ବେଜିଂ: ଗୋଟିଏ ପଟେ ସମଗ୍ର ବିଶ୍ୱ କୋରୋନା ଭୂତାଣୁ(Coronavirus) ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏବଂ ଏହି ବୈଶ୍ୱିକ ମହାମାରୀ(Global Epidemic) ସଙ୍କଟରୁ ରକ୍ଷା ପାଇବା ପାଇଁ ଲୋକମାନେ ସାମାଜିକ ଦୂରତା ନିୟମ ପାଳନ ସହିତ ମାସ୍କ(Mask) ପିନ୍ଧିବା ନିଜର ଦାୟିତ୍ୱ ବୋଲି ବିବେଚନା କରୁଛନ୍ତି । ଅନ୍ୟପଟେ ଚୀନ(China) ନିଜ ଦେଶବାସୀଙ୍କୁ କହିଛି ଯେ ବର୍ତ୍ତମାନ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । ଚୀନ୍‌ର ରାଜଧାନୀ ବେଜିଂର ଲୋକଙ୍କୁ ଆଉ ବାହାରକୁ ଯିବା ସମୟରେ ମାସ୍କ ଲଗାଇବାକୁ ପଡ଼ିବ ନାହିଁ । ସ୍ୱାସ୍ଥ୍ୟ ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-'ଏହା ମହାତ୍ମା ଗାନ୍ଧୀଙ୍କ ଭାରତ ନୁହେଁ, ପ୍ରଧାନମନ୍ତ୍ରୀଙ୍କୁ ମୋର ବାର୍ତ୍ତା, ସଚ୍ଚୋଟ ହୁଅନ୍ତୁ'


ସୂଚନାଯୋଗ୍ୟ, ମେ ମାସରେ ମଧ୍ୟ ସମାନ ଘୋଷଣା କରାଯାଇଥିଲା । କିନ୍ତୁ ସହରରେ କୋରୋନା ଭାଇରସ ସଂକ୍ରମଣ ମାମଲା ପୁନର୍ବାର ଦେଖାଯିବା ପରେ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡିଥିଲା । ସରକାରୀ ଆକଳନ ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀରୁ ବର୍ତ୍ତମାନ ଯାଏ ବେଜିଂରେ ୯୩୫ ଜଣ କୋରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୯୨୪ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । କୋଭିଡ-19(COVID-19) ଯୋଗୁଁ ସହରରେ ୯ ଜଣଙ୍କର ମୃତ୍ୟୁ ଘଟିଛି ।


ଅଧିକ ପଢ଼ନ୍ତୁ:-ବେକାରୀଙ୍କୁ ମୋଦି ସରକାରଙ୍କ ବଡ଼ ଉପହାର, ୩ ମାସ ଯାଏ ମିଳିବ ଅଧା ଦରମା !


ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !


ବେଜିଂ(Beijing)ର ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଲୋକମାନେ ଆଉ ବାହାରକୁ ଯିବା ସମୟରେ ମାସ୍କ ପ୍ରୟୋଗ କରିବାର ଆବଶ୍ୟକତା ନାହିଁ । କିନ୍ତୁ କାହାର ଅତି ନିକଟତର ହେବା ସମୟରେ ମାସ୍କ ପ୍ରୟୋଗ କରିବାକୁ ପଡିବ । ମଇ ୧୭ରେ ବେଜିଂରେ ମଧ୍ୟ ଏହି ଘୋଷଣା କରାଯାଇଥିଲା । କିନ୍ତୁ ଏହି ରୋଗ ସହରର ମୁଖ୍ୟ ବଜାର ଶିନଫାଡିରେ ବ୍ୟାପିବା ପରେ ମାସ୍କିକୁ ପୁନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଠାରେ ଏକ ସରକାରୀ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁମାନଙ୍କର ଜ୍ୱର କିମ୍ବା ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି କିମ୍ବା ବିଶେଷକରି ଯେଉଁମାନେ ରୋଗୀଙ୍କ ସହ ସମ୍ପର୍କରେ ଅଛନ୍ତି, ସେମାନଙ୍କୁ ବିବାହ, ଶ୍ରାଦ୍ଧ ଇତ୍ୟାଦିକୁ ଯିବା ପାଇଁ ଏଡ଼ାଇବା ଉଚିତ୍ ।