ଆଶ୍ୱସ୍ତିକର ଖବର: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ହ୍ରାସ, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୬.୪ ପ୍ରତିଶତ ହ୍ରାସ ଘଟିଛି । ଗତକାଲି ଦେଶରେ ୧ ଲକ୍ଷ ୭୯ ହଜାର କୋରୋନା ମାମଲା ଚିହ୍ନଟ ହୋଇଥିଲା ।
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଅନ୍ୟପଟେ ଗତକାଲି ଅପେକ୍ଷା ଆଜି କୋରୋନା ମାମଲାରେ ସାମାନ୍ୟ ହ୍ରାସ ଦେଖାଦେଇଛି । ଏହାସହ ଦେଶରେ ବର୍ତ୍ତମାନ ସୁଦ୍ଧା ୪,୪୬୧ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇସାରିଛି । ମଙ୍ଗଳବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୬୮ ହଜାର ୦୬୩ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୭ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୯,୯୫୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୯୭,୮୨୭ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୬.୪ ପ୍ରତିଶତ ହ୍ରାସ ଘଟିଛି । ଗତକାଲି ଦେଶରେ ୧ ଲକ୍ଷ ୭୯ ହଜାର କୋରୋନା ମାମଲା ଚିହ୍ନଟ ହୋଇଥିଲା ।
ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩ କୋଟି ୫୮ ଲକ୍ଷ ୭୫ ହଜାର ୭୯୦ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୩ କୋଟି ୪୫ ଲକ୍ଷ ୭୦ ହଜାର ୧୩୧ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୮ ଲକ୍ଷ ୨୧ ହଜାର ୪୪୬ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୪ ହଜାର ୨୧୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଏହା ବି ପଢ଼ନ୍ତୁ:-ଭଉଣୀ ପରେ କଂଗ୍ରେସରେ ସାମିଲ ହେବେ ସୋନୁ ସୁଦ! ଟ୍ୱିଟ୍ କରି ଦଳର ଏହି ବଡ଼ ନେତା ଦେଲେ ସୂଚନା
ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ASL ରିପୋର୍ଟରେ ବଡ଼ ଖୁଲାସା, ଜାଣନ୍ତୁ କେଉଁଠାରେ ହୋଇଛି ବଡ଼ ଭୁଲ
ଏହା ବି ପଢ଼ନ୍ତୁ:-ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ସମାଜବାଦୀ ପାର୍ଟିରେ ସାମିଲ ହେଲେ ଆଉ ଏକ ବିଧାୟକ
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜାନୁଆରୀ ୧୦ ପର୍ଯ୍ୟନ୍ତ ସାରା ଦେଶରେ ୧୫୨ କୋଟି ୮୯ ଲକ୍ଷ ୭୦ ହଜାର ୨୯୪ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨ ଲକ୍ଷ ୭ ହଜାର ୭୦୦ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୯ କୋଟି ୩୧ ଲକ୍ଷ ୨୧ ହଜାର ୪୪୬ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଲକ୍ଷ ୭୯ ହଜାର ୯୨୮ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୧୦ ପ୍ରତିଶତରୁ ଅଧିକ ରହିଛି ।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସୋମବାର ଦିଲ୍ଲୀରେ ୧୯ ହଜାର ୧୬୬ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ୧୭ ଜଣ ରୋଗୀଙ୍କ ମଧ୍ୟ ମୃତ୍ୟୁ ଘଟିଛି । ସଂକ୍ରମଣ ହାର ୨୫ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀରେ ୬୫ ହଜାର ୮୦୬ ସକ୍ରିୟ ମାମଲା ରହିଛି । ସେଥିମଧ୍ୟରୁ ୪୪ ହଜାର ରୋଗୀ ଘରେ ଆଇସୋଲେଶନ ଅଛନ୍ତି ।