ପୁଅ ୯ ମାସର ହେବା ପରେ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କଲେ ଏହି ଅନ୍ତର୍ଜାତୀୟ କ୍ରିକେଟର
Pat Cummins: ଅଷ୍ଟ୍ରେଲିଆର ଟେଷ୍ଟ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ନିଜ ପ୍ରେମିକା ବେକି ବୋଷ୍ଟନଙ୍କୁ ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ଉପକୂଳବର୍ତ୍ତୀ ସହର ବରିୟାନ-ବେ ରେ ବିବାହ କରିଛନ୍ତି । ଏହି ଦମ୍ପତିଙ୍କର ଏକ ୯ ମାସର ପୁଅ ମଧ୍ୟ ଅଛି, ଯାହାର ନାମ ଆଲବି ।
Pat Cummins Marriage : ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସ (Pat Cummins) ନିଜ ଗାର୍ଲଫ୍ରେଣ୍ଡ ବେକି ବୋଷ୍ଟନଙ୍କୁ (Becky Boston) ନ୍ୟୁ ସାଉଥ ୱେଲ୍ସରେ ବିବାହ କରିଛନ୍ତି । ପ୍ରାୟ ୬ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ୨୦୨୦ ରେ ନିର୍ବନ୍ଧ କରିଥିଲେ । ଏହାପରେ କୋଭିଡ-୧୯ ମହାମାରୀ ଆସିବା ଯୋଗୁଁ ସେମାନଙ୍କ ବିବାହ ସ୍ଥଗିତ ରହିଥିଲା । ଏହି ସମୟରେ, ଦୁହେଁ ଗତ ବର୍ଷ ଅକ୍ଟୋବରରେ ପିତାମାତା ହୋଇଥିଲେ ଓ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ବର୍ତ୍ତମାନ ଏହି ଦମ୍ପତିଙ୍କ ପୁଅ ୯ ମାସର ହୋଇସାରିଛି ।
ଅଷ୍ଟ୍ରେଲିଆର ଟେଷ୍ଟ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ନିଜ ପ୍ରେମିକା ବେକି ବୋଷ୍ଟନଙ୍କୁ ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ଉପକୂଳବର୍ତ୍ତୀ ସହର ବରିୟାନ ବେରେ ବିବାହ କରିଛନ୍ତି । ଏହି ଦମ୍ପତିଙ୍କର ଏକ ୯ ମାସର ପୁଅ ମଧ୍ୟ ଅଛି, ଯାହାର ନାମ ଆଲବି । ଜୁନ୍ ୨୦୨୦ ରେ ଦୁଇଜଣଙ୍କର ନିର୍ବନ୍ଧ ହୋଇଥିଲା । ପରିବାର ସଦସ୍ୟଙ୍କ ବ୍ୟତୀତ ଅଷ୍ଟ୍ରେଲୀୟ କ୍ରିକେଟ୍ ନାଥାନ୍ ଲିଅନ୍ ଓ ତାଙ୍କ ପତ୍ନୀ ଏମା ମ୍ୟାକକାରି ମଧ୍ୟ ଏହି ବିବାହରେ ଉପସ୍ଥିତ ଥିଲେ । ଏଥି ସହିତ ଟ୍ରାଭିସ୍ ହେଡ୍ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଇଥିଲେ ।
କମିନ୍ସ ଓ ବେକି ପ୍ରଥମେ ୨୦୧୩ ରେ ସାକ୍ଷାତ ହୋଇଥିଲେ ଓ ପ୍ରଥମ ସାକ୍ଷାତରେ କମିନ୍ସ ତାଙ୍କୁ ହୃଦୟ ଦେଇ ଦେଇଥିଲେ ଓ ଧୀରେ ଧୀରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । କହିରଖୁଛୁ ଯେ ବେକି ବ୍ରିଟେନର ୟର୍କସାୟାର ସହରର ଜନ୍ମ ହୋଇଛନ୍ତି ।
ବେକି ଓ କମିନ୍ସଙ୍କର କେବଳ ଦେଶ ମଧ୍ୟରେ ଦୂରତା ନାହିଁ, ବରଂ ଏକ ବୟସ ବ୍ୟବଧାନରେ ମଧ୍ୟ ବଡ଼ ତାରତମ୍ୟ ରହିଛି । ବେକି କମିନ୍ସଙ୍କ ଠାରୁ ୩ ବର୍ଷ ବଡ । ପ୍ୟାଟ୍ କମିନ୍ସ ୮ ମଇ ୧୯୯୩ ରେ ଜନ୍ମ ହୋଇଥିବାବେଳେ, ତାଙ୍କ ପ୍ରେମିକା ୧୭ ନଭେମ୍ବର ୧୯୯୦ ରେ ଜନ୍ମ ହୋଇଥିଲେ । ୬ ବର୍ଷ ଧରି ବେକିଙ୍କୁ ଡେଟ କରିବା ପରେ କମିନ୍ସ ତାଙ୍କୁ ୨୦୨୦ ରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ଏହା ବି ପଢ଼ନ୍ତୁ: ଜିମ୍ବାୱେ ଗସ୍ତ ପାଇଁ ଦଳରେ ବିରାଟଙ୍କୁ କାହିଁକି କରାଯାଇନାହିଁ ସାମିଲ? ଏହା ହେଉଛି କାରଣ
ଏହା ବି ପଢ଼ନ୍ତୁ: ଦେଶରେ ଘଟୁଥିବା ହିଂସାତ୍ମକ ଘଟଣାକୁ ନେଇ ବଡ଼ ବୟାନ ଦେଲେ NSA ଅଜିତ ଡୋଭାଲ