ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ନିର୍ଦ୍ଦେଶକ ରଣଦୀପ ଗୁଲେରିଆ (AIIMS chief Dr Randeep Guleria) ଶନିବାର ଚେତାବନୀ ଦେଇଛନ୍ତି ଯେ ଯଦି କୋଭିଡ-୧୯ (COVID-19) ପାଇଁ ଉପଯୁକ୍ତ ପ୍ରୋଟୋକଲ ଅନୁସରଣ ନକରାଯାଏ ଓ ଭିଡ଼ ବନ୍ଦ ନହୁଏ, ତେବେ ପରବର୍ତ୍ତୀ ଛଅରୁ ଆଠ ସପ୍ତାହ ମଧ୍ୟରେ ଭାଇରାଲ ସଂକ୍ରମଣର ପରବର୍ତ୍ତୀ ଲହର (Coronavirus Third Wave) ଦେଶକୁ ଆସିପାରେ । ଭାରତ ଏପ୍ରିଲ ଓ ମେ' ମାସରେ କୋଭିଡ -୧୯ ମହାମାରୀର ଦ୍ୱିତୀୟ ଲହର ଦ୍ୱାରା ଖରାପ ଭାବେ ପ୍ରଭାବିତ ହୋଇଥିଲା । ଯେଉଁ ସମୟରେ ପ୍ରତିଦିନ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିଥିଲା ଓ ବିଭିନ୍ନ ହସ୍ପିଟାଲର ଅକ୍ସିଜେନ ଯୋଗାଣ ଅଭାବରୁ ସଙ୍କଟ ବଢିଯାଇଥିଲା । ଏପରିକି କୋରୋନା ମହାମାରୀର (Coronavirus pandemic) ମୁକାବିଲା ପାଇଁ ଦେଶର ଅଧିକାଂଶ ସ୍ଥାନରେ ପ୍ରତିବନ୍ଧକ ଓ କଠୋର ଲକଡାଉନ ଲାଗୁ କରାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ତେବେ ବର୍ତ୍ତମାନ ସଂକ୍ରମଣ ମାମଲା ସଂଖ୍ୟାରେ ହ୍ରାସ ଘଟିଛି ଓ ଗତ କିଛି ଦିନ ହେବ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଉଛି । କୋଭିଡ -୧୯ ର (COVID-19) ଦୈନିକ ଆସୁଥିବା ମାମଲା ପ୍ରାୟ ଚାରି ଲକ୍ଷରୁ ହ୍ରାସ ହୋଇ ବର୍ତ୍ତମାନ ପ୍ରାୟ ୬୦,୦୦୦ ପାଖାପାଖି ରହିଛି । ଏହା ସତ୍ତ୍ୱେ କୋରୋନାର ତୃତୀୟ ଲହରର ସମ୍ଭାବନା ଅଧିକ ରହିଛି ।


ବର୍ତ୍ତମାନ କୋରୋନା ଭାଇରସ୍ (Coronavirus) ମାମଲା ହ୍ରାସ ପାଇବାରେ ଲାଗିଛି ଓ ଦେଶରେ ଲାଗିଥିବା ପ୍ରତିବନ୍ଧକ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ବିଶେଷଜ୍ଞମାନେ ତୃତୀୟ ଲହର ବିଷୟରେ ଚେତାବନୀ ଦେଉଛନ୍ତି, ଯାହାକି ପିଲାମାନେ ଅଧିକ ପ୍ରଭାବିତ କରିବେ ବୋଲି କହିଛନ୍ତି । ସତର୍କତା ଭାବରେ ଆମେ କ’ଣ କରିବା ଉଚିତ ଓ ପରବର୍ତ୍ତୀ ସମୟରେ ଆମେ କ’ଣ ଆଶା କରିବା ଉଚିତ୍? କୋଭିଡର ତୃତୀୟ ଲହର ସହ ଜଡିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଏଠାରେ ଜାଣନ୍ତୁ:


