ଦ୍ୱିତୀୟ ଲହରରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭୂତାଣୁ ବଦଳାଇଲା ରୂପ, `ଡେଲଟା ପ୍ଲସ୍`କୁ ନେଇ ଏହା ହେଉଛି ବୈଜ୍ଞାନିକଙ୍କ ମତ
ତେବେ ଭୂତାଣୁର ନୂତନ ଭାରିଏଣ୍ଟ ଯୋଗୁଁ ଏହି ରୋଗ କେତେ ମାରାତ୍ମକ ହୋଇପାରେ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌ ଣସି ସୂଚନା ନାହିଁ । ଡେଲଟା + (Delta Plus)`ମୋନୋକ୍ଲୋନାଲ ଆଣ୍ଟିବଡି କକଟେଲ` ଚିକିତ୍ସା ପାଇଁ ଅବରୋଧକାରୀ ହୋଇଥାଏ ଯାହା ନିକଟ ଅତୀତରେ ଭାରତରେ ମଞ୍ଜୁରୀ ମିଳିଛି ।
ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) କ୍ରମାଗତ ଭାବରେ ଏହାର ରୂପ ପରିବର୍ତ୍ତନ କରୁଛି । ବର୍ତ୍ତମାନ ଏହି ଭୂତାଣୁର ଏକ ନୂତନ ଭାରିଏଣ୍ଟ ମିଳିଛି । ଯାହାର ନାମ 'ଡେଲଟା ପ୍ଲସ୍' (Delta+) କିମ୍ବା 'AY.1' ଦିଆଯାଇଛି । ଏହା କୋରୋନାର 'ଡେଲଟା' ଭାରିଏଣ୍ଟ (Delta Variant)ରୁ ନିର୍ମିତ । ଏହା ବହୁତ ଅଧିକ ସଂକ୍ରମଣ ବଢାଇଥିଲା । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି କି ଏହି ଭାରିଏଣ୍ଟଟି ପୁଣିଥରେ ଆତଙ୍କ ସୃଷ୍ଟି କରିପାରେ କି? ଯଦିଓ ବୈଜ୍ଞାନିକମାନେ ଏହି ଭୂତାଣୁକୁ ନେଇ ଅଧିକ ଭୟଭୀତ ନୁହଁନ୍ତି । ସେମାନେ ମନେ କରନ୍ତି ଯେ ବର୍ତ୍ତମାନ ଭାରତରେ ଏହାକୁ ନେଇ ଚିନ୍ତା କରିବାର କିଛି ନାହିଁ । କାରଣ ଦେଶରେ ଏବେ ମଧ୍ୟ ଏହାର ବହୁତ କମ୍ ମାମଲା ରହିଛି ।
ଅଧିକ ପଢ଼ନ୍ତୁ:-ପୁଣି ଆନ୍ଧ୍ରର ମନମାନି, ଓଡିଶା ପ୍ରକଳ୍ପକୁ କରୁଛି ମରାମତି
କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ- ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (CSIR-IGIB) ର ନିର୍ଦ୍ଦେଶକ ଡକ୍ଟର ଅନୁରାଗ ଅଗ୍ରୱାଲ କହିଛନ୍ତି ଯେ, ବର୍ତ୍ତମାନ ଭୂତାଣୁର ଏହି ଭାରିଏଣ୍ଟକୁ ନେଇ ଭାରତରେ ଚିନ୍ତା କରିବାର କିଛି ନାହିଁ । ସେ କହିଛନ୍ତି ଯେ ଟିକାକରଣର ଉଭୟ ଡୋଜ୍ ନେଇସାରିଥିବା ଲୋକଙ୍କ ରକ୍ତ ପ୍ଲାଜ୍ମାରୁ ଏହି ପ୍ରକାରର ଭାଇରସ୍ ପରୀକ୍ଷା କରିବାକୁ ପଡ଼ିବ, ଯାହା ଦ୍ୱାରା ଜଣାପଡ଼ିବ ଯେ ଏହା ପ୍ରତିରୋଧକ ଶକ୍ତି ହ୍ରାସ କରିବାରେ ସକ୍ଷମ କି ନୁହେଁ ।
