ପୁଣି ମିଳିଲା କୋରୋନାର ନୂଆ ଷ୍ଟ୍ରେନ୍, ଭ୍ୟାକ୍ସିନର ପ୍ରଭାବକୁ କରିପାରେ କମ୍
କୋରୋନାର ଆଉ ଏକ ନୂତନ ରୂପ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ଫିନଲ୍ୟାଣ୍ଡ (Finland) ରେ କୋରୋନାର ଏକ ନୂତନ ପ୍ରକାର ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ: ୨୦୧୯ର ଶେଷ ଆଡକୁ ଚୀନର ୱୁହାନରୁ ସମଗ୍ର ବିଶ୍ୱକୁ କୋରୋନା ଭୂତାଣୁ (Coronavirus) ବ୍ୟାପିଥିଲା । ଆଉ ୨୦୨୦ରେ ଏହି ମାରାତ୍ମକ ଭୂତାଣୁ ବୈଶ୍ୱିକ ମହାମାରୀର ରୂପ ନେଇଥିଲା । ବର୍ତ୍ତମାନ ଲଗାତର କୋରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ (New Strain) ସାମ୍ନାକୁ ଆସୁଛି । ଯାହା ସାରା ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିଛି ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଫେବୃଆରୀ ୨୨ରୁ ଚାଲିବ ଏହି ୩୫ଟି ଟ୍ରେନ୍
କୋରୋନାର ଆଉ ଏକ ନୂତନ ରୂପ ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ଫିନଲ୍ୟାଣ୍ଡ (Finland) ରେ କୋରୋନାର ଏକ ନୂତନ ପ୍ରକାର ଦେଖିବାକୁ ମିଳିଛି । ଏକ ଅନୁସନ୍ଧାନରେ ଏହି ଭାରିଆଣ୍ଟକୁ ଦକ୍ଷିଣ ଆଫ୍ରିକା (South Africa) ର କୋରୋନା ଷ୍ଟ୍ରେନର ପରିବର୍ତ୍ତନ ବା ମ୍ୟୁଟେଶନ କୁହାଯାଉଛି । ବୈଜ୍ଞାନିକମାନେ ଭୟ କରୁଛନ୍ତି ଯେ ଏହି ଭାରିଆଣ୍ଟ ଟିକାର ପ୍ରଭାବକୁ ହ୍ରାସ କରିପାରେ । ଏହାପୂର୍ବରୁ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରେ କୋରୋନାର ନୂତନ ଭାରିଆଣ୍ଟ (New Variants) ସାମ୍ନାକୁ ଆସିସାରିଛି ।
ଅଧିକ ପଢ଼ନ୍ତୁ:-ସଙ୍କଟରେ ଖଟ୍ଟର ସରକାର! ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ
ଫିନଲ୍ୟାଣ୍ଡର ଏକ ଲାବୋରେଟୋରୀ କୋରୋନା ଭୂତାଣୁର ଏକ ନୂତନ ଷ୍ଟ୍ରେନ୍ ଆବିଷ୍କାର କରିଛି । ଦକ୍ଷିଣ ଫିନଲ୍ୟାଣ୍ଡରେ କୋରୋନା ଭୂତାଣୁର Fin-796H ନାମକ ନୂତନ ଷ୍ଟ୍ରେନ୍ ଚିହ୍ନଟ କରାଯାଇଥିଲା । ଏକ ଆଧିକାରୀକ ବୟାନ ଅନୁଯାୟୀ, ଭିଟା ଲାବୋରେଟୋରୀ ଓ ହେଲସିଙ୍କି ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜିର ମିଳିତ ଅଧ୍ୟୟନରୁ ଜଣାପଡିଛି ଯେ ନୂଆ ଷ୍ଟ୍ରେନ୍ ସମସ୍ତ PCR ପରୀକ୍ଷାରେ ସାମ୍ନାକୁ ଆସି ନପାରେ ।
ଅଧିକ ପଢ଼ନ୍ତୁ:-SBI ଆଲର୍ଟ! କରି ନିଅନ୍ତୁ ଏହି ଅସମ୍ପୂର୍ଣ୍ଣ କାମ ନଚେତ୍ ବଢ଼ିପାରେ ସମସ୍ୟା
ଅଧ୍ୟୟନ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଓ ବ୍ରିଟେନରେ ପୂର୍ବରୁ ମିଳିଥିବା ସମସ୍ତ ଷ୍ଟ୍ରେନ୍ ଠାରୁ ଫିନ-796 ଏଚ୍ ଯଥେଷ୍ଟ ଭିନ୍ନ । ଅନୁସନ୍ଧାନକାରୀ ମନେ କରନ୍ତି ଯେ ଫିନଲ୍ୟାଣ୍ଡ ବାହାରୁ ଏହି ନୂତନ ଷ୍ଟ୍ରେନ୍ ଆସିଥାଇପାରେ କାରଣ ଦେଶରେ କୋରୋନା ମାମଲା ସଂଖ୍ୟା ବହୁତ କମ୍ ଅଛି । କୋରୋନା ଭାଇରସର ନୂତନ ଷ୍ଟ୍ରେନ୍ ବିରୁଦ୍ଧରେ ଟିକା କେତେ ପ୍ରଭାବଶାଳୀ ହେବ ତାହା ମଧ୍ୟ ଅସ୍ପଷ୍ଟ ରହିଛି ।
ତଥାପି, ବୈଜ୍ଞାନିକମାନେ କହିଛନ୍ତି ଯେ ନୂତନ ଭାରିଆଣ୍ଟରୁ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଏହା ବିଷୟରେ ଚିନ୍ତା କରିବାର କୌଣସି ଠୋସ୍ ପ୍ରମାଣ ନାହିଁ । କେବଳ ଜଣେ ରୋଗୀ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ସେପଟେ ଅନ୍ୟ ଏକ ଅନୁସନ୍ଧାନରେ କୁହାଯାଇଛି ଯେ ନୂତନ ପ୍ରକାର ଅନ୍ୟ ଷ୍ଟ୍ରେନ୍ ତୁଳନାରେ ୩୦ରୁ ୭୦ ପ୍ରତିଶତ ଅଧିକ ମାରାତ୍ମକ ହୋଇପାରେ ।