ପୁଣି ଆନ୍ଧ୍ରର ମନମାନି, ଓଡିଶା ପ୍ରକଳ୍ପକୁ କରୁଛି ମରାମତି
Advertisement

ପୁଣି ଆନ୍ଧ୍ରର ମନମାନି, ଓଡିଶା ପ୍ରକଳ୍ପକୁ କରୁଛି ମରାମତି

ଦୀର୍ଘ ବର୍ଷ ହେଲା ଚେକଡ୍ୟାମ ଭାଙ୍ଗି ପଡିଥିବା ବେଳେ ବର୍ଷା ଦିନ ଆସିଲେ ବାରମ୍ବାର ଘାଇ ସୃଷ୍ଟି ହେଉଛି । କିନ୍ତୁ କୌଣସି ଅଧିକାରୀଙ୍କ ଦେଖା ମିଳୁନି ଚାଷୀମାନେ ହିଁ ଚାନ୍ଦା ଆଦାୟ କରି ନିଜସ୍ଵ ଉଦ୍ୟରେ ମରାମତି କରି ଆସୁଛନ୍ତି ଅନ୍ୟ ପକ୍ଷରେ ସେହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ଆଉ ଏକ ଉଠା ଜଳସେଚନ ପ୍ରକଳ୍ପ ରହିଛି । 

ଫାଇଲ ଫଟୋ

ଗଜପତି: ପୁଣି ଆନ୍ଧ୍ରର ମନମାନି ଆରମ୍ଭ ହୋଇଯାଇଛି । ଜାରି ରଖିଛି ବଡ ଭାଇ ପଣିଆ, ଓଡିଶା ପ୍ରକଳ୍ପକୁ ମରାମତି କରୁଛି ଆନ୍ଧ୍ର । ଏଥର କୌଣସି ସୀମାନ୍ତରେ ଥିବା ବିବାଦୀୟ ଅଞ୍ଚଳରେ ନୁହେଁ, ବରଂ ବର୍ଷ ବର୍ଷ ଧରି ସ୍ୱତନ୍ତ୍ର ଭାବରେ ଓଡ଼ିଶା ମଧ୍ୟରେ ରହିଥିବା ଜଳସେଚନ ପ୍ରକଳ୍ପର ମରାମତି କରୁଛି ଆନ୍ଧ୍ର । ଗୋଷାଣୀ ବ୍ଳକର ଜଙ୍ଗଲ ପାଡୁ ନିକଟରେ ରହିଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ଭାଙ୍ଗି ପଡିଥିବା ବେଳେ କେନାଲରେ ଆସୁଥିବା ଜଳ ବ୍ୟବହାର ଉପଯୋଗୀ ନହୋଇ ନଦୀକୁ ଚାଲି ଯାଉଛି କିନ୍ତୁ ସେହି ଜଳକୁ ଚାଷ କାର୍ଯ୍ୟରେ ଲଗାଇବା ପାଇଁ ଓଡିଶାର କେନାଲ ଓ ଚେକଡ୍ୟାମର ମରାମତି କାର୍ଯ୍ୟ ଆରମ୍ଭ କରିଛି ଆନ୍ଧ୍ର । ଓଡିଶା ମଧ୍ୟ ଭାଗରେ ଥିବା ପ୍ରକଳ୍ପକୁ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ଜାରି ରଖିଛି । କିନ୍ତୁ ଏହି ପ୍ରକଳ୍ପକୁ  ହାତେଇବା ବା ଅକ୍ତିଆର କରିବା ହୀନ ଉଦ୍ୟମ ନଥିଲେ ବି ନିଶ୍ଚିତ ଭାବରେ ଆନ୍ଧ୍ରର ସ୍ୱାର୍ଥ ରହିଛି । ଓଡିଶା ଚାଷୀଙ୍କ କହିବା ପ୍ରକାରେ ଏହି ଚେକଡ୍ୟାମ ସଠିକ କାର୍ଯ୍ୟକାରୀ ହେଲେ ଓଡ଼ିଶା ଶହ ଶହ ହେକ୍ଟର ଚାଷଜମି ଜଳସେଚିତ ହେବାସହ ଆନ୍ଧ୍ର ଚାଷୀ ମଧ୍ୟ ଉପକୃତ ହେବେ । ତେଣୁ ଆନ୍ଧ୍ର ପ୍ରକଳ୍ପର ମରାମତି କରୁଛି । 

ଅଧିକ ପଢ଼ନ୍ତୁ:-୨ ଟଙ୍କାର ଏହି କଏନରୁ ହୁଅନ୍ତୁ ୫ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କିପର...

