ନୂଆଦିଲ୍ଲୀ: ଭାରତ ସମେତ ସାରା ଦୁନିଆରେ କୋରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର (Second Wave of Coronavirus) ତାଣ୍ଡବ କରୁଛି । ଏହି ମହାମାରୀ (Epidemic) ର ଶିକାର ହୋଇ ଅନେକ ଲୋକ ପ୍ରାଣ ହରାଇଥିବାବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଏହି ସମୟ ମଧ୍ୟରେ ବୈଜ୍ଞାନିକମାନେ ଏପରି ଏକ ବୟାନ ଦେଇଛନ୍ତି, ଯାହା ଶୁଣିବା ପରେ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଲୋକମାନେ କୋରୋନାର ଆଉ ଦୁଇଟି ଭୂତାଣୁ (Virus) ଦ୍ୱାରା ସଂକ୍ରମିତ ହୋଇପାରନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଅସହାୟଙ୍କୁ ଖାଦ୍ୟ ବାଣ୍ଟିଲେ ଯୁବଗୋଷ୍ଠୀ


କୁକୁରରୁ ମଣିଷକୁ ଟ୍ରାନ୍ସଫର ହୋଇଛି ଏହି ଭୂତାଣୁ


ଆଓୱା ବିଶ୍ୱବିଦ୍ୟାଳୟର ଭାଇରୋଲୋଜିଷ୍ଟ ଷ୍ଟାନଲି ପର୍ଲମାନ (Iowa virologist Stanley Pearlman) ତାଙ୍କ ଅଧ୍ୟୟନରେ କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ମାଲେସିଆର ୮ ଜଣ ପିଲା ନିମୋନିଆରେ ପୀଡିତ ଥିଲେ । ଯେତେବେଳେ ହସ୍ପିଟାଲ ତରଫରୁ ସେମାନଙ୍କ ନମୁନା ଯାଞ୍ଚ କରାଯାଇଥିଲା ତ ଜଣାପଡ଼ିଥିଲା ଯେ ସେମାନେ ଏକ ନୂଆ କୋରୋନା ଭୂତାଣୁରେ ସଂକ୍ରମିତ ଥିଲେ, ଯାହା କୁକୁରମାନଙ୍କଠାରେ ମିଳିଥାଏ । ଏହି ବିଷୟଟି ପୁରୁଣା ହୋଇପାରେ, କିନ୍ତୁ ଏହା ବୈଶ୍ୱିକ ସ୍ତରରେ ଲୋକଙ୍କ ପାଇଁ ବିପଦ ହୋଇ ରହିଛି ।


ମଣିଷର ଜିନୋମ ଯାଞ୍ଚରେ ମିଳିଛି ୪ଟି ଭୂତାଣୁ


ବୈଜ୍ଞାନିକମାନଙ୍କ ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଛି ଯେ ଏହି ଭୂତାଣୁ ଯେକୌଣସି ମଣିଷ କିମ୍ବା ଜୀବରେ ନିଜକୁ ପରିବର୍ତ୍ତନ କରିବାର କ୍ଷମତା ରଖିଥାଏ । ଏ ବିଷୟରେ ଅଧିକ ଜାଣିବା ପାଇଁ ଯେତେବେଳେ ବୈଜ୍ଞାନିକମାନେ ମାଲେସିଆର ଜଣେ ରୋଗୀଙ୍କଠାରୁ ମିଳିଥିବା କୋରୋନା ଭାଇରସ (Coronavirus) ର ଜେନୋମ ସିକ୍ୱେଂସିଙ୍ଗର ଯାଞ୍ଚ କଲେ ତ ଏହା ଦେଖିବାକୁ ମିଳିଥିଲା ​​ଯେ ଏଠାରେ ୪ଟି କୋରୋନା ଭାଇରସ୍ ଅଛି । ଏଥିମଧ୍ୟରୁ ଦୁଇଟି କୁକୁରମାନଙ୍କଠାରେ ଦେଖିବାକୁ ମିଳେ । ତୃତୀୟଟି ବିଲେଇରେ ଏବଂ ଚତୁର୍ଥଟି ଘୁଷୁରିରେ ମିଳିାଏ । ଏ ପର୍ଯ୍ୟନ୍ତ ଅନେକ ଗଣମାଧ୍ୟମର ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ।


ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଜୁନ୍ ସୁଦ୍ଧା ଜମା କରନ୍ତୁ ଏହି ଫର୍ମ, ନଚେତ୍ ହୋଇଯିବ ବଡ କ୍ଷତି


ଦୁଇଟି ନୂତନ କୋରୋନା ଭୂତାଣୁର ନାମ କ’ଣ?


ତେବେ କୋରୋନା ଭୂତାଣୁ କିପରି ଗୋଟିଏ ପ୍ରଜାତି ବା ଜୀବରୁ ଅନ୍ୟ ପ୍ରଜାତିର ଜୀବରେ ପ୍ରବେଶ କରୁଛନ୍ତି ତାହାର ଅନୁସନ୍ଧାନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । କିନ୍ତୁ ବୈଜ୍ଞାନିକମାନେ ଯେଉଁ କାନିନେଲିକ୍ କୋରୋନା ଭାଇରସ (Caninelike Coronavirus) ଏବଂ ଫେଲାଇନ୍ କୋରୋନା ଭାଇରସ (Feline Coronavirus) ଆବିଷ୍କାର କରିଛନ୍ତି, ଯେଉଁଥିରେ ଲୋକଙ୍କର ସଂକ୍ରମଣର ଖବର ତ ଆସିଛି, କିନ୍ତୁ ଏହା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପୁଛି କି ନାହିଁ ବୈଜ୍ଞାନିକମାନେ ଏହାର ପୃଷ୍ଟି କରିପାରି ନାହାଁନ୍ତି ।


ରିପ୍ଲିକେଟ କରିପାରେ କୁକୁରରେ ଥିବା କୋରୋନା ଭୂତାଣୁ 


ପ୍ରଥମ ରିପୋର୍ଟରେ ଗବେଷକ ଓ ଓହିଓ ଷ୍ଟେଟ୍ ୟୁନିଭର୍ସିଟି ୱୁଷ୍ଟରର ପଶୁ ଚିକିତ୍ସକ ଆନାସ୍ତାସିୟା ଭ୍ଲାସୋଭା କହିଛନ୍ତି ଯେ, କୁକୁର ଭିତରେ ମିଳିଥିବା କୋରୋନା ଭାଇରସ୍ ମନୁଷ୍ୟରେ ରିପ୍ଲିକିଟ୍ ବୃଦ୍ଧି କରିପାରେ । ଆମେମାନେ ଏହି ଭୂତାଣୁକୁ କୁକୁରମାନଙ୍କର ଟ୍ୟୁମର କୋଷରେ ବିକଶିତ କରିଛୁ ।


