ନୂଆଦିଲ୍ଲୀ: ଭାରତରେ ୧୮ ବର୍ଷରୁ ଅଧିକ ଲୋକଙ୍କ ପାଇଁ କୋରାନା ଟିକାକରଣ (Corona Vaccination) ଜାରି ରହିଛି । ଏଥିପାଇଁ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କୁ କୋୱିନ (CoWIN) ପୋର୍ଟାଲରୁ ଏକ ଆପଏଣ୍ଟମେଣ୍ଟ ନେବା ଜରୁରୀ ହୋଇଥାଏ । କିନ୍ତୁ ବର୍ତ୍ତମାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିୟମକୁ ବଦଳାଇ ଦେଇଛନ୍ତି ଓ ବର୍ତ୍ତମାନ ଏହି ବୟସ ବର୍ଗର ଲୋକମାନେ ଟିକାକରଣ କେନ୍ଦ୍ରକୁ ସିଧାସଳଖ ଯାଇ ଟିକାକରଣ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଦେଶରେ ସାମ୍ନାକୁ ଆସିଲା ୟେଲୋ ଫଙ୍ଗସର ପ୍ରଥମ ମାମଲା; ଅନ୍ୟ ଦୁଇଟି ଫଙ୍ଗସ୍ ଅପେକ୍ଷା ଅଧିକ ବିପଜ୍ଜନକ


ବର୍ତ୍ତମାନ ଅନଲାଇନ୍ ପଞ୍ଜୀକରଣର ସୁବିଧା


୧୮ ବର୍ଷରୁ ୪୪ ବର୍ଷ ବୟସ ମଧ୍ୟରେ ଟିକାକରଣ ପାଇଁ ବର୍ତ୍ତମାନ ଅନସାଇଟ୍ ରେଜିଷ୍ଟ୍ରେସନ (Onsite Registration for Corona Vaccine) ମଧ୍ୟ ସୁବିଧା ରହିବ । ବର୍ତ୍ତମାନ ୧୮ ରୁ ୪୪ ବର୍ଷ ମଧ୍ୟରେ ଥିବା ବ୍ୟକ୍ତିମାନେ ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଯଦିଓ ଏଥିପାଇଁ କୋୱିନ ପୋର୍ଟାଲରେ (Cowin.gov.in) ପଞ୍ଜୀକରଣ କରିବାକୁ ପଡିବ ।


କିପରି ପାଇବେ ଅନସାଇଟ୍ ଭ୍ୟାକ୍ସିନ୍


ଟିକାକରଣ (Vaccination) ସମୟ ସମାପ୍ତ ହେଲେ କିମ୍ବା ଦିନର ଶେଷରେ ବଳକା ରହି ଯାଇଥିବା ଟିକାକୁ ଏହି ଅନସାଇଟ୍ ଯୋଜନା ବ୍ୟବସ୍ଥାରେ ଥିବା ଲୋକଙ୍କୁ ଦିଆଯିବ ଯାହାଫଳରେ ଟିକା ନଷ୍ଟ ହେବ ନାହିଁ । କୋୱିନ ପ୍ଲାଟଫର୍ମରେ ଏହି ନୂତନ ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରାଯାଇଛି । ବର୍ତ୍ତମାନ ଏହି ନୂତନ ସୁବିଧା କେବଳ ସରକାରୀ ଟିକାକରଣ କେନ୍ଦ୍ରରେ ରହିବ ।


ଅଧିକ ପଢ଼ନ୍ତୁ:-ଜାଣନ୍ତୁ ବ୍ଲାକ୍ ଓ ହ୍ୱାଇଟ୍ ଫଙ୍ଗସର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ, ଶରୀରର ଏସବୁ ଅଂଶରେ ପହଞ୍ଚାଉଛି କ୍ଷତି


ସରକାର କାହିଁକି ନିୟମ ବଦଳାଇଲେ?


ଟିକା ପାଇଁ ସ୍ଲଟ୍ ବୁକ୍ (Corona Vaccine Slot) କରିବା ପରେ ମଧ୍ୟ ଅନେକ ଲୋକ ଟିକାକରଣ ପାଇଁ କେନ୍ଦ୍ରରେ ପହଞ୍ଚୁ ନାହାନ୍ତି ଓ ଏହି କାରଣରୁ ଟିକା ନଷ୍ଟ ହେଉଥିବାର ଖବର ଆସୁଛି । ଏହା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ମଧ୍ୟ ଗ୍ରାମାଞ୍ଚଳରେ ଅନଲାଇନ୍ ବୁକିଂ (Online Booking) ବିଷୟରେ ସୂଚନା ଅଭାବରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।