ଭାରତକୁ କେବେ ଆସିପାରେ କୋରୋନାର ତୃତୀୟ ଲହର?
କିଛି ଦିନ ପୂର୍ବରୁ ଭାରତର ମହାମାରୀ ବିଶେଷଜ୍ଞମାନେ ସୂଚାଇ ଦେଇଛନ୍ତି ଯେ କୋଭିଡ -୧୯ ର ତୃତୀୟ ଲହର ଅନିବାର୍ଯ୍ୟ ଓ ଏହା ସେପ୍ଟେମ୍ବର-ଅକ୍ଟୋବରରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ତେବେ ଶନିବାର ଦିନ ଡକ୍ଟର ଗୁଲେରିଆ କହିଛନ୍ତି ଯେ ଯଦି କରୋନା ପ୍ରୋଟୋକଲ ପାଳନ କରା ନ ଯାଏ, ତେବେ ଆସନ୍ତା ୪୨ ରୁ ୫୬ ଦିନ ମଧ୍ୟରେ ଭୂତାଣୁର ତୃତୀୟ ଲହର ସହ ଦଶା ଭୋଗିବାକୁ ପଡିପାରେ । ଗୁଲେରିଆ କହିଛନ୍ତି ଯେ ବହୁ ସଂଖ୍ୟକ ଲୋକଙ୍କୁ ଟିକାକରଣ କରା ନ ଯିବା ପର୍ଯ୍ୟନ୍ତ, COVID-19 ର  ଉପଯୁକ୍ତ ପ୍ରୋଟୋକଲକୁ ଆକ୍ରମଣାତ୍ମକ ଭାବରେ ଅନୁସରଣ କରିବାର ଆବଶ୍ୟକତା ଅଛି ।


ଅଧିକ ପଢ଼ନ୍ତୁ: କଠୋର ହେଲା କେନ୍ଦ୍ର; ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ


କୋରୋନାର ତୃତୀୟ ଲହରର ସମୟକୁ ବିଶେଷଜ୍ଞଙ୍କ ମତ
ନିକଟରେ ରଏଟର୍ସ ୩ ଜୁନରୁ ୧୭ ଜୁନ ପର୍ଯ୍ୟନ୍ତ ଏକ ସ୍ନାପ୍ ସର୍ଭେ କରିଥିଲା ​​। ଯେଉଁଥିରେ ଡାକ୍ତର, ବୈଜ୍ଞାନିକ, ଭାଇରୋଲୋଜିଷ୍ଟ୍, ଏପିଡେମୋଲୋଜିଷ୍ଟ୍ ଓ ପ୍ରଫେସରଙ୍କ ସମେତ ୪୦ ଜଣ ବିଶେଷଜ୍ଞ ଏଥିରେ ସାମିଲ ହୋଇଥିଲେ । ଏହି ସମସ୍ତଙ୍କୁ ପଚରାଯାଇଥିଲା ଯେ ସେମାନେ କେତେ ଦିନ ମଧ୍ୟରେ କୋରୋନାର ତୃତୀୟ ଲହର ଆସିବେ ବୋଲି ଆଶା କରନ୍ତି । ସର୍ବେକ୍ଷଣ କରାଯାଇଥିବା ୮୫% ରୁ ଅଧିକ ଲୋକ (୨୧ ରୁ ୨୪) କହିଛନ୍ତି ଯେ ଅକ୍ଟୋବରରେ କରୋନାର ପରବର୍ତ୍ତୀ ଲହର ଆସିବ । ଏମାନଙ୍କ ମଧ୍ୟରୁ  ତିନିଜଣ ବିଶେଷଜ୍ଞ ଅଗଷ୍ଟରେ ଏହି ମହାମାରୀ ଆରମ୍ଭ ହେବାର ପୂର୍ବାନୁମାନ କରିଥିବାବେଳେ ଅନ୍ୟ ୧୨ ଜଣ କହିଛନ୍ତି ଯେ ତୃତୀୟ ଲହର ସେପ୍ଟେମ୍ବରରେ ଆସିବ । ଅବଶିଷ୍ଟ ତିନିଜଣ ବିଶେଷଜ୍ଞ କହିଛନ୍ତି ଯେ କୋଭିଡ -୧୯ ର ତୃତୀୟ ଲହର ନଭେମ୍ବର ୨୦୨୧ ରୁ ଫେବୃଆରୀ ୨୦୧୨ ମଧ୍ୟରେ ଆସିପାରେ ।