ଦୁନିଆର ସବୁ ସ୍ଥାନରେ ରହିଛି କୁକୁର ଏବଂ ବିଲେଇମାନଙ୍କଠାରେ ମିଳୁଥିବା ଏହି ଭୂତାଣୁ


ଷ୍ଟାନଲେ କହିଛନ୍ତି, "କୁକୁର ଓ ବିଲେଇମାନଙ୍କଠାରେ ମିଳୁଥିବା କୋରୋନା ଭୂତାଣୁ ଦୁନିଆର ସବୁଆଡେ ରହିଛି । ମାଲେସିଆରେ ଶିଶୁଙ୍କଠାରେ ଯେଉଁ କୋରୋନା ଭୂତାଣୁ ମିଳିଥିଲା ତାହା କୁକୁରମାନଙ୍କ ସହିତ ମଧ୍ୟ ଜଡିତ ଥିଲା । ସେମାନଙ୍କର ସ୍ପାଇକ୍ ପ୍ରୋଟିନ୍ କେନାଇନ୍ କୋରୋନା ଭୂତାଣୁ ଟାଇପ୍ 1 ସହିତ ସମାନ ଥିଲା । ଏଥିସହିତ ଦ୍ୱିତୀୟ ସ୍ପାଇକ୍ ପ୍ରୋଟିନ୍ ପର୍ସିନ୍ କୋରୋନା ଭୂତାଣୁ ସହିତ ମିଳିଥିଲା । ଏହାକୁ ଟ୍ରାନ୍ସମିସେବଲ୍ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ଭୂତାଣୁ ବା TGEV କୁହାଯାଏ । ଏହା ବିଲେଇମାନଙ୍କର ସ୍ପାଇକ୍ ପ୍ରୋଟିନର ୯୭ ପ୍ରତିଶତ ସହିତ ମେଳ ଖାଉଛି ।"


ଅଧିକ ପଢ଼ନ୍ତୁ:-ନକଲି ଡାକ୍ତର ଗିରଫ: ୱାର୍ଡ ବୟରୁ ଶିଶୁ ରୋଗ ବିଶେଷଜ୍ଞ


ଏକାସାଙ୍ଗରେ ହୋଇ ନଥିଲା କୋରୋନା ଭୂତାଣୁର ଜନ୍ମ


ଏଥି ସହିତ ଟେକ୍ସେସର ଜଣେ ବୈଜ୍ଞାନିକ କହିଥିଲେ ଯେ, ଏହି ସମସ୍ତ କୋରୋନା ଭୂତାଣୁର ଜନ୍ମ ଏକାସାଙ୍ଗରେ ହୋଇ ନଥିଲା । ଏହା ଧୀରେ ଧୀରେ ଗୋଟିଏ ଜୀବରୁ ଅନ୍ୟ ଜୀବକୁ ବ୍ୟାପିଛି ଏବଂ ମ୍ୟୁଟେସନ୍ ଜାରି ରଖିଛି । ଏଥିପ୍ରତି କେହି ଧ୍ୟାନ ଦେଇନଥିଲେ, ଯେଉଁ କାରଣରୁ ଭୂତାଣୁ ଶୀଘ୍ର ବ୍ୟାପିଛି ।


ଏଠାରେ କହି ରଖୁଛୁ ଯେ, ଯେଉଁ ୮ ଜଣ ଶିଶୁଙ୍କ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୭ ଜଣ ଶିଶୁ ୫ ବର୍ଷରୁ କମ୍ ବୟସର ଥିଲେ । ଯେତେବେଳେ କି ୪ ଜଣ ନବଜାତ ଥିଲେ । ଏହି ସମସ୍ତ ପିଲାମାନେ ୪ରୁ ୭ ଦିନ ହସ୍ପିଟାଲରେ ଥିଲେ, ଏହା ପରେ ସେମାନେ ସୁସ୍ଥ ହୋଇ ନିଜ ଘରକୁ ଯାଇଥିଲେ । ବୈଜ୍ଞାନିକମାନେ କୋରୋନା ଭୂତାଣୁକୁ ଚାରୋଟି ଜେନେରାରେ ବିଭକ୍ତ କରନ୍ତି - ଆଲଫା, ବିଟା, ଗାମା ଏବଂ ଡେଲଟା । ନୂତନକୁ ଆଲଫା କୁହାଯାଏ । ଏହା ହେଉଛି ତୃତୀୟ ଆଲଫା ଭୂତାଣୁ ଯାହା ମଣିଷକୁ ସଂକ୍ରମିତ କରୁଛି । ଅବଶିଷ୍ଟ ଦୁଇଟି ଆଲଫା କୋରୋନା ଭୂତାଣୁ ସାଧାରଣତଃ ଥଣ୍ଡା ପାଇଁ ଦାୟୀ ଅଟନ୍ତି ।