ସଙ୍କଟରେ ଖଟ୍ଟର ସରକାର! ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ
Advertisement
Article Detail0/zeeodisha/odisha851978

ସଙ୍କଟରେ ଖଟ୍ଟର ସରକାର! ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ

ସେପଟେ ଅଧିବେଶନ ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ବିଧାନସଭା ବାଚସ୍ପତିଙ୍କୁ ଅନାସ୍ଥା ପ୍ରସ୍ତାବ ଦିଆଯାଇପାରିବ । ବିରୋଧୀଙ୍କଠାରୁ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବା ପରେ ବାଚସ୍ପତି ପ୍ରଥମେ ଏହାକୁ ଅଧ୍ୟୟନ କରିବେ ଏବଂ ଏହା ପରେ ସେ ଅଧିବେଶନରେ ଉପସ୍ଥିତ ସମସ୍ତ ବିଧାୟକଙ୍କୁ ଜଣାଇବେ ।

ସଙ୍କଟରେ ଖଟ୍ଟର ସରକାର! ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ

ଚଣ୍ଡିଗଡ଼: କେନ୍ଦ୍ରର କୃଷି ଆଇନ (Farm Laws) କୁ ବିରୋଧ କରି କୃଷକମାନେ (Farmers) ହରିୟାଣାରେ ଜୋରଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଯାହା ବର୍ତ୍ତମାନ ବିଜେପି-ଜେଜେପି ମିଳିତ ସରକାର (BJP-JJP Govt) ର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ସେପଟେ ଖଟ୍ଟର ସରକାର (Khattar Govt) ବିରୋଧରେ କଂଗ୍ରେସ (Congress) ଅନାସ୍ଥା ପ୍ରସ୍ତାବ (no-confidence motion) ଆଣିବାକୁ ଯୋଜନା କରୁଛି । ଏହା ଅନ୍ତର୍ଗତ ଦଳ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ବଜେଟ୍ ଅଧିବେଶନରେ ଅନାସ୍ଥା ପ୍ରସ୍ତାବ ଆଗତ କରିବ ବୋଲି କୁହାଯାଉଛି । ବୋଧହୁଏ ମାର୍ଚ୍ଚ ୮ରେ କଂଗ୍ରେସ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରେ ।

ଅଧିକ ପଢ଼ନ୍ତୁ:-SBI ଆଲର୍ଟ! କରି ନିଅନ୍ତୁ ଏହି ଅସମ୍ପୂର୍ଣ୍ଣ କାମ ନଚେତ୍ ବଢ଼ିପାରେ ସମସ୍ୟା

ସେପଟେ ଅଧିବେଶନ ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ବିଧାନସଭା ବାଚସ୍ପତିଙ୍କୁ ଅନାସ୍ଥା ପ୍ରସ୍ତାବ ଦିଆଯାଇପାରିବ । ବିରୋଧୀଙ୍କଠାରୁ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିବା ପରେ ବାଚସ୍ପତି ପ୍ରଥମେ ଏହାକୁ ଅଧ୍ୟୟନ କରିବେ ଏବଂ ଏହା ପରେ ସେ ଅଧିବେଶନରେ ଉପସ୍ଥିତ ସମସ୍ତ ବିଧାୟକଙ୍କୁ ଜଣାଇବେ । ନିୟମ ଅନୁଯାୟୀ, ଅତି କମରେ ୧୮ ଜଣ ବିଧାୟକ ଏହାକୁ ସମର୍ଥନ କଲେ ହିଁ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ । ବିଧାନସଭାରେ କଂଗ୍ରେସର ୩୦ ଜଣ ବିଧାୟକ ଅଛନ୍ତି, ତେଣୁ ସଂପୂର୍ଣ୍ଣ ସମ୍ଭାବନା ରହିଛି କଂଗ୍ରେସ ଦ୍ୱାରା ବର୍ତ୍ତମାନର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାର ମଞ୍ଜୁରୀ ବାଚସ୍ପତିଙ୍କୁ ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ:-କାରରେ କୋକେନ ନେଇ ଯାଉଥିଲା‌ ବିଜେପିର ଯୁବ ନେତ୍ରୀ, ପୋଲିସ କଲା ଗିରଫ

ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ବିଧାନସଭା ବାଚସ୍ପତି ଭୋଟ୍ ତାରିଖ ସ୍ଥିର କରିବେ । ହରିୟାଣାର ୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବର୍ତ୍ତମାନ ୮୮ ଜଣ ବିଧାୟକ ଅଛନ୍ତି, ଯେଉଁଥିରୁ କାଲକା ଓ ଏଲନାବାଦ ଆସନ ଖାଲି ପଡିଛି । କୃଷକ ଆନ୍ଦୋଳନକୁ ସମର୍ଥନ କରି INLD ମୁଖ୍ୟ ମହାସଚିବ ଅଭୟ ସିଂ ଚୌଟାଲାଙ୍କ ଇସ୍ତଫା ଯୋଗୁଁ ଏଲନାବାଦ ଆସନ ଖାଲି ପଡିଥିବାବେଳେ କାଲକାରୁ କଂଗ୍ରେସର ପ୍ରଦୀପ ଚୌଧୁରୀଙ୍କ ସଦସ୍ୟତା ରଦ୍ଦ ହେତୁ ଏହି ଆସନ ଖାଲି ରହିଛି ।

ଅଧିକ ପଢ଼ନ୍ତୁ:-ଶହେ ପାର ହେଲା ପେଟ୍ରୋଲ ଦର, ତ ମଧ୍ୟପ୍ରଦେଶର ମନ୍ତ୍ରୀ ପିଏମ ମୋଦିଙ୍କୁ ଜଣାଇଲେ-'ଅଭିନନ୍ଦନ'

ବିଜେପିର ୪୦ ଓ ଜେଜେପିର ୧୦ ଜଣ ବିଧାୟକ ସମେତ ୭ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ପାଞ୍ଚଜଣ ଖଟ୍ଟର ସରକାରଙ୍କୁ ସମର୍ଥନ କରୁଛନ୍ତି । ମହମରୁ ବିଧାୟକ ବଲରାଜ କୁଣ୍ଡୁ ଏବଂ ଦାଦରୀରୁ ବିଧାୟକ ସୋମବୀର ସାଙ୍ଗୱାନ୍ ବିଜେପିରୁ ସମର୍ଥନ ପ୍ରତ୍ୟାହାର କରିସାରିଛନ୍ତି । ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ନେଇ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡ୍ଡା (Bhupinder Singh Hooda) କଂଗ୍ରେସ ବିଧାୟକଙ୍କ ସହ ଅନେକ ପର୍ଯ୍ୟାୟର ବୈଠକ କରିସାରିଛନ୍ତି । ସେପଟେ କଂଗ୍ରେସର ଏହି ପଦକ୍ଷେପକୁ ରୋକିବା ପାଇଁ ଇଡି ଦ୍ୱାରା ହୁଡ୍ଡା ଉପରେ ପ୍ଲଟ୍ ଆବଣ୍ଟନ ସ୍କାମର ତଦନ୍ତ ତ୍ୱରାନ୍ୱିତ କରିବାର ଚାପ ବୃଦ୍ଧି କରାଯାଇଛି ।