ୍କ ପଦକ୍ଷେପକୁ ହାଇକୋର୍ଟ ପ୍ରଶଂସା କରିଥିବା  ସୂଚନା ମିଳିଛି ।

Headlines 05- ଭରତପୁର ଥାନା ନିର୍ଯାତନା ମାମଲାରେ ପୀଡ଼ିତା ତଥା ଭାରତୀୟ ସେନାର କ୍ୟାପ୍ଟେନ ଓ ତାଙ୍କ ବାନ୍ଧବୀ ଏବଂ ବାନ୍ଧବୀଙ୍କ ବାପା, କିଛି ପୂର୍ବତନ ସେନା ଅଧିକାରୀ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି। ଲୋକସେବା ଭବନରେ ଏଥିଲାଗି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଗତକାଲି ରାତିରେ ନେଇଥିବା ଶକ୍ତ ପଦକ୍ଷେପକୁ ପୂର୍ବତନ ସେନା କର୍ମଚାରୀ ଏବଂ ପୀଡ଼ିତାଙ୍କ ପରିବାର ପକ୍ଷରୁ ସ୍ୱାଗତ କରାଯାଇଛି। 

Headlines 06- ଭରତପୁର ଘଟଣାରେ ବିଜେଡି ହରତାଳ ଆନ୍ଦୋଳନ କରିବ ନାହିଁ। ସରକାର ନେଇଥିବା ପଦକ୍ଷେପକୁ ସମ୍ମାନ ଦେଇ ବିଜେଡି ଏହି ପଦକ୍ଷେପ ନେଇଥିବା ସ୍ପଷ୍ଟ କରିଛି। ଆଜି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,  ବିରୋଧୀ ଦଳ ନେତା ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲେ। ରାଜ୍ୟ ସରକାର ଏହାକୁ ଗ୍ରହଣ କରିଥିବାରୁ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ଏବଂ ପ୍ରକୃତ ସତ୍ୟ ଉଦ୍‍ଘାଟିତ ହେବ ବୋଲି ଦଳ ଆଶା କରିଛି। ଏଣୁ ସାମୟିକ ଭାବେ ଏହି ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି ବୋଲି କହିଛନ୍ତି ଶ୍ରୀ ମିଶ୍ର। 

Headlines 07- ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସି ଯୋଗ ଦେବା ପରେ ପୂଜାପାଠ କରିଛନ୍ତି । ଥାନା ଗେଟ୍‌ରେ ଲଙ୍କା ଏବଂ ଲେମ୍ବୁ ଝୁଲାଇଛନ୍ତି ଆଇଆଇସି । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ଆଇଆଇସି କହିଛନ୍ତି ଯେ, ମାନସିକ ଶାନ୍ତି ପାଇଁ ପୂଜାପାଠ କରାଯାଇଛି ।

Headlines 08- କଟକରେ କ୍ଷୀର ପ୍ରକ୍ରିୟାକରଣ ପ୍ଲାଣ୍ଟରେ ଚଢ଼ାଉ କରିଛି ପୋଲିସ ଓ ଖାଦ୍ୟ ନିରାପତ୍ତା ବିଭାଗ ଟିମ୍ । ଅପମିଶ୍ରିତ କରାଯାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି । ଜଗତପୁର ଥାନା ଆତୋଡ଼ା ଛକରେ ରହିଥିବା ପ୍ରୋସେସିଂ ୟୁନିଟ୍‌ରେ ଚଢ଼ାଉ ହୋଇଛି । ପ୍ରୋସେସିଂ ୟୁନିଟ୍‌କୁ ସିଲ୍ କରାଯିବା ସହ ପରୀକ୍ଷା ପାଇଁ ସାମ୍ପଲ ପଠାଯାଇଛି । ଏଥିସହ ପ୍ଲାଣ୍ଟ ମାଲିକଙ୍କୁ ଅଟକ ରଖି ଅଧିକ ଖୋଳତାଡ଼ କରୁଛି ପୋଲିସ ।

Headlines 09- କଳାହାଣ୍ଡି ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ, ଡିପାର୍ଟମେଣ୍ଟାଲ ଇନକ୍ବାରୀ ଆରମ୍ଭ କରାଯାଇଛି । ସୁଇସାଇଡାଲ୍ ନୋଟ୍‌ରେ ଡିଏଫ୍‌ଓଙ୍କ ନାଁ ଥିବାରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସିସିଏଫ୍‌ ରାଙ୍କର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ ଦେଇଛି ବନ ବିଭାଗ । ଯଥାଶୀଘ୍ର ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବନ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି ।

Headlines 10- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାରର ଦକ୍ଷିଣ ଉପକୂଳ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ପଶ୍ଚିମ-ଉତ୍ତର ଦିଗରେ ଗତି କରୁଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୪ ଘଣ୍ଟା ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ୨୬ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୪ରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରରେ ୭୦ରୁ ୧୧୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି।

Also Read- Weekly Family Horoscope: ଚଳିତ ସପ୍ତାହରେ ଏହି ୫ ରାଶିର ପାରିବାରିକ ଜୀବନ ରହିବ ଖାସ୍