ଦିଲ୍ଲୀ ସ୍ଥିତ CSIR-IGIB ର ବୈଜ୍ଞାନିକ ବିନୋଦ ସ୍କାରିଆ ରବିବାର ଟ୍ୱିଟ୍ କରି କହିଛନ୍ତି, K417N ପରିବର୍ତ୍ତନ ହେତୁ B1.617.2 ଭାରିଏଣ୍ଟ ସୃଷ୍ଟି ହୋଇଛି । ଏହା AY.1 ଭାବରେ ମଧ୍ୟ ଜଣାଶୁଣା । ଏହି ପରିବର୍ତ୍ତନ SARS-CoV-2 ର ସ୍ପାଇକ୍ ପ୍ରୋଟିନରେ ଘଟିଛି, ଯାହା ଭୂତାଣୁ ମାନବ କୋଷ ଭିତରକୁ ଯାଇ ସଂକ୍ରମଣ କରିବାରେ ସାହାଯ୍ୟ କରିଥାଏ । ବିନୋଦ ସ୍କାରିଆ ଟ୍ୱିଟରରେ ଲେଖିଛନ୍ତି, ଭାରତରେ K417N ରୁ ସୃଷ୍ଟି ହୋଇଥିବା ଭାରିଏଣ୍ଟ ଏପର୍ଯ୍ୟନ୍ତ ଅଧିକ ନାହିଁ । ଏହି ସିକ୍ୱେଂସ ମୁଖ୍ୟତଃ ୟୁରୋପ, ଏସିଆ ଏବଂ ଆମେରିକାରେ ସାମ୍ନାକୁ ଆସିଛି ।
ସ୍କାରିଆ ଏହା ମଧ୍ୟ କହିଛନ୍ତି ଯେ, ଏହି ପରିବର୍ତ୍ତନ ଭାଇରସ ବିରୋଧରେ ପ୍ରତିରୋଧକ ଶକ୍ତି ସହିତ ମଧ୍ୟ ଜଡିତ ହୋଇପାରେ । ପ୍ରତିରକ୍ଷା ବିଶେଷଜ୍ଞ ବିନିତା ୱଲ କହିଛନ୍ତି ଯେ, ଭୂତାଣୁର ନୂତନ ଭାରିଏଣ୍ଟ ଯୋଗୁଁ 'ଆଣ୍ଟିବଡି କକଟେଲ'ର ବ୍ୟବହାରକୁ ଝଟକା ଲାଗିଛି । କିନ୍ତୁ, ଏହାର ଅର୍ଥ ନୁହେଁ ଯେ ଭୂତାଣୁ ଅଧିକ ସଂକ୍ରମିତ କିମ୍ବା ଏହି ରୋଗ ଅଧିକ ମାରାତ୍ମକ ହୋଇଯିବ ।
ଅଧିକ ପଢ଼ନ୍ତୁ:-୨ ଟଙ୍କାର ଏହି କଏନରୁ ହୁଅନ୍ତୁ ୫ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କିପର...
'ଡେଲଟା +' ଭାରିଏଣ୍ଟ ବା ପ୍ରକାରଟି କୋରୋନା ଭୂତାଣୁର 'ଡେଲଟା' କିମ୍ବା 'B1.617.2' ପ୍ରକାରର ପରିବର୍ତ୍ତନରୁ ସୃଷ୍ଟି ହୋଇଛି । 'ଡେଲଟା' ପ୍ରକାର ଭାରତରେ ପ୍ରଥମେ ଚିହ୍ନଟ ହୋଇଥିଲା । ଭାରତରେ କୋରୋନା ମହାମାରୀର ଦ୍ୱିତୀୟ ଲହର ପାଇଁ ଏହି ଭାରିଏଣ୍ଟ ଦାୟୀ ବୋଲି ମନେ କରାଯାଏ ।
ତେବେ ଭୂତାଣୁର ନୂତନ ଭାରିଏଣ୍ଟ ଯୋଗୁଁ ଏହି ରୋଗ କେତେ ମାରାତ୍ମକ ହୋଇପାରେ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌ ଣସି ସୂଚନା ନାହିଁ । ଡେଲଟା + (Delta Plus)'ମୋନୋକ୍ଲୋନାଲ ଆଣ୍ଟିବଡି କକଟେଲ' ଚିକିତ୍ସା ପାଇଁ ଅବରୋଧକାରୀ ହୋଇଥାଏ ଯାହା ନିକଟ ଅତୀତରେ ଭାରତରେ ମଞ୍ଜୁରୀ ମିଳିଛି ।