ଦୀର୍ଘ ବର୍ଷ ହେଲା ଚେକଡ୍ୟାମ ଭାଙ୍ଗି ପଡିଥିବା ବେଳେ ବର୍ଷା ଦିନ ଆସିଲେ ବାରମ୍ବାର ଘାଇ ସୃଷ୍ଟି ହେଉଛି । କିନ୍ତୁ କୌଣସି ଅଧିକାରୀଙ୍କ ଦେଖା ମିଳୁନି ଚାଷୀମାନେ ହିଁ ଚାନ୍ଦା ଆଦାୟ କରି ନିଜସ୍ଵ ଉଦ୍ୟରେ ମରାମତି କରି ଆସୁଛନ୍ତି ଅନ୍ୟ ପକ୍ଷରେ ସେହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ଆଉ ଏକ ଉଠା ଜଳସେଚନ ପ୍ରକଳ୍ପ ରହିଛି । ତାହା ବି ଗତ ତିତିଲି ବାତ୍ୟା ଠାରୁ ଭାଙ୍ଗି ପଡିଛି କିନ୍ତୁ ବାରମ୍ବାର ଗୁହାରି ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ଫଳରେ ଶହ ଶହ ହେକ୍ଟର ଚାଷ ଜମିରେ ଜଳ ସେଚନର ସମସ୍ୟା ରହିଛି ଏବଂ କେବଳ ବର୍ଷା ଜଳ ଉପରେ ହିଁ ନିର୍ଭର କରିବାକୁ ପଡୁଛି । 

fallback

ଉଠାଜଳସେଚନ ପ୍ରକଳ୍ପର ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଖତ ଖାଉଥିବା ବେଳେ ଦୀର୍ଘବର୍ଷ ହେଲି ଚେକଡ୍ୟାମ ମରାମତି ହେଉନାହିଁ ବାରମ୍ବାର ଅଭିଯୋଗ ପରେ ବି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି । ତେଣୁ ଆନ୍ଧ୍ର ପକ୍ଷରୁ କରାଯାଉଥିବା ପ୍ରକଳ୍ପ ମରାମତି କାର୍ଯ୍ୟକୁ ପ୍ରତିବାଦ କରୁନଥିଲେ ମଧ ନିଜ ରାଜ୍ୟ ସରକାର ଓ ପ୍ରଶାସନର  ନିଷ୍କ୍ରିୟତାକୁ ନିନ୍ଦା କରୁଛୁ । 

ଅଧିକ ପଢ଼ନ୍ତୁ:-ରାଜଧାନୀରେ ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ବିଭାଗୀୟ ଅଧିକାରୀଙ୍କ ଦୁର୍ବଳତା ଯୋଗୁଁ ଆନ୍ଧ୍ର ପ୍ରଶାସନ ହସ୍ତକ୍ଷେପ କରି ଆନ୍ଧ୍ରରୁ ଶ୍ରମିକ ଆଣି ଓଡିଶା ମଧ୍ୟରେ କାର୍ଯ୍ୟ ଜାରି ରଖିଛି । ଅନେକ ସମୟରେ ସୀମାବର୍ତ୍ତୀ ଅଞ୍ଚଳରେ ରାସନ, ଭତ୍ତା ଓ ବିଭିନ୍ନ ଯୋଜନାର ମୋହ ଦେଖାଇ ଓଡ଼ିଆଙ୍କୁ ଆକୃଷ୍ଟ କରୁଥିବା ଆନ୍ଧ୍ର ଓଡ଼ିଶା ଜଳକୁ ଜଳସେଚିତ କରି ଚାଷୀଙ୍କ ମନ କିଣୁଛି ଆନ୍ଧ୍ର ।