ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବାକୁ ବଡ଼ ଷଡ଼ଯନ୍ତ୍ର
Advertisement
Article Detail0/zeeodisha/odisha855910

ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବାକୁ ବଡ଼ ଷଡ଼ଯନ୍ତ୍ର

ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ଘର ପାଖରୁ ବିସ୍ଫୋରକ ଜବତ ହେବା ପରେ ଏବେ ସେଠାରେ ଆତଙ୍କ ଖେଳିଯାଇଛି । 

ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବାକୁ ବଡ଼ ଷଡ଼ଯନ୍ତ୍ର

ମୁମ୍ବାଇ: ମୁକେଶ ଅମ୍ବାନୀ । ଦେଶର ବିଶିଷ୍ଟ ଶିଳ୍ପପତିଙ୍କ ମଧ୍ୟରୁ ଜଣେ । ଅମାପ ସମ୍ପତ୍ତିର ମାଲିକ ଥିବା ଏହି ହସ୍ତୀଙ୍କୁ ଜୀବନରୁ ମାରି ଦେବାକୁ ଚାଲିଛି ଜୋରଦାର ଷଡ଼ଯନ୍ତ୍ର । ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ଘର ପାଖରୁ ବିସ୍ଫୋରକ ଜବତ ହେବା ପରେ ଏବେ ସେଠାରେ ଆତଙ୍କ ଖେଳିଯାଇଛି । ପୋଲିସ ଖବର ପାଇବା ପରେ ଆଖପାଖ ଅଞ୍ଚଳରେ ପୋଲିସ ଛାଉଣୀ କରାଯାଇ ପୁରା ଅଞ୍ଚଳ ଉପରେ ନଜର ରଖାଯାଇଛି ।

ଦେଶର ସବୁଠାରୁ କୋଟିପତି, ଉଦ୍ୟୋଗପତି ମୁକେଶ ଅମ୍ବାନୀ (Mukesh Ambani) ଙ୍କ ଘର ଯାହାର ନାଁ ଆଣ୍ଟିଲିଆ (Antilia) ର ବାହାରୁ ବିସ୍ଫୋରକ, ସନ୍ଦିଗ୍ଧ ଗାଡି ସହ ୨୦ଟି ଜିଲୋଟିନ ମିଳିଛି । ଯେମିତି ଏ ଖବର ପ୍ରଚାର ହୋଇଛି ପୋଲିସ ସହ ମହାରାଷ୍ଟ୍ର ସରକାର ମଧ୍ୟ ନିଜର ତତ୍ପରତା ଦେଖାଇଛନ୍ତି । ଏହି ମାମଲାରେ ଜଡି଼ତ ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ସାମ୍ନାକୁ ଆସୁଛି । ମୁମ୍ବାଇ ପୋଲିସର କହିବାନୁସାରେ, ଜିଲୋଟିନ ଗୁଡ଼ିକୁ ନାଗପୁରର ଏକ କମ୍ପାନୀରୁ ନିଆଯାଇଛି। ତେବେ ଛାନଭିନରୁ ଜଣାପଡ଼ିଛି ଯେ, ବର୍ଲି ଅଞ୍ଚଳରୁ ମୁକେଶଙ୍କ ଘର ଆଡକୁ ଆସୁଥିବା ନେଇ ସନ୍ଦିଗ୍ଧ ସ୍କର୍ପିଓ (Scorpio) ଗାଡି ତିନୋଟି ଅଲଗା ଅଲଗା ସିସିଟିଭି (CCTV) ରେ କଏଦ ହୋଇଛି ।

Also Read: ଓଡ଼ିଶାକୁ ଆସୁଥିବା ୧୨ ରାଜ୍ୟର ଲୋକଙ୍କ ବଢିଲା ଟେନସନ

ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ପାଖରେ ଏକ କାର ବାରମ୍ବାର ଯାତାୟତ କରିବା ସହ ଯେମିତି ଧରାନପଡ଼ନ୍ତି ସେଥିପାଇଁ ଉକ୍ତ ସନ୍ଦିଗ୍ଧ ଗାଡି଼ର ଡ୍ରାଇଭର ସାମ୍ନା ଗେଟ ନୁହେଁ ବରଂ ପଛପଟ ଗେଟ ଦେଇ ବାହାରିଯାଇଛନ୍ତି । ସିସିଟିଭିରେ କାଳେ ଚେହେରା ଜଣାପଡ଼ିଯିବ ଖାସ୍ ସେଥିପାଇଁ ସେ ମୁଣ୍ଡରେ ହୁଡି (Hoody) ପିନ୍ଧିଥିବା ଜଣାପଡ଼ିଛି। ଯାହାଫଳରେ ସିସିଟିଭିରେ ତାଙ୍କ ମୁହଁ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ସେପଟେ ଅମ୍ବାନୀଙ୍କ ଘର ଏଣ୍ଟାଲିଆ ପାଖରେ ଯେଉଁ ସ୍କର୍ପିଓ ଗାଡ଼ି ପାର୍କିଂରେ ରହିଥିଲା ସେହି ଗାଡ଼ି ହାଜି ଅଲ୍ଲୀ ସିଗନାଲ (Haji Ali Signal) ରେ ରାତି ପାଖାପାଖି ୧୨.୨୦ ସମୟରେ ରହିଥିଲା। ଏହି ସିଗନାଲରେ ଗାଡ଼ିଟି ପାଖାପାଖି ୧୦ ମିନିଟ ଧରି ରହିଥିଲା ।

Also Read: LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

ତେବେ ଯେଉଁ ସ୍କର୍ପିଓ ଗାଡି଼କୁ ଦେଖାଯାଇଛି, ଏହି ଗାଡ଼ିଟି ଚୋରି ଗାଡ଼ି ବୋଲି ଜଣାଯାଇଛି । ଆଉ ସେହି ଗାଡ଼ିରୁ ପୋଲିସକୁ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଛି । ଆଉ ଚିଠିରେ ଲେଖାଯାଇଛି , ଏହା ତ ବାସ ଟ୍ରେଲର ନୀତା ଭାବି (Nita Ambani) ଓ ମୁକେଶ ଭୟା  ଆଗକୁ ଆହୁରି ବାକି ଅଛି । ସବୁ କାମର ପ୍ରସ୍ତୁତି ସରିଲାଣି। ତେବେ ଏହି ଚିଠି ମିଳିବା ପରେ ମୁମ୍ବାଇ ପୋଲିସ (Mumbai Police) ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ପଚରାଉଚରା କରୁଛି । ଏହି ଘଟଣାରେ ୧୦ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ଆଉ ଏକ ଗାଡି଼ର ସନ୍ଧାନ କରୁଥିବା ଜଣାପଡି଼ଛି । ପୋଲିସର କହିବା କଥା ଏହାଏକ ବଡ଼ ଷଡ଼ଯନ୍ତ୍ର। ସନ୍ଦିଗ୍ଧ ଗାଡ଼ି ଓ ମୁକେଶ ଅମ୍ବାନୀଙ୍କୁ ସୁରକ୍ଷା ଦେଉଥିବା SUV ଗାଡ଼ିର ନମ୍ବର ପ୍ଲେଟ ଗୋଟିଏ ବୋଲି ଜଣାପଡ଼ିଛି । ଘଟଣାରେ ATS ଓ କ୍ରାଇମବ୍ରାଞ୍ଚ (CrimeBranch) ମଧ୍ୟ ଯାଞ୍ଚ କରୁଛନ୍ତି ।