ଆଜି ଆମ ଗହଣରୁ ଓଡ଼ିଶାର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ବି ଛଡ଼ାଇ ନେଇଛି ଏହି କାଳରୂପୀ କୋରୋନା । କୋଭିଡରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେଲା ଚିକିତ୍ସିତ ହେଉଥିଲେ କଣ୍ଠଶିଳ୍ପୀ ତପୁ ମିଶ୍ର ।
Trending Photos
ରଶ୍ମିତା ସାହୁ, ଭୁବନେଶ୍ୱର: ବିଧିର ଏ କି ବିଧାନ । ଆଉ କେତେ କଷ୍ଟ ଦେବ ଏ କୋରୋନା । ଜଣଙ୍କ ପରେ ଜଣେ ଏ ମହାମାରୀ କୋରୋନାରେ ଜୀବନ ହାରୁଛନ୍ତି । ଆଉ ଆଜି ଆମ ଗହଣରୁ ଓଡ଼ିଶାର ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ବି ଛଡ଼ାଇ ନେଇଛି ଏହି କାଳରୂପୀ କୋରୋନା । କୋଭିଡରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେଲା ଚିକିତ୍ସିତ ହେଉଥିଲେ କଣ୍ଠଶିଳ୍ପୀ ତପୁ ମିଶ୍ର । ଏକ ଘରୋଇ ହସ୍ପିଟାଲରେ ତପୁ ମିଶ୍ରଙ୍କ ଚିକିତ୍ସା ଚାଲିଥିଲା । ହେଲେ ସ୍ୱାସ୍ଥ୍ଯାବସ୍ଥା ବିଗିଡି଼ବାରୁ ତାଙ୍କର ଉତ୍ତମ ଚିକିତ୍ସା ପାଇଁ କୋଲକାତା କିମ୍ବା ଚେନ୍ନାଇକୁ ସ୍ଥାନାନ୍ତର କରିବା ପାଇଁ ଜୋରଦାର ପ୍ରୟାସ ଚାଲିଥିଲା । ହେଲେ ଏଥିପାଇଁ ଅର୍ଥ ବାଧକ ସାଜିଥିଲା ।
ତପୁ ମିଶ୍ର (Tapu Mishra)ଙ୍କୁ ଏହି ବିପଦ ମୁହଁରୁ ରକ୍ଷା କରିବା ପାଇଁ ବହୁ ଓଲିଉଡ୍ କଳାକାର ସୋସିଆଲ ମିଡିଆରେ ନିବେଦନ ବି କରିଥିଲେ । ହେଲେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇ ସେପାରିକୁ ଚାଲିଗଲେ ଏହି ସୁପ୍ରତିଷ୍ଠିତ କଣ୍ଠଶିଳ୍ପୀ । ତାଙ୍କ ମୃତ୍ୟୁ ଖବର ଶୁଣି ପୁରା ଓଲିଉଡ (Ollywood) ଜଗତ ସ୍ତବ୍ଧ ପାଲଟିଯାଇଛି । ନା କିଏ ଭାଷାରେ ବର୍ଣ୍ଣନା କରିପାରୁଛି ନା କିଏ କାନ୍ଦି ସେ କଷ୍ଟକୁ ଦୂରେଇ ପାରୁଛି ।
Also Read: ପିଏମ ମୋଦି ଲଞ୍ଚ କଲେ କ୍ରାସ୍ କୋର୍ସ, ୨ ମାସରେ ତିଆରି ହେବେ ୧ ଲକ୍ଷ ଫ୍ରଣ୍ଟଲାଇନ ୱାର୍କର
କଣ୍ଠଶିଳ୍ପୀ ତପୁ ମିଶ୍ର (Singer Tapu Mishra) ଓଲିଉଡରେ ଅନେକ ଫିଲ୍ମ ଓ ଆଲବମରେ କଣ୍ଠଦାନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବହୁ ସୁପରହିଟ ଫିଲ୍ମରେ ତାଙ୍କ ସ୍ୱର ଶୁଣିବାକୁ ମିଳିଛି । ହେଲେ ଆଜି ସେ ସମସ୍ତଙ୍କୁ ପର କରି ଆର ପାରିକୁ ଚାଲିଯାଇଛନ୍ତି । ଖୁବ କମ ବୟସରେ ସେ ଅନେକ ସଫଳତା ହାତେଇଥିଲେ । ନବେ ଦଶକର ଓଡ଼ିଆ ଚଳଚ୍ଚିତ୍ର (Odia Movie)'ରକତ ଚିହ୍ନିଛି ନିଜର କିଏ' ଫିଲ୍ମରୁ ନିଜର ଯାତ୍ରା ଆରମ୍ଭ କରିଥିଲେ। ଆଉ ଏହା ପରେ ସେ ପଛକୁ ଫେରି ଚାହିଁନଥିଲେ । ପରେ ପରେ ଅନେକ ରିୟାଲିଟି ସୋ ରେ Judges ଭାବେ ମଧ୍ୟ ନଜର ଆସିଛନ୍ତି।
Also Read: କୋରୋନାର ତୃତୀୟ ଲହରକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ କଥା କହିଲେ AIIMS ନିର୍ଦ୍ଦେଶକ
ଓଲିଉଡର ଏହି ସୁପ୍ରସିଦ୍ଧ ଗାୟିକା ଗତ ମାସରେ କୋଭିଡ (Covid) ରେ ସଂକ୍ରମିତ ହୋଇଥିଲେ । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ (Private Hospital) ଭର୍ତ୍ତି କରାଯାଇଥିଲା। ଏହାପରେ ସେ ମେ ୧୯ରେ ICU ରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା। କିନ୍ତୁ ପରେ ତାଙ୍କ ଅବସ୍ଥା ପୁଣିଥରେ ଗୁରୁତର ହୋଇଥିଲା । ସୂଚନାଯୋଗ୍ୟ, ତପୁ ମିଶ୍ର ଗତ ଦୁଇ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।