ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ଏହି ୮ଟି ରାଜ୍ୟର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
Coronavirus in India: ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୦୧ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ଜାରି ରହିଛି । ଯାହା ପରେ ଦେଶରେ ପୁଣିଥରେ କୋରୋନା ସଙ୍କଟ (COVID-19 Crisis) ଦେଖାଦେଇଛି । ଏହା ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀ (Delhi) ଏବଂ ଆର୍ଥିକ ରାଜଧାନୀ ମୁମ୍ବାଇ (Mumbai) ରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମହାରାଷ୍ଟ୍ର (Maharashtra) ଏପରି ଏକ ରାଜ୍ୟ ଯେଉଁଠାରେ କୋରୋନା ବିସ୍ଫୋରଣ ସବୁଠାରୁ ବଡ଼ ଧରଣରେ ହୋଇଛି । ସମଗ୍ର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । କୋରୋନା ମାମଲା ସଂଖ୍ୟା ବହୁଗୁଣିତ ହେଉଛି । ଦିଲ୍ଲୀରେ ମଧ୍ୟ କୋରୋନା ମାମଲାରେ ଦ୍ରୁତ ବୃଦ୍ଧି ଦେଖାଦେଇଛି । ସେପଟେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬ ହଜାର ୨୧୧ କୋରୋନା ମାମଲା ରିପୋର୍ଟ ହୋଇଛି । ଦେଶରେ ଶେଷଥର ପାଇଁ ଗତବର୍ଷ ମାର୍ଚ୍ଚ ୨୩ରେ ୫୬ ହଜାରରୁ କମ୍ ଅର୍ଥାତ୍ ୫୩ ହଜାର ୪୭୬ ମାମଲା ଚିହ୍ନଟ ହୋଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ହଜାର ୨୮ ଜଣ ସଂକ୍ରମିତ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ:-ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍
ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୦୧ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ୫ ଲକ୍ଷ ୪୦ ହଜାର ୭୨୦ ସକ୍ରିୟ ମାମଲା ରହିଛି । ଦେଶରେ ବର୍ତ୍ତମାନ ଯାଏ ୧ ଲକ୍ଷ 62 ହଜାର ୧୧୪ ଜଣଙ୍କ ମୃତ୍ୟୁ ଘଟିଛି । ସେପଟେ ଦେଶରେ ବର୍ତ୍ତମାନ ଯାଏ ମୋଟ ୬ କୋଟି ୧୧ ଲକ୍ଷ ୧୩ ହଜାର ୩୫୪ କୋରୋନା ଟିକାର ଡୋଜ୍ ଲାଗିସାରିଛି ।
ଅଧିକ ପଢ଼ନ୍ତୁ:-ଚାଣକ୍ୟ ନୀତି: ଏପରି ଲୋକଙ୍କ ସହ ମିତ୍ରତା ଆପଣଙ୍କୁ କେବେ ସୁଖ ଦେବନାହିଁ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ, କେରଳ, ତାମିଲନାଡୁ ଏବଂ ଛତିଶଗଡ ପରି ୮ଟି ରାଜ୍ୟରେ ପ୍ରତିଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଛି । ଏହି ୮ଟି ରାଜ୍ୟରୁ ନୂତନ ମାମଲାର ଯୋଗଦାନ ପ୍ରାୟ ୮୬ ପ୍ରତିଶତ ଅଟେ । ଦେଶରେ କୋରୋନା ଭୂତାଣୁର ୬୩ ପ୍ରତିଶତ ସକ୍ରିୟ କୋରୋନା ମାମଲା କେବଳ ମହାରାଷ୍ଟ୍ରରେ ରହିଛି ।
ମହାରାଷ୍ଟ୍ରର କୋରୋନାରେ ପରିସ୍ଥିତି ଏତେ ଖରାପ ହୋଇଛି ଯେ ରବିବାର ରାତିରୁ ସମଗ୍ର ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ ହୋଇସାରିଛି । ଏହା ଲକଡାଉନ ପୂର୍ବର ଆଶଙ୍କ ମଧ୍ୟରେ କଠୋରତାର ଆରମ୍ଭ । ନାଇଟ୍ କର୍ଫ୍ୟୁ ସମୟରେ ମୁମ୍ବାଇର ସମସ୍ତ ଅଞ୍ଚଳ ଜନଗହଳି ଶୂନ୍ୟ ଦେଖିବାକୁ ମିଳିଥିଲା । ରାଜ୍ୟରେ ଥିବା ୩ ଲକ୍ଷ ୫୭ ହଜାର ଆଇସୋଲେଶନ ଶଯ୍ୟା ମଧ୍ୟରୁ ୧ ଲକ୍ଷ ୭ ହଜାର ଭର୍ତ୍ତି ହୋଇସାରିଛି । ୬୦,୩୪୯ ଅମ୍ଳଜାନ ଶଯ୍ୟା ମଧ୍ୟରୁ ୧୨ ହଜାର ୭୦୧ ପୂରଣ ହୋଇସାରିଛି ।
ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଗାଡ଼ି ତ ଧ୍ୟାନ ଦିଅନ୍ତୁ; ଗ୍ରୀନ୍ ଟ୍ୟାକ୍ସ ଲାଗୁ କରିବାକୁ ଯାଉଛନ୍ତି ସରକାର, ଜାଣନ୍ତୁ କେତେ କରିବାକୁ ପଡିବ ଜମା
ମହାରାଷ୍ଟ୍ରର କୋରୋନା ମାମଲା ସମସ୍ତଙ୍କୁ ଭୟଭୀତ କରୁଛି । ସୋମବାର ୩୧,୬୪୩ ନୂତନ ମାମଲା ଚିହ୍ନଟ ହୋଇଥିଲା ଏବଂ ୧୦୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିଲା । ମୁମ୍ବାଇରେ କୋରୋନା ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସୋମବାର ମୁମ୍ବାଇରେ ୫,୮୯୦ ମାମଲା ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ।
ସେପଟେ ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ଘଟୁଛି । ଯାହା ପରେ ଲୋକମାନେ ପୁଣି ଥରେ ଭୟଭୀତ ହୋଇପଡ଼ିଛନ୍ତି । ସୋମବାର ଦିଲ୍ଲୀରେ ୧୯୦୦୦ରୁ ଅଧିକ ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧,୯୦୪ ନୂତନ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ଗତ ବର୍ଷ ଡିସେମ୍ବର ୧୩ରେ ୧,୯୮୪ ସଂକ୍ରମିତ ଚିହ୍ନଟ ହୋଇଥିଲା ।