ପିଲାମାନଙ୍କ ପାଇଁ ସାଂଘାତିକ ହେବ କି କୋରୋନାର ତୃତୀୟ ଲହର?
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଡକ୍ଟର ଗୁଲେରିଆ ବାରମ୍ବାର ଦୋହରାଇଛନ୍ତି ଯେ ପରବର୍ତ୍ତୀ ସଂକ୍ରମଣର ଲହରରେ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନାହିଁ । ତଥାପି କିଛି ବିଶେଷଜ୍ଞ ନିଶ୍ଚିତ ଯେ ପରବର୍ତ୍ତୀ କରୋନା ଲହର ପିଲାମାନଙ୍କ ପାଇଁ ଅତ୍ୟନ୍ତ ସାଂଘାତିକ ହୋଇପାରେ । ରଏଟର୍ସ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଯେତେବେଳେ ୧୮ ବର୍ଷରୁ କମ୍ ବୟସର ପିଲାମାନେ ଏକ ସମ୍ଭାବ୍ୟ ତୃତୀୟ ଲହରରେ ଅଧିକ ବିପଦରେ ପଡ଼ିବେ କି ପଚାର ଯାଇଥିଲା ସେତେବେଳେ ପ୍ରାୟ ଦୁଇ-ତୃତୀୟାଂଶ ବିଶେଷଜ୍ଞ 'ହଁ' ଉତ୍ତର ଦେଇଥିଲେ ।


ଅଧିକ ପଢ଼ନ୍ତୁ: ଆଉ ନାହାଁନ୍ତି ତପୁ...


ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ନାହିଁ
ଏହି ରିପୋର୍ଟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନର (NIMHANS) ଏପିଡେମୋଲୋଜି ବିଭାଗର ମୁଖ୍ୟ ଡକ୍ଟର ପ୍ରଦୀପ ବନାଡ୍ଡର କହିଛନ୍ତି, “ଏହାର କାରଣ ହେଉଛି ଯେ ଟିକାକରଣ କ୍ଷେତ୍ର ସେମାନଙ୍କୁ (ପିଲାମାନେ) ସମ୍ପୁର୍ଣ୍ଣ ଭାବରେ ଛୁଇଁ ନାହିଁ କାରଣ ସେମାନଙ୍କପାଇଁ କୌଣସି ଟିକା ଉପଲବ୍ଧ ନାହିଁ ।" ଶିଶୁମାନଙ୍କ ଉପରେ କୋରୋନା ଭୂତାଣୁର ତୃତୀୟ ତରଙ୍ଗର ପ୍ରଭାବ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲାଭ ଅଗ୍ରୱାଲ ଶୁକ୍ରବାର ଦିନ କହିଛନ୍ତି," SARS-CoV-2 ସେରୋ-ପଜିଟିଭିଟି ହାର ବୟସ୍କଙ୍କ ତୁଳନାରେ ପିଲାମାନଙ୍କଠାରେ ଅଧିକ ଓ ତେଣୁ COVID-୧୯ ର ତୃତୀୟ ଲହରରେ ପିଲାମାନେ ବୟସ୍କଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହେବାର ସମ୍ଭାବନା ନାହିଁ, କିନ୍ତୁ ସରକାର ଏହାର ପ୍ରସ୍ତୁତିରେ କୌଣସି ଅବହେଳା କରିବେ ନାହିଁ  ।"