ଅହମ୍ମଦାବାଦ: ଦେଶରେ କୋରୋନା ଭ୍ୟାକସିନ ଆସିବା ପରେ ସମସ୍ତେ ଏହା ଭାବିଥିଲେ ଯେ, କୋରୋନା ମହମାରୀକୁ ମୂଳୋତ୍ପାଟନ କରିବା ଆଉ କଷ୍ଟକର ବ୍ୟାପାର ନୁହେଁ । ମାତ୍ର ଦେଶରେ ପୁଣିଥରେ ଚିନ୍ତା ବଢାଇଲାଣି କୋରୋନା ମହାମାରୀର ନୂଆ ଷ୍ଟ୍ରେନ । ଏହି ନୂଆ ଷ୍ଟ୍ରେନ ପୂର୍ବ କୋରୋନା ଭୂତାଣୁ ଠାରୁ ଅତି ଭୟଙ୍କର କୁହାଯାଉଛି କାରଣ ଏହି ନୂଆ ଷ୍ଟ୍ରେନରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଦେଉଛି । ଯାହାକୁ ନେଇ ଏବେ ଚିନ୍ତାରେ ସରକାର । କୋରୋନା ଗାଇଡଲାଇନ ମାନିବା ସହ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ସେପଟେ କୋରୋନାର ନୂଆ ଷ୍ଟ୍ରେନକୁ ନଜରରେ ଦେଖି ଗୁଜୁରାଟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ମାର୍ଚ୍ଚ ୧୭ ଅର୍ଥାତ୍ ଆସନ୍ତାକାଲି ଠାରୁ ରାଜ୍ୟର ପ୍ରମୁଖ ସହର ଅହମ୍ମଦାବାଦ (Ahmedabad), ସୁରଟ (Surat) , ଭଦୋଦୋରା (Vadodara) ଓ ରାଜକୋଟ (Rajkot) ରେ ରାତ୍ରୀକାଳିନ କର୍ଫ୍ୟୁ କରାଯିବା ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଆଉ ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ (Night Curfew) ଲାଗୁ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ସରକାର ।


Also Read: ଡ଼ରାଉଛି କୋରୋନାର ନୂଆ ଷ୍ଟ୍ରେନ: ଆପଣଙ୍କ ଠାରେ ନାହିଁତ ଏହି ସବୁ ଲକ୍ଷଣ !


ସୂଚନାନୁଯାୟୀ, କୋରୋନା ମହାମାରୀର ନୂଆ ଷ୍ଟ୍ରେନ (Corona New Strain) କୁ ରୋକିବାରେ  ନାଇଟ କର୍ଫ୍ୟୁ ମୁଖ୍ୟ ଭୂମିକା ଗ୍ରହଣ କରିବ । ସେହିପରି ଏହି ନାଇଟ କର୍ଫ୍ୟୁ ରାତ୍ରି ସମୟ ୧୦ ଟାରୁ ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ରହିବ । ତେବେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ (Gujarat Chief Minister) ବିଜୟ ରୂପାଣି (Vijay Rupani) ଜନସାଧାରଣଙ୍କୁ ଅପିଲ କରିଛନ୍ତି । ସେହିପରି  ସୋମବାର ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନ (Ahmedabad Municipal Corporation) ମଧ୍ୟ ମହାମାରୀର ପ୍ରକୋପକୁ ନେଇ ସତର୍କ ହୋଇ ଉଠିଛି । ସହରରେ ଥିବା ରେସ୍ତୋରାଁ, ସପିଂ ମଲ ଆଦି ରାତ୍ରି ୧୦ ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । 


Also Read: ୧୨୫ ବର୍ଷର ରେଳ ଷ୍ଟେସନ ବଞ୍ଚାଇବାକୁ ବାହାରିଲା ଯୁବ ବିଜେଡି


ଗତମାସରେ ଗୁଜୁରାଟ (Gujarat) ରେ ପ୍ରତିଦିନ ୨୦୦ ରୁ ଅଧିକ କୋରୋନା କେସ ସାମ୍ନାକୁ ଆସୁଥିଲା । ସୁରଟରେ ଅନ୍ୟ ସହର ତୁଳନାରେ ଅର୍ଥାତ୍, ଅହମ୍ମଦାବାଦ, ଭଦୋଦୋରା ଓ ରାଜକୋଟ ତୁଳନାରେ ଅତ୍ୟଧିକ କେସ ସାମ୍ନାକୁ ଆସୁଥିଲା ।ଯାହାକୁ ନେଇ ଚିନ୍ତାରେ ଥିଲେ ରାଜ୍ୟ ସରକାର । ଆଉ ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ନାଇଟ କର୍ଫ୍ୟୁ (Night Curfew)ଆସନ୍ତାକାଲି ଠାରୁ ଏହି ୪ଟି ସହରରେ ଲାଗିବାକୁ ଯାଉଛି ।