ଜିମ୍ବାୱେ ଗସ୍ତ ପାଇଁ ଦଳରେ ବିରାଟଙ୍କୁ କାହିଁକି କରାଯାଇନାହିଁ ସାମିଲ? ଏହା ହେଉଛି କାରଣ
Advertisement
Article Detail0/zeeodisha/odisha1282079

ଜିମ୍ବାୱେ ଗସ୍ତ ପାଇଁ ଦଳରେ ବିରାଟଙ୍କୁ କାହିଁକି କରାଯାଇନାହିଁ ସାମିଲ? ଏହା ହେଉଛି କାରଣ

Virat Kohli News: ଅଗଷ୍ଟ ୧୮ ରୁ ଜିମ୍ବାୱେ ବିପକ୍ଷରେ ଭାରତକୁ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବାକୁ ପଡିବ ଓ ବିରାଟ କୋହଲି କାହିଁକି ଏହି ସିରିଜ୍ ପାଇଁ ଦଳରେ ସ୍ଥାନ ପାଇ ନାହାଁନ୍ତି ତାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଏହାର ଖୁଲାସା ହୋଇଛି । 

ସାଙ୍କେତିକ ଫଟୋ

India Vs Zimbabwe ODI Series: ବିସିସିଆଇ ଶନିବାର ଦିନ ଜିମ୍ବାୱେ ବିପକ୍ଷରେ ଅଗଷ୍ଟ ୧୮ ରୁ ୨୨ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପାଇଁ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ (Rohit Sharma) ବିଶ୍ରାମ ଦିଆଯାଇଥିବାବେଳେ ଶିଖର ଧାୱନ (Shikhar Dhawan) ଦଳର ନେତୃତ୍ୱ ନେବେ । କେବଳ ରୋହିତ ଶର୍ମା ନୁହଁନ୍ତି, କେ.ଏଲ୍ ରାହୁଲ, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା ଓ ବିରାଟ କୋହଲିଙ୍କ (Virat Kohli) ଭଳି ତାରକା ମଧ୍ୟ ଏହି ଗସ୍ତରେ ଅନୁପସ୍ଥିତ ରହିବେ । ତେବେ ଏସବୁ ମଧ୍ୟରେ କୋହଲିଙ୍କ ଅନୁପସ୍ଥିତି ରହସ୍ୟ ହୋଇ ରହିଛି ।

ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଫର୍ମ ସହ ସଂଘର୍ଷ କରୁଥିବାରୁ ଜିମ୍ବାୱେ ବିପକ୍ଷ ODI ସିରିଜରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ନିକଟରେ ଖବର ଆସିଥିଲା । କୋହଲି ଆଇପିଏଲ୍ ୨୦୨୨ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଆକ୍ସନକୁ ଫେରିବା ପରେ ସମସ୍ତ ଫର୍ମାଟରେ ୬ ଟି ଇନିଂସରେ ସର୍ବାଧିକ ୨୦ ସ୍କୋର କରିଛନ୍ତି । ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତର ପୂର୍ବତନ ଅଧିନାୟକଙ୍କୁ ବିଶ୍ରାମ ଦିଆଯାଇଥିଲା, କିନ୍ତୁ ସେ ଜିମ୍ବାୱେ ଗସ୍ତ କରିବେ ନାହିଁ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ବିରାଟ କୋହଲିଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଏସିଆ କପ୍ ସମୟରେ ଆକ୍ସନରେ ଦେଖିବାକୁ ମିଳିବ । ଏକ ସୂତ୍ର ଏଜେନ୍ସିକୁ କହିଛି, "ବିରାଟ ଚୟନକର୍ତ୍ତାଙ୍କ ସହ କଥା ହୋଇଥିଲେ ଯେ ସେ ଏସିଆ କପ୍ ଠାରୁ ଚୟନ ପାଇଁ ଉପଲବ୍ଧ ହେବେ । ଦଳର ପ୍ରମୁଖ ଖେଳାଳିମାନେ ଟି-୨୦ ବିଶ୍ୱକପ୍ ଶେଷ ପର୍ଯ୍ୟନ୍ତ ଏସିଆ କପ୍ ଠାରୁ ବିଶ୍ରାମ ନେଉନାହାଁନ୍ତି । ତେଣୁ ୱିଣ୍ଡିଜ୍ ଗସ୍ତ ପରେ ଦୁଇ ସପ୍ତାହ ସମୟ ରହିଛି, ଯେଉଁସମୟରେ ସେମାନେ ବିଶ୍ରାମ କରିପାରିବେ ।

ଦଳକୁ ଫେରୁଥିବା ଖେଳାଳିଙ୍କ ବିଷୟରେ କଥାବାର୍ତ୍ତା କଲେ, ଦଳରେ କିଛି ପୁରୁଣା ଚେହେରା ଆହତରୁ ସୁସ୍ଥ ହେବା ପରେ ଜାତୀୟ ଦଳକୁ ଫେରୁଛନ୍ତି । ଅଫ୍ ସ୍ପିନର ୱାଶିଂଟନ୍ ସୁନ୍ଦର ଓ ଦୀପକ ଚହର ଦଳର ଏକ ଅଂଶ ହୋଇଛନ୍ତି । ସୁନ୍ଦର ଲଙ୍କାଶିର୍ ପାଇଁ ଇଂଲିଶ କାଉଣ୍ଟି କ୍ରିକେଟରେ ନଜର ଆସିଥିଲେ, ଦ୍ରୁତ ବୋଲର ଦୀପକ ଚହର ଏନସିଏରେ ଟ୍ରେନିଂ ନେଇଛନ୍ତି । ଚହର ଦୀର୍ଘ ପାଞ୍ଚ ମାସ ଧରି କୌଣସି ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳି ନାହାଁନ୍ତି ଓ ୨୦୨୨ ଆଇପିଏଲ୍ ମଧ୍ୟ ଖେଳି ନାହାଁନ୍ତି ।

ଏହା ବି ପଢ଼ନ୍ତୁ: ଝାଡଖଣ୍ଡର ୩ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କଲେ ସୋନିଆ ଗାନ୍ଧୀ, ଜାଣନ୍ତୁ ମାମଲା

ଏହା ବି ପଢ଼ନ୍ତୁ: ଦେଶରେ ଘଟୁଥିବା ହିଂସାତ୍ମକ ଘଟଣାକୁ ନେଇ ବଡ଼ ବୟାନ ଦେଲେ NSA ଅଜିତ ଡୋଭାଲ