ଡ଼ରାଉଛି କୋରୋନାର ନୂଆ ଷ୍ଟ୍ରେନ: ଆପଣଙ୍କ ଠାରେ ନାହିଁତ ଏହି ସବୁ ଲକ୍ଷଣ !
Advertisement
Article Detail0/zeeodisha/odisha866897

ଡ଼ରାଉଛି କୋରୋନାର ନୂଆ ଷ୍ଟ୍ରେନ: ଆପଣଙ୍କ ଠାରେ ନାହିଁତ ଏହି ସବୁ ଲକ୍ଷଣ !

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୬,୨୯୧ ନୂତନ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ଦେଶରେ ବର୍ତ୍ତମାନ ଯାଏ ମୋଟ ୧,୧୩,୮୫,୩୩୯ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି ।

ଡ଼ରାଉଛି କୋରୋନାର ନୂଆ ଷ୍ଟ୍ରେନ: ଆପଣଙ୍କ ଠାରେ ନାହିଁତ ଏହି ସବୁ ଲକ୍ଷଣ !

ନୂଆଦିଲ୍ଲୀ: ଦୀର୍ଘ ଏକ ବର୍ଷ କୋରୋନା ମହାମାରୀ ସହ ଲଢି ଦେଶବାସୀ କୋରୋନା ଭ୍ୟାକସିନ ଆସିବା ପରେ ଟିକେ ଆଶ୍ୱସ୍ତି ଲାଭ କରିଥିଲେ । ହେଲେ ଏବେ ଦୈନିକ ସଂକ୍ରମଣ ୨୬ ହଜାରରୁ ଅଧିକ ରହୁଥିବାରୁ ଏବେ ଚିନ୍ତା ବଢିଛି । ମହାରାଷ୍ଟ୍ରରେ କୋରୋନା (Coronavirus) ଅନିୟନ୍ତ୍ରିତ ହେବାରେ ଲାଗିଛି । କୋଭିଡ-19 (COVID-19) ର ନୂଆ ମାମଲାଗୁଡ଼ିକ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୬,୨୯୧ ନୂତନ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ଦେଶରେ ବର୍ତ୍ତମାନ ଯାଏ ମୋଟ ୧,୧୩,୮୫,୩୩୯ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି ।

ତେବେ ଏହାକୁ ନେଇ ଏବେ ଚିନ୍ତାପ୍ରକଟ କରିଛି କେନ୍ଦ୍ର ଓ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଆସନ୍ତାକାଲି ଏନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ କହିବା କଥା, ସଚେତନ ଅଭାବରୁ କୋରୋନା ମହାମାରୀ (Corona Pandemic) ପୁଣିଥରେ ତାର ପ୍ରକୋପ ଦେଖାଇବାରେ ଲାଗିଛି । ତେବେ ଜନସାଧାରଣ ସରକାରଙ୍କ ଗାଇଡ ଲାଇନ ମାନିବା ସହ ଏହି ସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ।

Also Read: ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ମହାରାଷ୍ଟ୍ର ପରେ ଏବେ ଏହି ରାଜ୍ୟ ବଢ଼ାଇଲାଣି ଟେନସନ୍

ନୂଆ ଷ୍ଟ୍ରେନର ନୂଆ ଲକ୍ଷଣ:  

  • ଦେହହାତ ଅବଶ ବା ଥକ୍କାପଣ ଲାଗିବା
  • ଭୋକ ନହେବା
  • ମୁଣ୍ଡ ବିନ୍ଧା
  • ଦେହହାତ ଘୋଳାବିନ୍ଧା
  • ଦିନକୁ ୪ରୁ ୫ ଥର ପତଳା ଝାଡ଼ା ହେବା
  • ତଣ୍ଟି ଦରଜ ହେବା 
  • ନାକ ବାରମ୍ବାର ଖୁଞ୍ଚି ହେବା
  • ସାମାନ୍ୟ କାଶ ସହ ଛାତିରେ ଯନ୍ତ୍ରଣା ହେବା
  • ଚର୍ମ କୁଣ୍ଡାଇ ହେବା ସହ ନାଲି ବା ନୀଳ ରଙ୍ଗ ପଡ଼ିଯିବା

Also Read: ଖସିଲା ସୁନା ଦର, ଜାଣି ନିଅନ୍ତୁ କ'ଣ ରହିଛି ରୁପା ରେଟ୍

ତେବେ ଏହି ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ଆଉ ବିଳମ୍ବ ନକରି ଯଥାଶୀଘ୍ର ଡାକ୍ତରଙ୍କ (Doctor) ପରାମର୍ଶ ନେବା ଜରୁରୀ । କାରଣ ଦେଖାଦେଇଥିବା କୋରୋନାର ନୂଆ ଷ୍ଟ୍ରେନ (New Strain Of Corona) ଅଧିକ ସଂକ୍ରାତ୍ମକ ଓ ଭୟଙ୍କର । ଏହା ଶୁଖିଲା ବସ୍ତୁରେ ୮ ଦିନ ଯାଏ ସକ୍ରିୟ ରହିବ । ପୂର୍ବ ଷ୍ଟ୍ରେନ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ । ତେବେ ଏହି ଭୂତାଣ  (Corona Virus) କୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର । 

Also Read: ୩୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ଦୁଷ୍କର୍ମ କରି ବୃଦ୍ଧ ଗିରଫ

ଏହାକୁ ନଜରରେ ରଖି, ସଚେତନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଚେତାଇ ଦେଇଛି  ।