ଜାରି ହେଲା ମାର୍ଚ୍ଚ ମାସ ପାଇଁ କୋରୋନା ଗାଇଡଲାଇନ୍
ଆଜି ଗୃହ ମନ୍ତ୍ରାଳୟ ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକାକରଣକୁ ଅଧିକ ବଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ସରୁନି କୋରୋନା ଆତଙ୍କ । ଦୀର୍ଘ ବର୍ଷେ ହେଲାଣି ପୁରା ବିଶ୍ବ ଏହି ମହାମାରୀର କୋପରେ ଛଟପଟ ହେଉଛି । ତେବେ ଏହାରି ମଧ୍ୟରେ ଡରାଇଲାଣି କୋରୋନାର ନୂଆ ଷ୍ଟ୍ରେନ (Corona New Strain) । ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ ବାଣୀ ଶୁଣାଇଛନ୍ତି । ଏହାରି ମଧ୍ୟରେ ଆଜି ଗୃହ ମନ୍ତ୍ରାଳୟ ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକାକରଣକୁ ଅଧିକ ବଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଦେଶରେ ଲଗାତାର କମ୍ ହେଉଥିବା କୋଭିଡ୍-୧୯ (Covid-19) ମାମଲା ଗତ କିଛିଦିନ ହେବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ମହାରାଷ୍ଟ୍ର, କେରଳ ବ୍ୟତୀତ ଅନ୍ୟ ୯ ଟି ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ଏବେ ପୁଣି ଉପରମୁହାଁ ହୋଇଛି।
Also Read: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବାକୁ ବଡ଼ ଷଡ଼ଯନ୍ତ୍ର
ନୂଆ ଗାଇଡଲାଇନ୍ ଅନୁଯାୟୀ
କଣ୍ଟେନମେଣ୍ଟ, ସର୍ଭେଲାନ୍ସ ପାଇଁ ଥିବା ନିୟମ ଅବଧି ମାସେ ବଢ଼ିବ
ନିୟମକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ
ମହାମାରୀର ଯେପରି ମୂଳୋତ୍ପାଟନ ହୁଏ ସେଥିପାଇଁ ସମସ୍ତେ ଗାଇଡଲାଇନ ମାନିବା ଜରୁରୀ
ଘରୋଇ ବିମାନ ସେବା ପୂର୍ବଭଳି ଜାରି ରହିବ
ଅନ୍ତର୍ଜାତୀୟ ବିମାନ ସେବା ସମ୍ପର୍କରେ ନିଷ୍ପତ୍ତି ନେବ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଶିକ୍ଷାନୁଷ୍ଠାନ, ରେଷ୍ଟୁରାଣ୍ଟ, ହୋଟେଲ ଓ ପାର୍କରେ ପୂର୍ବରୁ ଜାରି ହୋଇଥିବା କଟକଣା ଲାଗୁ ରହିବ
ଘୋଷଣା ହୋଇଥିବା ଗାଇଡଲାଇନ୍ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