Chandan gupta murder case: ଦୀର୍ଘ ୬ ବର୍ଷ, ୧୧ ମାସ ୭ ଦିନର ଅପେକ୍ଷା ପରେ ଆଜି ବହୁ ଚର୍ଚ୍ଚିତ ଚନ୍ଦନ ଗୁପ୍ତା ହତ୍ୟାକାଣ୍ଡରେ ଦଣ୍ଡ ଘୋଷଣା କରାଯାଇଛି। କାସଗଞ୍ଜର ଏହି ହତ୍ୟା ମାମଲାରେ ସମସ୍ତ ୨୮ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜାନୁଆରୀ ୨୬, ୨୦୧୮ ରେ, ଉତ୍ତରପ୍ରଦେଶ କସଗଞ୍ଜ ଜିଲ୍ଲାରେ ତିରଙ୍ଗା ଯାତ୍ରା ସମୟରେ ଚନ୍ଦନ ଗୁପ୍ତାଙ୍କୁ ହତ୍ୟା କରାଯାଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଚନ୍ଦନଙ୍କ ପରିବାର ଦୀର୍ଘ ସମୟଧରି ଆଇନଗତ ଲଢେଇ କରିଥିଲେ । ଯାହାର ନ୍ୟାୟ ଆଜି ପରିବାର ସଦସ୍ୟଙ୍କୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ଚନ୍ଦନ ଗୁପ୍ତ ହତ୍ୟା ମାମଲା ପରେ କସଗଞ୍ଜ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ସେଠାରେ ଭଙ୍ଗାରୁଜା, ଅଗ୍ନିକାଣ୍ଡ ଏବଂ ଟେକା ପଥର ଫିଙ୍ଗା ଘଟମା ମଧ୍ୟ ସାମ୍ନାକୁ ଆସିଥିଲା । ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ଏହି ଅପରାଧର ପର୍ଦ୍ଦାଫାସ ହେବା ସହ ଦୋଷୀଙ୍କୁ ଦଣ୍ଡ ମିଳିଛି । ଏଭଳି ପରିସ୍ଥିତିରେ କୋର୍ଟ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କସଗଞ୍ଜରେ ମଧ୍ୟ ପୋଲିସ ସଜାଗ ରହିଛି।


ଆପଣଙ୍କୁ କହି ରଖୁଛୁ ଯେ, ଏନଆଇଏର ସ୍ୱତନ୍ତ୍ର କୋର୍ଟର ବିଚାରପତି ବିବେକାନନ୍ଦ ଶରଣ ତ୍ରିପାଠୀ ଗୁରୁବାର ଚନ୍ଦନ ଗୁପ୍ତା ହତ୍ୟା ମାମଲାରେ ୨୮ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥି ସହିତ ଦୁଇ ଅଭିଯୁକ୍ତ ନାସିରୁଦ୍ଦିନ ଏବଂ ଅସୀମ କୁରେଶୀ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଚନ୍ଦନଙ୍କ ପିତା ସୁଶୀଲ ଗୁପ୍ତାଙ୍କ ଦ୍ୱାରା ଦିଆଯାଇଥିବା ଏଫଆଇଆରରେ ମୋଟ ୨୦ ଜଣଙ୍କ ନାମ ଥିଲା ।


ପୋଲିସର ଅନୁସନ୍ଧାନ ପରେ ଆଉ ୧୧ ଅଭିଯୁକ୍ତଙ୍କ ନାମ ସାମ୍ନାକୁ ଆସିଥିଲା । ମୋଟ ୩୦ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ଏପ୍ରିଲ ୨୬, ୨୦୧୮ ରେ, କସଗଞ୍ଜ ପୋଲିସ ତଦନ୍ତ କରିବା ପରେ ଚାର୍ଜସିଟ ଦାଖଲ କରିଥିଲା। ବର୍ତ୍ତମାନ ମୋଟ ୨୮ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ମୁନାଜିର ରାଫି ଜେଲରେ ଥିବା ସୂଚନା ରହିଛି ।


Also Read- Weekly Lucky Zodiac Sign: ଜାନୁଆରୀ ୬ରୁ ୧୨ ମଧ୍ୟରେ ୫ ରାଶିକୁ ମିଳିବ ଶୁଭଫଳ


Also Read- New Year 2025: ନୂଆ ବର୍ଷରେ ଛାଡିଦିଅନ୍ତୁ ଏହି ୫ଟି ଖରାପ ଅଭ୍ୟାସ, ମିଳିବ ନବଗ୍ରହଙ୍କ ଆଶୀର୍ବାଦ !